Advertisment

ତୀରନ୍ଦାଜି: ମହିଳାଙ୍କ ପରେ ପୁରୁଷ ଟିମ ଅଲିମ୍ପିକ୍ସରୁ ଆଉଟ୍‌

ପୁରୁଷ ଟିମ ମଧ୍ୟ କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଛି। ଦଳ ତୁର୍କୀ ଠାରୁ ୬-୨ରେ ହାରି ପଦକ ରେସ୍‌ରୁ ଆଉଟ ହୋଇଯାଇଛି।

Olympics

Olympics

Advertisment

ଅଲିମ୍ପିକ୍ସରେ ଦୀର୍ଘ ୩୬ ବର୍ଷ ହେଲା ତୀରନ୍ଦାଜିରୁ ପଦକ ଆଶା ରଖିଥିବା ଭାରତକୁ ଜୋରଦାର ଝଟକା ଲାଗିଛି। ପ୍ରଥମେ ମହିଳା ତୀରନ୍ଦାଜି ଟିମ ଅପ୍ରତ୍ୟାଶିକ ଭାବେ କ୍ୱାର୍ଟର ଫାଇନାଲରେ ହାରିଥିଲା। ଆଜି ପୁରୁଷ ଟିମ ମଧ୍ୟ କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଛି। ଦଳ ତୁର୍କୀ ଠାରୁ ୬-୨ରେ ହାରି ପଦକ ରେସ୍‌ରୁ ଆଉଟ ହୋଇଯାଇଛି।

Advertisment

ପ୍ରବୀଣ ଯାଦବ, ଧୀରଜ ଓ ତରୁଣଦୀପ ରାୟଙ୍କୁ ନେଇ ଗଠିତ ଭାରତୀୟ ଟିମ ଆଶା ଅନୁସାରେ ଆଦୌ ପ୍ରଦର୍ଶନ କରି ନଥିଲେ। ପ୍ରଥମ ସେଟକୁ ତୁର୍କୀ ୫୭-୫୩ରେ ଜିତି ନେଇଥିଲା। ଦ୍ୱିତୀୟ ସେଟ ମଧ୍ୟ ୫୫-୫୨ ପଏଣ୍ଟରେ ତୁର୍କୀ ସପକ୍ଷରେ ଯାଇଥିଲା।

ତୃତୀୟ ସେଟରେ ଭାରତ କମବ୍ୟାକ କରି ୫୫-୫୪ରେ ଜିତି ନେଇଥିଲା। ଫଳରେ ସ୍ଥିତି ୪-୨କୁ ଆସିଥିଲା। ୫ମ ସେଟରେ ଭାରତ ପ୍ରଥମ ୩ଟି ଶଟ ପରେ ୨୮ ପଏଣ୍ଟ ହାସଲ କରିଥିବା ବେଳେ ତୁର୍କୀ ଟ୍ରିପଲ ଶଟ ପରେ ମଧ୍ୟ ସମାନ ୨୮ ପଏଣ୍ଟ ପାଇଥିଲା।

Advertisment

ପରବର୍ତ୍ତୀ ୩ଟି ଶଟ ପରେ ଭାରତ ସ୍କୋର ୫୪ ରହିଥିଲା। ପ୍ରବୀଣ ୧୦ ଓ ତୁରଣଦୀପ ୯ ସ୍କୋର କରିଥିଲେ ହେଁ ଧୀରଜଙ୍କ ତୀର ୭ ପଏଣ୍ଟରେ ବାଜିଥିଲା। ଏହାପରେ ତୁର୍କୀ ଏହାକୁ ବେଶ ସହଜରେ ଅତିକ୍ରମ କରି ସ୍କୋରକୁ ୫୭ରେ ପହଞ୍ଚାଇ ମ୍ୟାଚ୍‌କୁ ଜିତି ନେଇଥିଲା।

Paris Olympics 2024 Paris Olympic Paris Olympics Olympics 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe