India Boxer Team
ବୋସନିଆରେ ଅନୁଷ୍ଠିତ ୨୧ଶ ମୁସ୍ତାଫା ହଜରୁହ୍ଲାହୋଭିକ ମେମୋରିଆଲ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ବକ୍ସିରଙ୍କ କମାଲ୍। ୯ଟି ସୁନା ସହ ୧୦ ପଦକ ସହ ଶେଷ କଲେ ଚଳିତ ବର୍ଷର ଯାତ୍ରା। ଟୁର୍ଣ୍ଣାମେଣ୍ଟର ଶେଷରେ ମଞ୍ଜୁ ରାଣୀଙ୍କ ସ୍ୱର୍ଣ୍ଣ ସହ ଚଳିତ ସଂସ୍କରଣ ଯାତ୍ରା ଶେଷ ହୋଇଛି।
ବକ୍ସର ମଞ୍ଜୁ ରାଣୀ ୫୦ କିଲୋଗ୍ରାମ ବର୍ଗରେ ନିଜର ସାହସିକତା ଏବଂ ଆଭିମୁଖ୍ୟ ପ୍ରଦର୍ଶନ କରି ଆଫଗାନିସ୍ତାନର ସାଦିଆ ବ୍ରୋମାଣ୍ଡକୁ ୩-୦ରେ ପରାସ୍ତ କରିଥିଲେ। ଟୁର୍ଣ୍ଣାମେଣ୍ଟରେ ତାଙ୍କ ପ୍ରଦର୍ଶନ କେବଳ ତାଙ୍କୁ ଗୋଲ୍ଡ ଭେଟି ଦେଇନାହିଁ, ବରଂ ଶ୍ରେଷ୍ଠ ମହିଳା ବକ୍ସରର ଆଖ୍ୟା ଦେଇଛି।
ପୁରୁଷ ୫୧ କିଲୋଗ୍ରାମ ବର୍ଗରେ ବରୁଣ ସିଂ ଶାଗୋଲଶେମ ପୋଲାଣ୍ଡର ଜାକୁବ ସ୍ଲୋମିନ୍ସକୁ ପରାସ୍ତ କରି ବିଜୟ ହାସଲ କରିଛନ୍ତି। ପୁରୁଷ ୫୭ କିଲୋଗ୍ରାମ ବର୍ଗର ଆକାଶ କୁମାର ଫାଇନାଲରେ ବୀରତ୍ୱର ସହ ଲଢେଇ କରିଥିଲେ। ସେ ସ୍ୱିଡେନର ହାଡି ହାଡ୍ରୋସଙ୍କ ସହ ଲଢେଇ କରିଥିଲେ। ମତ୍ର ଶେଷ ମ୍ୟାଚ୍ ୨-୧ରେ ହାଡ୍ରୋସଙ୍କ ସପକ୍ଷରେ ଯାଇଥିଲା।
ପୁରୁଷ ୬୩ କିଲୋଗ୍ରାମ ବର୍ଗରେ ମଧ୍ୟ ମନୀଷ କୌଶିକ ଭଲ ପ୍ରଦର୍ଶନ କରିଥିଲେ। ସେ ପାଲେଷ୍ଟାଇନର ମହମ୍ମଦ ସାଉଦଙ୍କୁ ୩-୦ରେ ପରାସ୍ତ କରି ସ୍ୱର୍ଣ୍ଣ ଜିତିଥିଲେ। ୯୨ କିଲୋଗ୍ରାମ ବର୍ଗରେ ମଧ୍ୟ ପୁରୁଷ ବକ୍ସର୍ କମାଲ୍ କରିଥିଲେ। ନବୀନ କୁମାର ଚମକଦାର୍ ପ୍ରଦର୍ଶନ କରି ପୋଲାଣ୍ଡର ମାଟେଉଜ୍ ବେରେଜନିକ୍କିଙ୍କୁ ୨-୧ରେ ପରାସ୍ତ କରିଥିଲେ।
ବିପକ୍ଷ ପ୍ରତିଦ୍ୱନ୍ଦ୍ୱୀ ଫାଇନାଲ ନ ଖେଳିବାରୁ ବକ୍ସର ଜ୍ୟୋତି, ଶଶି, ଜିଜ୍ଞାସା, ବିନାକ୍ଷୀ ଏବଂ ସତୀଶ କୁମାରଙ୍କୁ ବିଜେତା ଘୋଷଣା କରାଯାଇଥିଲା। ଟୁର୍ଣ୍ଣାମେଣ୍ଟର ଅନ୍ତିମରେ ମଞ୍ଜୁ ରାଣୀ ସ୍ୱର୍ଣ୍ଣ ଜିତି ଭାରତ ତାଲିକାଲେ ୧୦ ମେଡାଲ୍ ଯୋଡିଛନ୍ତି, ଯେଉଁଥିରେ ୯ଟି ଗୋଲ୍ଡ ମେଡାଲ୍ ରହିଛି। ବୋସନିଆର ରାଜଧାନୀ ସରାଜେଭୋରେ ଅନୁଷ୍ଠିତ ହେଉଥିବା ମୁସ୍ତାଫା ହଜରୁହ୍ଲାହୋଭିକ ମେମୋରିଆଲ ଟୁର୍ଣ୍ଣାମେଣ୍ଟ ଗତକାଲି (୧୦ସେପ୍ଟେମ୍ବର)ରେ ଶେଷ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us