Advertisment

ଏସିଆନ ଗେମ୍ସ: ତୀରନ୍ଦାଜୀରେ ନିଶ୍ଚିତ ହେଲା ଗୋଟିଏ ସ୍ୱର୍ଣ୍ଣ, ୨ଟି ରୌପ୍ୟ

ବ୍ୟକ୍ତିଗତ ରି-କର୍ଭ ଇଭେଣ୍ଟରେ ଭାରତର ଷ୍ଟାର ତୀରନ୍ଦାଜ ଅତନୁ ଦାସ ଓ ଧୀରଜ ପରାସ୍ତ ହୋଇଛନ୍ତି। କ୍ୱାର୍ଟର ଫାଇନାଲରେ ଉଭୟ ହାରି ଏସିଆ ଗେମ୍ସରୁ ବିଦାୟ ନେଇଛନ୍ତି।

archery

archery

Advertisment

ଚାଇନାରେ ଚାଲିଥିବା ଏସିଆ ଗେମ୍ସର ତୀରନ୍ଦାଜୀରେ ଭାରତର ୩ ପଦକ ନିଶ୍ଚିତ ହୋଇଛି। ଗୋଟିଏ ସ୍ୱର୍ଣ୍ଣ ଓ ୨ଟି ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି ୩ ଜଣ ଷ୍ଟାର ତୀରନ୍ଦାଜ। ତୀରନ୍ଦାଜୀର ପୁରୁଷ କମ୍ପାଉଣ୍ଡ ବର୍ଗର ଫାଇନାଲରେ ଭାରତର ଅଭିଷେକ ବର୍ମା ଓ ଓଜାସ ପ୍ରବୀଣ ଦେଓତାଲେ ପ୍ରବେଶ କରିଛନ୍ତି।

Advertisment

ଏବେ ଭାରତର ଏହି ଦୁଇ ଖେଳାଳି ପରସ୍ପର ସହ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରିବେ। ଏହାର ଅର୍ଥ ଭାରତକୁ କମ୍ପାଉଣ୍ଡ ଇଭେଣ୍ଟରେ ଉଭୟ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ମିଳିବାକୁ ଯାଉଛି। 

ଅଭିଷେକ ଓ ଓଜାସଙ୍କ ମୁକାବିଲା ଦୁଇ କୋରିଆ ଖେଳାଳିଙ୍କ ସହ ହୋଇଥିଲା। ଅଭିଷେକ ପ୍ରଥମେ ଟପ ସିଡ୍‌ ଜାଏହୁନ ଜୋଙ୍କୁ ୧୪୭-୧୪୫ରେ ହରାଇ ଫାଇନାଲରେ ପହଞ୍ଚିଥିଲେ। ଏହା ପରେ ଦ୍ୱିତୀୟ ସେମିରେ ଓଜାସ ୪ ପଏଣ୍ଟ ବ୍ୟବଧାନରେ ଜାଏୱନ ୟାଙ୍ଗଙ୍କୁ ହରାଇଛନ୍ତି। ଏବେ ଜୋ ଓ ୟାଙ୍ଗ ପରସ୍ପର ବିରୋଧରେ ବ୍ରୋଞ୍ଜ ପଦକ ପାଇଁ ଲଢ଼େଇ କରିବେ।

Advertisment

ତୀରନ୍ଦାଜୀରେ ଦ୍ୱିତୀୟ ରୌପ୍ୟ ନିଶ୍ଚିତ କରିଛନ୍ତି ଜ୍ୟୋତି ସୁରେଖା ବେନ୍ନମ। ସେ ମହିଳା କମ୍ପାଉଣ୍ଡ ଇଭେଣ୍ଟରେ ଭାରତର ଅତିଦି ସ୍ୱାମୀଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି। ଏହାର ଅର୍ଥ ସେ ଫାଇନାଲରେ ପରାସ୍ତ ହେଲେ ମଧ୍ୟ ଦେଶ ପାଇଁ ରୌପ୍ୟ ପଦକ ହାସଲ କରିବେ। କିନ୍ତୁ ତାଙ୍କ ଠାରୁ ଏହି ବର୍ଗରେ ସମସ୍ତେ ସ୍ୱର୍ଣ୍ଣ ଆଶା ରଖିଛନ୍ତି।

ସେମି ଫାଇନାଲରେ ଦୁଇ ଭାରତୀୟଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଶେଷରେ ଜ୍ୟୋତି ୧୪୯-୧୪୭ ପଏଣ୍ଟ ବ୍ୟବଧାନରେ ଅଦିତିଙ୍କୁ ହରାଇଛନ୍ତି। ପ୍ରଥମ ୬ଟି ତୀର ମାରିବା ପରେ ଉଭୟଙ୍କ ପଏଣ୍ଟ ସଂଖ୍ୟା ୬୦ ଲେଖାଏ ଥିଲା। ତେବେ ଶେଷ ଭାଗରେ ଜ୍ୟୋତି ଜବରଦସ୍ତ ପ୍ରଦର୍ଶନ କରି ଫାଇନାଲ ଟିକେଟ ହାତେଇଥିଲେ। ସ୍ୱାମୀ ଏବେ ବ୍ରୋଞ୍ଜ ପଦକ ପାଇଁ ଲଢ଼େଇ କରିବେ।

ଅନ୍ୟକ୍ଷରେ ବ୍ୟକ୍ତିଗତ ରି-କର୍ଭ ଇଭେଣ୍ଟରେ ଭାରତର ଷ୍ଟାର ତୀରନ୍ଦାଜ ଅତନୁ ଦାସ ଓ ଧୀରଜ ପରାସ୍ତ ହୋଇଛନ୍ତି। କ୍ୱାର୍ଟର ଫାଇନାଲରେ ଉଭୟ ହାରି ଏସିଆ ଗେମ୍ସରୁ ବିଦାୟ ନେଇଛନ୍ତି।

Asian Games Asian Games Update 19th Asian Games
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe