rr
ହାମିଲଟନ: ଶୂନ୍ୟରେ ଉଡ଼ି ରନ୍ ଆଉଟ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି। ହାମିଲଟନର ସେଡ୍ଡନ ପାର୍କ ଷ୍ଟାଡିୟମରେ ବିରାଟ ନ୍ୟୁଜିଲ୍ୟାଣ୍ଡ ଓପନର ହେନେରି ନିକୋଲସଙ୍କୁ କରିଥିବା ରନ୍ ଆଉଟର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ନିକୋଲସ ଅର୍ଦ୍ଧଶତକ ହାସଲ କରିବା ସହ ଅଭିଜ୍ଞ ରସ ଟେଲରଙ୍କ ସହ ମିଶି ନ୍ୟୁଜିଲ୍ୟାଣ୍ଡକୁ ବିଜୟ ଅଭିମୁଖେ ନେଇ ଯାଉଥିଲେ। ହେଲେ ବିରାଟ ଚମତ୍କାର ଫିଲ୍ଡିଂ କରି ନିକୋଲସଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ରସ ଟେଲର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କ ଏକ ବଲକୁ ଡିଫେନ୍ସ କରି ଏକ ରନ୍ ନେବାକୁ ଚେଷ୍ଟା କରିଥିଲେ।
ନନ୍ ଷ୍ଟ୍ରାଇକରେ ଥିବା ନିକୋଲସ ମଧ୍ୟ ଦ୍ରୁତ ଗତିରେ ଦୌଡ଼ିଥିଲେ। ହେଲେ ବିରାଟ ତାଙ୍କ ଠାରୁ ପାଦେ ଆଗୁଆ ହୋଇଯାଇଥିଲେ। ସେ ବଲଟିକୁ ଧରିବା ସହ ଶୂନ୍ୟରେ ଉଡ଼ି ଏହାକୁ ୱିକେଟରେ ମାଡ଼ କରିଦେଇଥିଲେ। ନିକୋଲସ ରନ୍ ଆଉଟରୁ ବଞ୍ଚିବା ପାଇଁ ଡ୍ରାଇଭ ମାରିଥିଲେ।
https://twitter.com/i/status/1224978708676481024
ହେଲେ ବିରାଟଙ୍କ ଆଗରେ ଏହା ଫିକା ପଡ଼ି ଯାଇଥିଲେ। ବିରାଟଙ୍କ ଏଭଳି ଶୂନ୍ୟରେ ରନ୍ ଆଉଟ ଘଟଣାକୁ ଅନେକ ଦକ୍ଷିଣ ଆଫ୍ରିକାର ଜଣ୍ଟି ରୋଡ୍ସଙ୍କ ସହ ତୁଳନା କରିଛନ୍ତି।
ଦେଖନ୍ତୁ ଭିଡିଓ
https://twitter.com/i/status/1224978762145529858
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/02/rr.jpg)