Advertisment

ଟୋକିଓ ଅଲିମ୍ପିକ୍ସ: ଆର୍ଜେଣ୍ଟିନାକୁ ହରାଇ କ୍ୱାର୍ଟର ଫାଇନାଲ୍‌ରେ ଭାରତ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ପୁରୁଷ ହକିରେ ଭାରତୀୟ ଦଳକୁ ମିଳିଛି ଆଉ ଏକ ବିଜୟ। ଡିଫେଣ୍ଡିଂ ଚାମ୍ପିଅନ୍ ଅର୍ଥାତ୍ ରିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଆର୍ଜେଣ୍ଟିନାକୁ ୩-୧ ଗୋଲରେ ହରାଇଛି ଦଳ। ଏହା ସହିତ ଭାରତୀୟ ଦଳ ପୁଲ୍‌ ‘ଏ’ରେ ୯ ପଏଣ୍ଟ ହାସଲ କରି କ୍ୱାର୍ଟର ଫାଇନାଲ୍‌କୁ ଉନ୍ନୀତ ହୋଇଛି। ଦଳ ପକ୍ଷରୁ ବରୁଣ କୁମାର, ବିବେକ ପ୍ରସାଦ ଓ ହରମନପ୍ରୀତ୍‌ ଗୋଲ୍ କରିଥିଲେ। ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ କେହି କାହାକୁ ଗୋଲ ଦେଇ ପାରି […]

ଅଦ୍ୟତନ ହୋଇଛି
ଟୋକିଓ ଅଲିମ୍ପିକ୍ସ: ଆର୍ଜେଣ୍ଟିନାକୁ ହରାଇ କ୍ୱାର୍ଟର ଫାଇନାଲ୍‌ରେ ଭାରତ

Harmanpreet

Advertisment

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ପୁରୁଷ ହକିରେ ଭାରତୀୟ ଦଳକୁ ମିଳିଛି ଆଉ ଏକ ବିଜୟ। ଡିଫେଣ୍ଡିଂ ଚାମ୍ପିଅନ୍ ଅର୍ଥାତ୍ ରିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଆର୍ଜେଣ୍ଟିନାକୁ ୩-୧ ଗୋଲରେ ହରାଇଛି ଦଳ। ଏହା ସହିତ ଭାରତୀୟ ଦଳ ପୁଲ୍‌ ‘ଏ’ରେ ୯ ପଏଣ୍ଟ ହାସଲ କରି କ୍ୱାର୍ଟର ଫାଇନାଲ୍‌କୁ ଉନ୍ନୀତ ହୋଇଛି।

Advertisment

ଦଳ ପକ୍ଷରୁ ବରୁଣ କୁମାର, ବିବେକ ପ୍ରସାଦ ଓ ହରମନପ୍ରୀତ୍‌ ଗୋଲ୍ କରିଥିଲେ। ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ କେହି କାହାକୁ ଗୋଲ ଦେଇ ପାରି ନଥିଲେ। ତେବେ ୪୩ତମ ମିନିଟ୍‌ରେ ଭାରତ ପକ୍ଷରୁ ପ୍ରଥମ ଗୋଲ ଦେଇଥିଲେ ବରୁଣ କୁମାର। ଏହା ପରେ ୪୮ତମ ମିନିଟ୍‌ରେ ଆର୍ଜେଣ୍ଟିନାର ମେଇକୋ କେସେଲା ଗୋଟିଏ ଗୋଲ ଦେଇ ସ୍ଥିତିକୁ ବରାବର କରି ଦେଇଥିଲେ। କିନ୍ତୁ ୫୮ତମ ମିନିଟ୍‌ରେ ବିବେକ ସାଗର ପ୍ରସାଦ  ଗୋଟିଏ ଗୋଲ୍‌ କରିଥିଲେ। ଏହା ପରେ ପରେ ହରମନପ୍ରୀତ୍‌ ଆଉ ଗୋଟିଏ ଗୋଲ୍ ଦେଇଥିଲେ।

ଟୋକିଓ ଅଲିମ୍ପିକ୍ସରେ ଏହା ଭାରତର ଚତୁର୍ଥ ମ୍ୟାଚ୍ ଥିଲା। ଚାରୋଟି ମ୍ୟାଚ୍‌ରୁ ଦଳ ୩ଟିରେ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍‌ରେ ଦଳ ନ୍ୟୁଜିଲ୍ୟାଣ୍ଡକୁ ୩-୨ ଗୋଲରେ ହରାଇଥିଲା। ତେବେ ଦ୍ୱିତୀୟ ମ୍ୟାଚ୍‌ରେ ଦଳ ଅଷ୍ଟ୍ରେଲିଆ ଠାରୁ ୭-୧ରେ ପରାସ୍ତ ହୋଇଥିଲା। କିନ୍ତୁ ତୃତୀୟ ମ୍ୟାଚ୍‌ରେ ଦଳ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲା। ଦଳ ୩-୦ ଗୋଲ୍‌ରେ ସ୍ପେନ୍‌କୁ ହରାଇଥିଲା। ଆଉ ଏହି ଆତ୍ମବିଶ୍ୱାସକୁ ବଜାୟ ରଖି ଆଜି ଦଳ ତା’ର ଚତୁର୍ଥ ମ୍ୟାଚ୍‌ରେ ଆର୍ଜେଣ୍ଟିନାକୁ ହରାଇ କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚିଛି।

Advertisment
Tokyo Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe