Advertisment

ମହିଳାଙ୍କ ପରେ ସେମିରେ ପୁରୁଷ କବାଡି ଟିମ, କାଲି ଭାରତ-ପାକିସ୍ତାନ ଲଢ଼େଇ

ଆସନ୍ତାକାଲି ଦଳ ସେମି ଫାଇନାଲରେ ଚୀରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ଏହି ମ୍ୟାଚ୍‌ ଜିତିଲେ ପବନ ଶେରାୱତଙ୍କ ଟିମ ସ୍ୱର୍ଣ୍ଣ ପାଇଁ ଲଢ଼େଇ କରିବ।

author-image
Hemant Lenka
kabadi

kabadi

ଏସିଆ ଗେମ୍ସ କବାଡି ଭାରତୀୟଙ୍କ ଦବଦବା ଜାରି ରହିଛି। ମହିଳାଙ୍କ ପରେ ଅପରାଜେୟ ସହ ସେମି ଫାଇନାଲରେ ପ୍ରବେଶ କରିଛି ଭାରତୀୟ ପୁରୁଷ କବାଡି ଟିମ। ଆଜି ଦଳ ଏକତରଫା ଭାବେ ଚାଇନିଜ ତାଇପେଇ ଓ ଜାପାନକୁ ପରାସ୍ତ କରି ସେମି ଟିକେଟ ହାତେଛି।

Advertisment

ଆସନ୍ତାକାଲି ଦଳ ସେମି ଫାଇନାଲରେ ଚୀରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ଏହି ମ୍ୟାଚ୍‌ ଜିତିଲେ ପବନ ଶେରାୱତଙ୍କ ଟିମ ସ୍ୱର୍ଣ୍ଣ ପାଇଁ ଲଢ଼େଇ କରିବ। ୨୦୧୮ରେ ମଧ୍ୟ ଭାରତ ଏସିଆ ଗେମ୍ସର ଫାଇନାଲରେ ପ୍ରବେଶ କରିଥିଲା। କିନ୍ତୁ ଦଳକୁ ଇରାନ ଠାରୁ ପରାସ୍ତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଏଥର ଦଳ କିନ୍ତୁ ସ୍ୱର୍ଣ୍ଣ ଜିତିବା ମୁଡରେ ରହିଛି।

ଆଜି ଦଳ ସକାଳ ସମୟରେ ଚାଇନିଜ ତାଇପେଇକୁ ଭେଟିଥିଲା। ଏହି ମ୍ୟାଚ୍‌ ମଧ୍ୟ ବେଶ ଏକତରଫା ଥିଲା। ଭାରତ ଏହି ମ୍ୟାଚ୍‌କୁ ୫୦-୨୭ରେ ଜିତିଥିଲା। ଅପରାହ୍ନରେ ଭାରତୀୟ ଟିମର ମୁକାବିଲା ଜାପାନ ସହ ହୋଇଥିଲା। ଏହି ମ୍ୟାଚ୍‌କୁ ଭାରତୀୟ ଟିମ ୫୬-୨୮ରେ ବାଜିମାତ କରି ଫରଇନାଲ ଟିକେଟ ହାତେଇଛି। ଭାରତ ଡିଫେନ୍ସ ଅପେକ୍ଷା ରେଡିଂରେ ଅଧିକ ପଏଣ୍ଟ ହାସଲ କରିଥିଲା।

Advertisment

ଅକ୍ଟୋବର ୩ରୁ ଭାରତୀୟ ପୁରୁଷ କବାଡି ଟିମର ଏସିଆ ଗେମ୍ସ ଅଭିଯାନ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍‌ରେ ଦଳ ୫୫-୧୮ରେ ବାଂଲାଦେଶକୁ ହରାଇଥିଲା। ସେହିପରି ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ ଟିମ ଥାଇଲ୍ୟାଣ୍ଡକୁ ୬୩-୨୬ରେ ମାତ ଦେଇଥିଲା। ପୁରୁଷ ଟିମ ଗ୍ରୁପ ପର୍ଯ୍ୟାୟର ସମସ୍ତ ୪ଟି ଯାକ ମ୍ୟାଚ୍‌ ଜିତି ଏବେ ପାକିସ୍ତାନ ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତ କରିଛି।

ପୁରୁଷଙ୍କ ଭଳି ମହିଳା କବାଡି ଟିମ ମଧ୍ୟ ସେମି ଫାଇନାଲ ଟିକେଟ ହାତେଇଛି। ୨୦୧୮ ଏସିଆନ ଗେମ୍ସରେ ଭାରତୀୟ ମହିଳା ଦଳ ମଧ୍ୟ ସେମି ଫାଇନାଲରେ ହାରିଥିଲା।

Asian Games Asian Games Update 19th Asian Games