ନ୍ୟୁଜିଲ୍ୟାଣ୍ଡକୁ ଧୂଳି ଚଟାଇଲା ଭାରତ

ନାପିଅର: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌କୁ ବିଜୟ ଅଭିଯାନ ସହ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ଆଜି ନାପିଅରରେ ଖେଳା ଯାଇଥିବା ପ୍ରଥମ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡକୁ ଡି/ଏଲ୍‌ ମେଥଡରେ ପରାସ୍ତ କରି ସିରିଜ୍‌ରେ ୧-୦ ଅଗ୍ରଣୀ ହାସଲ କରିଛି ବିରାଟ ବାହିନୀ। ୧୫୮ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳକୁ ରୋହିତ ଶର୍ମାଙ୍କ ରୂପରେ ପ୍ରାରମ୍ଭିକ ଝଟକା ଲାଗିଥିଲା। ଦଳୀୟ ସ୍କୋର ୪୧ ଥିବା ବେଳେ ମାତ୍ର ୧୧ ରନ୍‌ କରି ରୋହିତ […]

dhawan

dhawan

Rakesh Mallick
  • Published: Wednesday, 23 January 2019
  • Updated: 23 January 2019, 02:50 PM IST

Sports

Latest News

ନାପିଅର: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌କୁ ବିଜୟ ଅଭିଯାନ ସହ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ଆଜି ନାପିଅରରେ ଖେଳା ଯାଇଥିବା ପ୍ରଥମ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡକୁ ଡି/ଏଲ୍‌ ମେଥଡରେ ପରାସ୍ତ କରି ସିରିଜ୍‌ରେ ୧-୦ ଅଗ୍ରଣୀ ହାସଲ କରିଛି ବିରାଟ ବାହିନୀ।

୧୫୮ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳକୁ ରୋହିତ ଶର୍ମାଙ୍କ ରୂପରେ ପ୍ରାରମ୍ଭିକ ଝଟକା ଲାଗିଥିଲା। ଦଳୀୟ ସ୍କୋର ୪୧ ଥିବା ବେଳେ ମାତ୍ର ୧୧ ରନ୍‌ କରି ରୋହିତ ଶର୍ମା ଆଉଟ୍‌ ହୋଇଥିଲେ। ସେ ଡଗ୍‌ ବ୍ରାସୱେଲଙ୍କ ଦ୍ୱାରା ଆଉଟ୍ ହୋଇଥିଲେ।

ସେ ଆଉଟ୍ ହୋଇଯିବା ପରେ ଅନ୍ୟତମ ଓପ୍‌ନର ଶେଖର ଧୱନ ଏବଂ ଅଧିନାୟକ ବିରାଟ କୋହଲି ସ୍ଥିତି ସମ୍ଭାଳିବା ସହ ବିଜୟ ମୂଳଦୂଆ ପକାଇଥିଲେ। ବିରାଟ ୪୫ ରନ୍‌ କରି ଆଉଟ୍‌ ହୋଇଥିଲେ। ଧୱନ୍‌ ୭୫ ରନ୍‌  ଓ ଅମ୍ବାତି ରାୟୁଡୁ ୧୩ ରନ୍‌ କରି ଅପରାଜିତ ରହିଥିଲେ।

ଦଳୀୟ ସ୍କୋର ୩୪.୫ ଓଭରରେ ଦୁଇ ୱିକେଟ୍‌ ବିନିମୟରେ ୧୫୬ ରନ୍ ହୋଇଥିବା ବେଳେ ଖେଳକୁ ବନ୍ଦ କରିଦିଆଯିବା ସହ ଡି/ଏଲ୍‌ ମେଥଡରେ ଭାରତକୁ ବିଜୟୀ ଘୋଷଣା କରାଯାଇଥିଲା। ବ୍ୟାଟ୍ସମ୍ୟାନଙ୍କ ଆଖିରେ ସିଧାସଳଖ ସୂର୍ଯ୍ୟକିରଣ ପଡ଼ିବା କାରଣରୁ ଖେଳକୁ ବନ୍ଦ କରି ଦିଆଯାଇଥିଲା।

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଲୁକି ଫରଗୁସନ୍‌ ଏବଂ ଡଗ୍‌ ବ୍ରାସୱେଲ ଗୋଟିଏ ଲେଖାଏ ୱିକେଟ୍‌ ନେଇଥିଲେ।

ଟସ୍‌ ଜିତି ନ୍ୟୁଜିଲ୍ୟାଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ତେବେ ଦଳକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଦ୍ୱିତୀୟ ଓ ଚତୁର୍ଥ ଓଭରରେ ଦୁଇ ଓପନ୍‌ର ଚାଲି ଯାଇଥିଲେ।  ମହମ୍ମଦ ଶାମି ଓ କୁଲଦୀପ ଯାଦବଙ୍କ ଘାତକ ବୋଲିଂର ସମ୍ମୁଖୀନ ହୋଇନପାରି ନ୍ୟୁଜିଲ୍ୟାଣ୍ଡ ଟିମ୍‌ ୩୮ ଓଭରରେ ମାତ୍ର ୧୫୭ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଦଳ ପକ୍ଷରୁ ଅଧିନାୟକ ୱିଲିମସନ୍‌ ସର୍ବାଧିକ ୬୪ ରନ୍‌ କରିଛନ୍ତି।

ଶାମି ୬ ଓଭର ବୋଲିଂ କରି ୧୯ ରନ୍‌ ବ୍ୟୟରେ ୩ଟି ୱିକେଟ୍‌ ନେଇଥିଲେ। ସେ ଦୁଇ ଓପ୍‌ନର ମାର୍ଟିନ୍‌ ଗପ୍ଟିଲ୍ ଏବଂ କଲିନ୍‌ ମନରୋ କ୍ଲିନ୍‌ ବୋଲ୍ଡ କରି ନ୍ୟୁଜିଲ୍ୟାଣ୍ଡକୁ ପ୍ରାରମ୍ଭିକ ଝଟକା ଦେଇଥିଲେ। ଏହାପରେ କୁଲଦୀପଙ୍କ ଯାଦୁ ଦେଖିବାକୁ ମିଳିଥିଲା। ସେ ୧୦ ଓଭରରେ ୩୯ ରନ୍‌ ଦେଇ ୪ଟି ୱିକେଟ୍‌ ଅକ୍ତିଆର କରିଥିଲେ। ସେହିପରି ୟୁଜବେନ୍ଦର ଚହଲ ୨ଟି ଏବଂ କେଦାର ଯାଦବ ଗୋଟିଏ ୱିକେଟ୍‌ ନେଇଥିଲେ। ଭୁବନେଶ୍ୱର କୁମାର ଏବଂ ବିଜୟ ଶଙ୍କର ଭଲ ବୋଲିଂ କରିଥିଲେ ମଧ୍ୟ କୌଣସି ସଫଳତା ପାଇ ନ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos