Advertisment

ପଦକ ଆଶା, ଆଜି ମୈଦାନକୁ ଓହ୍ଲାଇବେ ଗୋଲ୍ଡେନ ବୟ ନୀରଜ ଚୋପ୍ରା

ଦିନ ୩ଟା ୨୦ ମିନିଟରେ ଗ୍ରୁପ୍-ବି କ୍ୱାଲିଫିକେସନ୍ ରାଉଣ୍ଡରେ ମୈଦନାକୁ ଓହ୍ଲାଇବେ ନୀରଜ ଚୋପ୍ରା।

Neeraj Chopra

Neeraj Chopra

Advertisment

ପ୍ୟାରିସ ଅଲିମ୍ପିକ୍ସରେ ଆଜି ଭାରତ ପାଇଁ ବଡ଼ ଆଶା। ଜାଭେଲିନ୍ ଥ୍ରୋ କ୍ୱାଲିଫିକେସନ୍ ରାଉଣ୍ଡକୁ ଓହ୍ଲାଇବେ ଗୋଲ୍ଡେନ୍ ବୟ ନୀରଜ ଚୋପ୍ରା ଏବଂ ଓଡ଼ିଆ ଆଥଲେଟ୍ କିଶୋର ଜେନା। ପଦକର ପ୍ରବଳ ଦାବିଦାର ଅଛନ୍ତି ନୀରଜ ଚୋପ୍ରା। ସେ ଦ୍ୱିତୀୟ ଅଲିମ୍ପିକ୍ସ ମେଡାଲ୍ ଲକ୍ଷ୍ୟରେ ରହିଛନ୍ତି।

Advertisment

ଦିନ ୩ଟା ୨୦ ମିନିଟରେ ଗ୍ରୁପ୍-ବି କ୍ୱାଲିଫିକେସନ୍ ରାଉଣ୍ଡରେ ମୈଦନାକୁ ଓହ୍ଲାଇବେ ନୀରଜ ଚୋପ୍ରା। ଏହି ମ୍ୟଚ୍‌ରେ ଭାରତ-ପାକିସ୍ତାନ ଟକ୍କର ଦେଖିବାକୁ ମିଳିବ। ଜାଭଲିନ୍‌ ଥ୍ରୋରେ ନୀରଜ ଚୋପ୍ରା ଓ ପାକିସ୍ତାନର ଚ୍ୟାଲେଞ୍ଜର ଅସରଦ୍‌ ନାଦିମଙ୍କ ମଧ୍ୟରେ ଏହି ପ୍ରତିଯୋଗୀତା ହେବ। ତେବେ ଏହି ଇଭେଣ୍ଟରେ ପ୍ରଥମେ ଭାରତ ପକ୍ଷରୁ ଓଡ଼ିଆ ପୁଅ କିଶୋର କୁମାର ଜେନା ଜାଭଲିନ ଥ୍ରୋ କରିବେ।

ନୀରଜ ଚୋପ୍ରା ୨୦୨୨ରେ ଡାଇମଣ୍ଡ ଲିଗ୍ ଓ ୨୦୨୩ରେ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ତେବେ ଚଳିତ ଅଲିମ୍ପିକ୍ସରେ ନୀରଜଙ୍କ ପାଖରେ ରହିଛି ଲଗାତାର ଦ୍ୱିତୀୟ ସ୍ୱର୍ଣ୍ଣ ଜିତିବାର ସୁଯୋଗ । ସେହିପରି କିଶୋର ଜେନାଙ୍କଠାରୁ ମଧ୍ୟ ପଦକ ଜିତିବା ନେଇ ଆଶା ରହିଛି।

Advertisment
Neeraj Chopra Paris Olympics 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe