Advertisment

ପ୍ୟାରିସ ଅଲିମ୍ପିକ୍ସ: ହକି ସେମିରେ ଆଜି ଭାରତ-ଜର୍ମାନୀ ଲଢ଼େଇ

ମ୍ୟାଚ୍ ଜିତି ଫାଇନାଲକୁ ଯିବା ସହ ଗୋଟିଏ ପଦକ ପକ୍କା କରିବା ଲକ୍ଷ୍ୟରେ ରହିଛି ଭାରତୀୟ ହକି ଦଳ।

author-image
Madhupriya Mistry
Indian Hockey Team

Indian Hockey Team

ଫାଇନାଲ୍ ପାଇଁ ଫାଇଟ୍। ପ୍ୟାରିସ୍ ଅଲିମ୍ପିକ୍ସ ହକି ସେମି ଫାଇନାଲରେ ଆଜି ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ଜର୍ମାନୀ ସହ ଲଢ଼େଇ ରହିଛି। ଭାରତୀୟ ସମୟ ରାତି ସାଢ଼େ ୧୦ଟାରେ ଏହି ମ୍ୟାଚ୍ ଖେଳାଯିବ। ମ୍ୟାଚ୍ ଜିତି ଫାଇନାଲକୁ ଯିବା ସହ ଗୋଟିଏ ପଦକ ପକ୍କା କରିବା ଲକ୍ଷ୍ୟରେ ରହିଛି ଭାରତୀୟ ହକି ଦଳ।

Advertisment

ଷ୍ଟାର ଡିଫେଣ୍ଡର ତଥା ଓଡ଼ିଆ ତାରିକା ଅମିତ ରୋହିଦାସଙ୍କ ବିନା ଖେଳିବ ଟିମ୍ ଇଣ୍ଡିଆ। କ୍ୱାର୍ଟର ଫାଇନାଲରେ ଗ୍ରେଟ୍ ବ୍ରିଟେନରୁ ହରାଇ ସେମି ଟିକେଟ୍ ହାତେଇଥିଲା ଭାରଚ। ସେପଟେ ଆର୍ଜେଣ୍ଟିନାକୁ ହରାଇ ସେମିକୁ ଆସିଛି ଜର୍ମାନୀ।

ଗତ ଟୋକିଓ ଅଲିମ୍ପିକ୍ସରେ ଜର୍ମାନୀକୁ ୫-୪ ଗୋଲରେ ହରାଇ ବ୍ରୋଞ୍ଜ ମେଡାଲ୍ ଜିତିଥିଲା ଭାରତ। ତେଣୁ ଆଜିର ମ୍ୟାଚ ଉପରେ ସମସ୍ତଙ୍କର ନଜର ରହିଛି। ଟୋକିଓ ଅଲିମିକ୍ସ ପରେ ଉଭୟ ଦଳ ଏଫଆଇଏଚ୍ ପ୍ରୋ ଲିଗରେ ୬ଟି ମ୍ୟାଚ୍ ଖେଳିଛନ୍ତି। ଏଥିରୁ ଭାରତ ୫ଟି ଓ ଜର୍ମାନୀ ଗୋଟିଏ ଜିତିଛି।

Advertisment

ସେହିପରି ଉଭୟ ଦଳ ଖେଳିଥିବା ମୋଟ୍ ୧୮ ମ୍ୟାଚରୁ ଟିମ୍ ଇଣ୍ଡିଆ ୮ଟି ଓ ଜର୍ମାନୀ ୪ଟିରେ ବିଜୟୀ ହୋଇଛି। ଡ୍ରରେ ଶେଷ ହୋଇଛି ୪ଟି ମ୍ୟାଚ୍। ୱାର୍ଲଡ ରାଙ୍କିଂରେ ଭାରତର ୫ ନମ୍ବରରେ ଥିବା ବେଳେ ଜର୍ମାନୀ ୱାର୍ଲଡ ଚାମ୍ପିଅନ୍ ରହିଛି। ତେଣୁ ଆଜି ହାଇଭୋଲଟେଜ୍ ଫାଇଟ୍ ଦେଖିବାକୁ ମିଳିପାରେ।

Indian Hockey Team India Vs Germany Paris Olympics 2024