Advertisment

ନ୍ୟୁଜିଲ୍ୟାଣ୍ଡକୁ ୧୦୮ ରନରେ ଅଲଆଉଟ କରି ଦେଲା ଭାରତ

ଦିନିକିଆ ରାଙ୍କିଙ୍ଗର ୧ନଂ ସ୍ଥାନରେ ଥିବା ନ୍ୟୁଜିଲ୍ୟାଣ୍ଡକୁ ଭାରତୀୟ ବୋଲରମାନେ ମାତ୍ର ୧୦୮ ରନରେ ଅଲଆଉଟ କରି ଦେଇଛନ୍ତି।

author-image
Hemant Lenka
Team India

Team India

କମାଲ କରିଛନ୍ତି ଭାରତୀୟ ବୋଲର। ଦିନିକିଆ ରାଙ୍କିଙ୍ଗର ୧ନଂ ସ୍ଥାନରେ ଥିବା ନ୍ୟୁଜିଲ୍ୟାଣ୍ଡକୁ ଭାରତୀୟ ବୋଲରମାନେ ମାତ୍ର ୧୦୮ ରନରେ ଅଲଆଉଟ କରି ଦେଇଛନ୍ତି। ଏଥିସହ ରାୟପୁରରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆକୁ ଜିତିବା ପାଇଁ ଟିମ ଇଣ୍ଡିଆକୁ ମାତ୍ର ୧୦୯ ରନର ଟାର୍ଗେଟ ମିଳିଛି। ଏହି ମ୍ୟାଚ୍‌କୁ ଭାରତ ଜିତିନେଲେ ସିରିଜ୍‌କୁ ଆଗୁଆ ୨-୦ରେ କବଜା କରିନେବ। ରୋହିତ ଶର୍ମା ଆଣ୍ଡ କୋ ପ୍ରଥମ ଦିନିକିଆକୁ ୧୨ରେ ଜିତିଥିଲେ।

Advertisment

ରାୟପୁରରେ ଖେଳାଯାଉଥିବା ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାକୁ ସଠିକ୍ ସାବ୍ୟସ୍ତ କରି ପ୍ରଥମ ଓଭରରେ ହିଁ ମହମ୍ମଦ ଶାମି ଖାତା ଖୋଲିବା ପୂର୍ବରୁ ଫିନ ଆଲେନଙ୍କୁ କ୍ଲିନବୋଲ୍ଡ କରିଥିଲେ। ଏହାପରେ ମହମ୍ମଦ ସିରିଜା ଦଳୀୟ ସ୍କୋର ୮ ଥିବା ବେଳେ ହେନରୀ ନିକୋଲସ(୨)ଙ୍କୁ ପ୍ୟାଭିଲିୟନ ପଠାଇଥିଲେ।

ଡାରଲେ ମିଚେଲ(୧) ମହମ୍ମଦ ଶାମିଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଡେଭୋନ କନୱେ(୭) ଓ ଟମ ଲାଥମ(୧) ମଧ୍ୟ ବେଶୀ କିଛି କରି ପାରି ନଥିଲେ। କନୱେଙ୍କୁ ହାର୍ଦ୍ଦିକ ପାଣ୍ତ୍ୟା ଓ ଲାଥମଙ୍କୁ ଶାର୍ଦ୍ଦୁଲ ଠାକୁର ଆଉଟ କରିଥିଲେ। ୧୫ ରନରେ ୫ ୱିକେଟ ହରାଇ ନ୍ୟୁଜିଲ୍ୟାଣ୍ଡ ସଙ୍କଟରେ ପଡ଼ିଥିଲା। ଏହାପରେ ଗତ ମ୍ୟାଚ୍‌ର ହିରୋ ମାଇକେଲ ବ୍ରେସୱେଲ ଓ ଗ୍ଲେନ ଫିଲିପ୍ସ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ।

Advertisment

ଉଭୟ ବେଶ ସଂଘର୍ଷ କରି ଦଳୀୟ ସ୍କୋରକୁ ୧୫ରୁ ନେଇ ୫୬ରେ ପହଞ୍ଚାଇଥିଲେ। କିନ୍ତୁ ବ୍ରେସୱେଲ ୨୨ ରନ କରିଥିବା ବେଳେ ମହମ୍ମଦ ଶାମି ତାଙ୍କୁ ଆଉଟ କରି ଦେଇଥିଲେ। ଫିଲିପ୍ସ କିନ୍ତୁ ହାର ମାନି ନଥିଲେ। ସେ ମିଚେଲ ସାଣ୍ଟନର(୨୭)ଙ୍କୁ ସାଥୀ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ହେଲେ ହାର୍ଦ୍ଦିକ ପାଣ୍ତ୍ୟା ୨୭ ରନ କରିଥିବା ସାଣ୍ଟନରଙ୍କୁ ଆଉଟ କରି ୧୦୩ ରନରେ ନ୍ୟୁଜିଲ୍ୟାଣ୍ଡକୁ ୭ମ ଝଟକା ଦେଇଥିଲେ।

ସମାନ ସ୍କୋରରେ ଫିଲିପ୍ସ ମଧ୍ୟ ୩୬ ରନ କରି ୱାଶିଂଟନ ସୁନ୍ଦରଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଲକି ଫର୍ଗୁସନ(୧)ଙ୍କ ୱିକେଟ ମଧ୍ୟ ସୁନ୍ଦର ନେଇଛନ୍ତି। ଶେଷରେ କୁଲଦୀପ ଯାଦବ ୨ ରନ କରିଥିବା ବ୍ଲେୟାର ଟିକନେରଙ୍କୁ ଆଉଟ କରି ନ୍ୟୁଜିଲ୍ୟାଣ୍ଡ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ନ୍ୟୁଜିଲ୍ୟାଣ୍ଡ ୩୪.୩ ଓଭର ବ୍ୟାଟିଂ କରି ମାତ୍ର ୧୦୮ ରନ କରିବାକୁ ସକ୍ଷମ ହୋଇଛି। ଫଳରେ ଭାରତକୁ ୧୦୯ ରନର ଟାର୍ଗେଟ ମିଳିଛି।

ଭାରତ ପକ୍ଷରୁ ମହମ୍ମଦ ଶାମି ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ୱାଶିଂଟନ ଓ ପାଣ୍ଡ୍ୟା ଦୁଇଟି ଲେଖାଏ ସଫଳତା ପାଇଛନ୍ତି। ସେହିପରି ଶାର୍ଦ୍ଦୁଲ, କୁଲଦୀପ ଓ ସିରାଜ ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।

Bcci Indian Cricket Team Rohit Sharma