Advertisment

ଏସିଆନ ଗେମ୍ସ: ୧୦ମ ଦିନରେ ଭାରତକୁ ୯ ପଦକ, ସଂଖ୍ୟା ୬୯ରେ ପହଞ୍ଚିଲା

୨୦୧୮ରେ ଦେଶକୁ ମୋଟ ୭୦ଟି ପଦକ ମିଳିଥିଲା। ଏହା ମଧ୍ୟରେ ୧୬ଟି ସ୍ୱର୍ଣ୍ଣ ୨୩ଟି ରୌପ୍ୟ ଓ ୩୧ଟି ବ୍ରୋଞ୍ଜ ପଦକ ରହିଥିଲା।

ଅଦ୍ୟତନ ହୋଇଛି
Parul

Parul

Advertisment

ଅବ କି ବାର୍‌ ୧୦୦ ପାର୍‌ ନାରା ଦେଇ ୧୯ତମ ଏସିଆନ ଗେମ୍ସରେ ଭାଗ ନେଇଥିବା ଭାରତ ନିଜ ଲକ୍ଷ୍ୟ ସ୍ଥଳ ଆଡ଼କୁ ମାଡ଼ି ଚାଲିଛି। ଶୁଟିଂ ପରେ ଏବେ ଭାରତୀୟ ଖେଳାଳିମାନେ ଦୌଡ଼କୁଦ ଇଭେଣ୍ଟରେ ପଦକ ବର୍ଷା କରୁଛନ୍ତି।

Advertisment

ଆଜି ଏସିଆନ ଗେମ୍ସର ୧୦ମ ଦିନରେ ଭାରତକୁ ୯ଟି ପଦକ ମିଳିଛି। ଏହା ମଧ୍ୟରୁ ଦୁଇଟି ସ୍ୱର୍ଣ୍ଣକୁ ମିଶାଇ ୬ଟି ପଦକ ଦୌଡ଼କୁଦରୁ ଆସିଛି। ଭାରତ ଆଜି ୨ଟି ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଓ ୫ଟି ବ୍ରୋଞ୍ଜ ପଦକ ଜିତିଛି।

ଏହାକୁ ମିଶାଇ ଚଳିତ ଏସିଆନ ଗେମ୍ସରେ ଭାରତର ପଦକ ସଂଖ୍ୟା ୬୯ରେ ପହଞ୍ଚି ଯାଇଛି। ଏହା ମଧ୍ୟରେ ୧୫ଟି ସ୍ୱର୍ଣ୍ଣ, ୨୬ଟି ରୌପ୍ୟ ଓ ୨୮ଟି ବ୍ରୋଞ୍ଜ ପଦକ ରହିଛି। ଭାରତ ପଦକ ତାଲିକାର ୪ର୍ଥ ସ୍ଥାନରେ ପୂର୍ବଭଳି କାଏମ ରହିଛି ।

Advertisment

୨୦୧୮ରେ ଦେଶକୁ ମୋଟ ୭୦ଟି ପଦକ ମିଳିଥିଲା। ଏହା ମଧ୍ୟରେ ୧୬ଟି ସ୍ୱର୍ଣ୍ଣ ୨୩ଟି ରୌପ୍ୟ ଓ ୩୧ଟି ବ୍ରୋଞ୍ଜ ପଦକ ରହିଥିଲା। ୨୦୧୮ର ପଦକ ସଂଖ୍ୟାକୁ ଅତିକ୍ରମ କରିବା ପାଇଁ ଭାରତକୁ ୨ଟି ପଦକ ଦରକାର। ତୀରନ୍ଦାଜୀ ଓ ବକ୍ସିଂ ଭଳି ଇଭେଣ୍ଟରେ ଭାରତୀୟ ଖେଳାଳିମାନେ ଫାଇନାଲରେ ପ୍ରବେଶ କରି ସାରିଥିବାରୁ, ସେଠାରୁ ପଦକ ମିଳିବା ନିଶ୍ଚିତ ହୋଇଛି।

ଏହାବାଦ ନୀରଜ ଚୋପ୍ରା ଆସନ୍ତାକାଲି ମୈଦାନକୁ ଓହ୍ଲାଇବେ। ରେସଲିଂ ମଧ୍ୟ ଆସନ୍ତାକାଲି ଠାରୁ ଆରମ୍ଭ ହେବ। ପୁରୁଷ କ୍ରିକେଟ ଟିମ, କବାଡି, ହକି ଟିମ ଠାରୁ ମଧ୍ୟ ଦେଶ ସ୍ୱର୍ଣ୍ଣ ପଦକ ଅପେକ୍ଷାରେ ରହିଛି।

ବ୍ୟାଡମିଣ୍ଟନର ଏକକ ପୁରୁଷ ଓ ମହିଳା ବର୍ଗରେ ମଧ୍ୟ ଭାରତୀୟ ଖେଳାଳିମାନଙ୍କ ଦବଦବା ଜାରି ରହିଛି। ତେଣୁ ୧୦୦ ପାର ପାଇଁ ଯେଉଁ ଲକ୍ଷ୍ୟ ରହିଛି, ତା’ହା ପୂରଣ ହେବେ ବୋଲି ସମସ୍ତେ ଆଶା ରଖିଛନ୍ତି।

ଆଜିର ଇଭେଣ୍ଟ ଗୁଡ଼ିକ ବିଚାରକୁ ନେଲେ ମହିଳା ଜାଭେଲିନରେ ଅନୁ ରାଣୀ ଓ ୫୦୦୦ ମିଟର ମହିଳା ଦୌଡ଼ରେ ପାରୁଲ ଚୌଧୁରୀ ଦେଶ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି। ଡେକାଲଥନରେ ତେଜସ୍ୱୀନ ଶଙ୍କର ଓ ୮୦୦ ମିଟର ଦୌଡ଼ରେ ମହମ୍ମଦ ଅଫସଲ ରୌପ୍ୟ ପଦକ ହାତେଇଛନ୍ତି।

କାନୋଇଙ୍ଗ(Canoeing)ରେ ଭାରତର ଅର୍ଜୁନ ସିଂହ ଓ ସୁନୀଲ ସିଂହ, ବକ୍ସଂର ୫୪ କେଜି ବର୍ଗରେ ପ୍ରୀତି ଓ ୯୨ କେଜିରୁ ଅଧିକ ବର୍ଗରେ ନରେନ୍ଦ୍ର, ଟ୍ରିପଲ ଜମ୍ପରେ ପ୍ରବୀଣ ଓ ୪୦୦ ମିଟର ମହିଳା ହଡଲ୍ସରେ ବିଥ୍ୟା ବ୍ରୋଞ୍ଜ ପଦକ ଜିତିଛନ୍ତି।

ଅନ୍ୟପକ୍ଷରେ ଏସିଆନ ଗେମ୍ସର ପଦକ ତାଲିକାର ୧ନଂ ସ୍ଥାନରେ ଆୟୋଜକ ଚାଇନା ୨୯୭ ପଦକ ସହ ୧ନଂ ସ୍ଥାନରେ ରହିଛି। ଏହା ମଧ୍ୟରେ ୧୬୧ ସ୍ୱର୍ଣ୍ଣ, ୯୦ ରୌପ୍ୟ ଓ ୪୬ଟି ବ୍ରୋଞ୍ଜ ରହିଛି।

Asian Games Asian Games Update Asian Games 2023 19th Asian Games
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe