ଚଳିତ ଟି-୨୦ ବିଶ୍ୱକପ(T20 World Cup)ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ରେ ଆଜି ନେଦରଲ୍ୟାଣ୍ଡସକୁ ୧୭ ରନରେ ପରାସ୍ତ କରିଛି ଭାରତ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୨୦ ଓଭରରେ ୬ ୱିକେଟ ହରାଇ ୧୯୩ ରନ୍ କରିଥିଲା। ଏଥିରେ ସବୁଠାରୁ ବଡ଼ ଯୋଗଦାନ ରହିଥିଲା ଶିବମ ଦୁବେଙ୍କର। ସେ ୩୧ଟି ବଲରୁ ୬୬ ରନ୍ କରିଥିଲେ। ତାଙ୍କୁ ମ୍ୟାନ ଅଫ୍ ଦ ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା।
ଅନ୍ୟପକ୍ଷରେ ନେଦରଲ୍ୟାଣ୍ଡସ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୭୬ ରନ୍ କରିଥିଲା। ଦଳର କୈ। ଣସି ବ୍ୟାଟର ବଡ଼ ସ୍କୋର କରି ନଥିଲେ ହେଁ ଅଧିକାଂଶ ଭଲ ଖେଳିଥିଲେ। କିନ୍ତୁ ଅଧିକ ସମୟ କ୍ରିଜରେ ନରହି ପାରିବାରୁ ତଥା ଭଲ ପାର୍ଟନରଶିପ୍ ନହେବାରୁ ଦଳ ପରାସ୍ତ ହୋଇଥିଲା।
ନେଦରଲ୍ୟାଣ୍ଡସ ୧୭ ରନରେ ପରାସ୍ତ ହୋଇଥିଲେ ହେଁ କଡ଼ା ଫାଇଟର ସମ୍ମୁଖୀନ ହୋଇଥିଲା ଭାରତୀୟ ଟିମ। ଅପେକ୍ଷାକୃତ ଦୁର୍ବଳ ନେଦରଲ୍ୟାଣ୍ଡ୍ସ ଭାରତୀୟ ବ୍ୟାଟର ଓ ବୋଲରଙ୍କୁ ଦେଇଥିଲା କଡ଼ା ଚ୍ୟାଲେଞ୍ଜ। ଭାରତ ୧୯୩ ରନ୍ କରିଥିବା ବେଳେ ଶେଷ ୫ ଓଭରରୁ ସଂଗ୍ରହ କରିଥିଲା ୭୨ ରନ୍। ୧୨ ଓଭର ପର୍ଯ୍ୟନ୍ତ ଦଳ ୧୦୦ ରନ୍ କରିପାରିନଥିଲା।
ଏହି ମ୍ୟାଚ୍ ଜିତିବା ସହିତ ଭାରତ ଚଳିତ ଟି୨୦ ବିଶ୍ଵକପରେ ଗ୍ରୁପ୍ ପର୍ଯ୍ୟାୟରେ ସମସ୍ତ ୪ଟି ଯାକ ମ୍ୟାଚ୍ ଜିତିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/12/dube.jpg)