Advertisment

ଏସିଆନ ଗେମ୍ସ: ଆଜି ଭାରତକୁ ମିଳିଲା ୧୨ ପଦକ, ରେକର୍ଡ ୮୧ରେ ପହଞ୍ଚିଲା ମେଡାଲ ସଂଖ୍ୟା

ଆଜି ଟୁର୍ଣ୍ଣାମେଣ୍ଟର ୧୦ମ ଦିନରେ ଭାରତ ୧୨ଟି ପଦକ ଜିତିଛି। ସର୍ବାଧିକ ପଦକ ଦୌଡ଼କୁଦରୁ ମିଳିଛି। ଆଜି ମିଳିଥିବା ୧୨ ପଦକ ମଧ୍ୟରେ ୩ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ପଦକ ରହିଛି।

author-image
Hemant Lenka
Asian

Asian

ଚଳିତ ଏସିଆନ ଗେମ୍ସରେ ଭାରତର ଶାନଦାର ଓ ଜବରଦସ୍ତ ପ୍ରଦର୍ଶନ। ସବୁ ପୁରୁଣା ରେକର୍ଡ ଭାଙ୍ଗି ଦେଇଛନ୍ତି ଭାରତୀୟ ଖେଳାଳି। ପୂର୍ବ ସଂସ୍କରଣଗୁଡ଼ିକରେ ଭାରତୀୟ ଖେଳାଳି ଯାହା କରି ପାରି ନଥିଲେ ଏଥର ସେଇଆ କରି ଦେଖାଇଛନ୍ତି।

Advertisment

ଅବ କି ବାର ୧୦୦ ପାର ନାରା ଦେଇ ଏସିଆନ ଗେମ୍ସକୁ ଯାଇଥିବା ଭାରତ ସେହି ଦିଗରେ ଆଗେଇ ଚାଲିଛି। ମହାକୁମ୍ଭ ସରିବାକୁ ଆଉ ୪ ଦିନ ବାକି ଥିବା ବେଳେ ଭାରତର ପଦକ ସଂଖ୍ୟା ୮୧ରେ ପହଞ୍ଚି ଯାଇଛି। ଏହା ମଧ୍ୟରେ ୧୮ଟି ଗୋଲ୍ଡ, ୩୧ଟି ସିଲଭର ଓ ୩୨ଟି ବ୍ରୋଞ୍ଜ ପଦକ ରହିଛି। 

ପୂର୍ବରୁ ଭାରତର ଏସିଆନ ଗେମ୍ସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ୨୦୧୮ରେ ରହିଥିଲା। ଉକ୍ତ ସଂସ୍କରଣରେ ଦଳ ୭୦ଟି ପଦକ ଜିତିଥିଲା। କିନ୍ତୁ ଏଥର ଦେଶ ସର୍ବକାଳୀନ ରେକର୍ଡ କରି ଇତି ମଧ୍ୟରେ ୮୧ଟି ପଦକ ଜିତି ସାରିଲାଣି। ଆହୁରି ଅନେକ ପଦକ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।

Advertisment

ଆଜି ଟୁର୍ଣ୍ଣାମେଣ୍ଟର ୧୦ମ ଦିନରେ ଭାରତ ୧୨ଟି ପଦକ ଜିତିଛି। ସର୍ବାଧିକ ପଦକ ଦୌଡ଼କୁଦରୁ ମିଳିଛି। ଆଜି ମିଳିଥିବା ୧୨ ପଦକ ମଧ୍ୟରେ ୩ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ପଦକ ରହିଛି। ଜାଭେଲିନରେ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଦେଇଥିବା ବେଳେ କିଶୋର ଜେନା ରୌପ୍ୟ ଜିତିଛନ୍ତି। କିଶୋର ତାଙ୍କ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ମଧ୍ୟ କରିଛନ୍ତି।

ଏହାବାଦ ୪ ଗୁଣା ୪୦୦ର ପୁରୁଷ ରିଲେ ଓ ତୀରନ୍ଦାଜୀର ମିକ୍ସଡ କମ୍ପାଉଣ୍ଡ ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ ମିଳିଥିଲା। ୪ ଗୁଣା ୪୦୦ ରିଲେରେ ଭାରତ ପାଇଁ ମହମ୍ମଦ ଆନସ, ଅଜମଲ, ଜ୍ୟାକବ ଓ ରାଜେଶ ରମେଶ ସ୍ୱର୍ଣ୍ଣ ଜିତିଛନ୍ତି। ସେହିପରି ଜ୍ୟୋତି ଓ ଓଜାସ ଯୋଡ଼ି ତୀରନ୍ଦାଜୀରେ ସ୍ୱର୍ଣ୍ଣ ଜିତିଥିଲେ।

ଏମାନଙ୍କ ବ୍ୟତୀତ ବକ୍ସଂରେ ଲଭଲିନା, ୫୦୦୦ ମିଟର ପୁରୁଷ ଦୌଡ଼ରେ ଅବିନାଶ ସାବଲେ, ୮୦୦ ମିଟର ମହିଳା ଦୌଡ଼ରେ ହର୍ମିଲାନ ବେନ୍ସ, ୪ ଗୁଣା ୪୦୦ ମହିଳା ରିଲେ ଐଶ୍ୱର୍ଯ୍ୟା ମିଶ୍ରା, ଶୁଭା ଭେଙ୍କଟସନ, ପ୍ରାଚୀ ଓ ବିଥ୍ୟା ରାମରାଜ ରୌପ୍ୟ ପଦକ ଜିତିଥିଲେ।

ସ୍ୱାଶରେ ଅଭୟ ଓ ଅନାହତ ସିଂହ, ବକ୍ସିଂରେ ପରବୀନ ହୁଡ୍ଡା, କୁସ୍ତିରେ ସୁନୀଲ କୁମାର ଓ ୩୫ କିମି ୱାକର ମିକ୍ସଡ ଇଭେଣ୍ଟରେ ଭାରତର ରାମ ବାବୁ ଓ ମଞ୍ଜୁ ରାଣୀ ବ୍ରୋଞ୍ଜ ପଦକ ହାତେଇଛନ୍ତି।

Asian Games Asian Games Update 19th Asian Games