ଭାରତର ଲଗାତାର ଚତୁର୍ଥ ବିଜୟ

ଜୋହର ବାହରୁ (ମାଲେସିଆ): ସୁଲ୍‌ତାନ୍ ଜୋହାର୍ କପ୍‌ରେ ଭାରତ ଲଗାତାର ଚତୁର୍ଥ ବିଜୟ ହାସଲ କରିଛି। ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆକୁ ୫-୪ ଗୋଲ୍‌ରେ ପରାସ୍ତ କରିଛି। ମ୍ୟାଚ୍‌ ଆରମ୍ଭରୁ ଭାରତର ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା। ମ୍ୟାଚ୍‌ର ୫ମ ମିନିଟ୍‌ରେ ଗୁରସାହିବଜିତ୍‌ ସିଂହ ଫିଲ୍ଡ ଗୋଲ୍‌ ଦେଇ ଭାରତକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଏହାପରେ ୧୧ ମିନିଟରେ ହସପ୍ରୀତ୍‌ ସିଂହ, ୧୪ ମିନିଟ୍‌ରେ ଅଧିନାୟକ ମନ୍‌ଦୀପ୍‌ ମୋର ଓ ୧୫ ମିନିଟ୍‌ରେ ବିଷ୍ଣୁକାନ୍ତ ସିଂହ ଗୋଲ୍‌ […]

hockyindia

Rakesh Mallick
  • Published: Thursday, 11 October 2018
  • , Updated: 11 October 2018, 08:41 AM IST

ଜୋହର ବାହରୁ (ମାଲେସିଆ): ସୁଲ୍‌ତାନ୍ ଜୋହାର୍ କପ୍‌ରେ ଭାରତ ଲଗାତାର ଚତୁର୍ଥ ବିଜୟ ହାସଲ କରିଛି। ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆକୁ ୫-୪ ଗୋଲ୍‌ରେ ପରାସ୍ତ କରିଛି।

ମ୍ୟାଚ୍‌ ଆରମ୍ଭରୁ ଭାରତର ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା। ମ୍ୟାଚ୍‌ର ୫ମ ମିନିଟ୍‌ରେ ଗୁରସାହିବଜିତ୍‌ ସିଂହ ଫିଲ୍ଡ ଗୋଲ୍‌ ଦେଇ ଭାରତକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଏହାପରେ ୧୧ ମିନିଟରେ ହସପ୍ରୀତ୍‌ ସିଂହ, ୧୪ ମିନିଟ୍‌ରେ ଅଧିନାୟକ ମନ୍‌ଦୀପ୍‌ ମୋର ଓ ୧୫ ମିନିଟ୍‌ରେ ବିଷ୍ଣୁକାନ୍ତ ସିଂହ ଗୋଲ୍‌ ଦେଇ ସ୍କୋରକୁ ୪-୦କୁ ନେଇ ଯାଇଥିଲା।

ଦ୍ୱିତୀୟ କ୍ୱାର୍ଟରରେ ଅଷ୍ଟ୍ରେଲିଆ ଦମଦାର ପ୍ରଦର୍ଶନ କରିଥିଲା। ଦଳ ୧୮ ଓ ୩୫ ମିନିଟିରେ ଦୁଇଟି ଗୋଲ ଦେଇଥିଲା। ମ୍ୟାଚ୍‌ର ୪୩ ମିନିଟରେ ଓଡ଼ିଶା ଖେଳାଳି ଶିଳାନନ୍ଦ ଲାକ୍ରା ଗୋଟିଏ ଗୋଲ୍‌ ଭାରତକୁ ୫-୨ରେ ଅଗ୍ରଣୀ କରାଇଥିଲେ। ଏହାପରେ ଅଷ୍ଟ୍ରେଲିଆ ଆଉ ଦୁଇଟି ଗୋଲ ଦେଇ ବ୍ୟବଧାନ ୫-୪କୁ କମାଇବାକୁ ସକ୍ଷମ ହୋଇଥିଲା। ହେଲେ ମ୍ୟାଚ୍‌ ବଞ୍ଚାଇ ପାରିନଥିଲା।

ପୂର୍ବରୁ ଭାରତ ମାଲେସିଆକୁ ୨-୧, ନ୍ୟୁଜଲାଣ୍ଡକୁ ୭-୧ ଓ ଜାପାନକୁ ୧-୦ ଗୋଲ୍‌ରେ ପରାସ୍ତ କରିଥିଲା।

Related story