Advertisment

T20 World Cup: ଚମକିଲେ ସଞ୍ଜୁ ସାମସନ; ସେମି ଫାଇନାଲରେ ଭାରତ

ଟି୨୦ ବିଶ୍ୱକପ ଫାଇନାଲ ଆଡ଼କୁ ଆଉ ପାଦେ ଆଗେଇଛି ଭାରତୀୟ ଦଳ। ସେମି ଫାଇନାଲରେ ପ୍ରବେଶ କରିଛି ଦଳ। ନିରାଶ ହୋଇଛି West Indiesl

author-image
Jitendra Garnayak
Sanju Samson

West Indies ଭଲ ବ୍ୟାଟିଂ କରିଥିଲା। କିନ୍ତୁ ଆଜି ଦିନଟି ଥିଲା ଭାରତୀୟ ୱିକେଟ କିପର ତଥା ଓପନର ସାଞ୍ଜୁ ସାମସନଙ୍କର। ତାଙ୍କୁ ଅଟକାଇ ପାରିଲେନି West Indies ବୋଲର। ଆଉ ୧୯୫ ରନ୍ କରି ମଧ୍ୟ ହାରିଗଲା ଦଳ।

Advertisment

ଗୋଟିଏ ପଟେ ୱିକେଟ ପଡୁଥିବା ବେଳେ ସଞ୍ଜୁ ସାମସନ ବିଚଳିତ ହୋଇ ନଥିଲେ। ତାଙ୍କ ବ୍ୟାଟରୁ ଚୈ।କା, ଛକା ବାହାରି ଚାଲିଥିଲା। ସେ ଶେଷ ପର୍ଯ୍ୟନ୍ତ ରହି ଦଳକୁ ବିଜୟୀ କରାଇଥିଲେ। ଶେଷ ଓଭରର ଦ୍ୱିତୀୟ ବଲରେ ଏକ ଚୈ।କା ମାରି ଦଳକୁ ବିଜୟୀ କରାଇଥିଲେ। ସେ ୫୦ ବଲରୁ ୯୭ ରନ୍ କରି ଅପରାଜିତ ରହିଥିବା ବେଳେ ଭାରତ ୫ ୱିକେଟରେ West Indiesକୁ ପରାସ୍ତ କରିଛି। 

ସଞ୍ଜୁ ସାମସନ ୫୦ଟି ବଲରୁ ୧୨ଟି ଚୈ।କା ଓ ୪ଟି ଛକା ସହାୟତାରେ ୯୭ ରନ୍ କରିଥିଲେ। ଏହି ଧମାକାଦାର ପ୍ରଦର୍ଶନ ପାଇଁ ତାଙ୍କୁ Player Of The Match ପୁରସ୍କାର ପ୍ରଦାନ କରାଯାଇଥିଲା।

Advertisment

ଭାରତ ପକ୍ଷରୁ ତିଲକ ବର୍ମା ୨୭ ରନ୍ କରିଥିବା ବେଳେ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ୧୮, ହାର୍ଦ୍ଦିକ ପାଣ୍ଡ୍ୟା ୧୭, ଅଭିଷେକ ଶର୍ମା ୧୦ ଓ ଈଶାନ କିଶନ ୧୦ ରନ୍ କରିଥିଲେ। ଦୁବେ ଅପରାଜିତ ୮ ରନ୍ କରିଥିଲେ।

West Indies ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ହରାଇ ୧୯୫ ରନ୍ କରିଥିଲା। ଶାଇ ହୋପ୍ ୩୩ ବଲରୁ ୩୨ ରନ୍ କରିଥିବା ବେଳେ ରୋଷ୍ଟୋନ ଚେଜ ୨୫ ବଲରୁ ୪୦, ଶିମରୋନ ହେଟମାୟର ୨୭ ଓ  ଶରଫେନ ରଦରଫଡ ୧୪ ରନ୍ କରିଥିଲେ। କିନ୍ତୁ ଶେଷ ୫ ଔରସରେ ବଢିଆ ଖେଳିଥିଲେ ରୋବମନ ପାୱଲ ଓ ଜେସନ୍ ହୋଲ୍ଡର। ଶେଷ ୫ ଓଭରରେ ଏହି ଦୁଇ ବ୍ୟାଟର ଦଳ ପାଇଁ ୭୦ ରନ୍ ସଂଗ୍ରହ କରିଥିଲେ। ୫ମ ୱିକେଟ ପାଇଁ ସେମାନେ ୭୬ ରନ୍ ଯୋଡ଼ି ଥିଲେ।

ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୨ଟି ୱିକେଟ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।