/odisha-reporter/media/post_attachments/uploadimage/library/16_9/16_9_0/Olympics__1722170808.jpg)
Olympics
ପ୍ୟାରିସ ଅଲିମ୍ପିକ୍ସରେ ନିରାଶ କରିଛନ୍ତି ଭାରତୀୟ ମହିଳା ତୀରନ୍ଦାଜି ଟିମ। ଦଳ ଆଜି କ୍ୱାର୍ଟର ଫାଇନାଲରେ ଅପେକ୍ଷାକୃତ ଦୁର୍ବଳ ନେଦରଲ୍ୟାଣ୍ଡ୍ସ ଠାରୁ ୬-୦ରେ ପରାସ୍ତ ହୋଇଛି। ଏଥିସହ ସେମି ଫାଇନାଲ ଦୌଡ଼ରୁ ଦଳ ବାଦ ପଡ଼ିଛି।
Advertisment
ଦୀପିକା କୁମାରୀ, ଭଜନ କୌର ଓ ଅଙ୍କିତା ଭକତ ଯୋଗ୍ୟତା ପର୍ଯ୍ୟାୟରେ ଦମଦାର ପ୍ରଦର୍ଶନ କରି ସିଧାସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। କିନ୍ତୁ ୮ମ ସିଡ୍ ଭାରତୀୟ ଦଳ ୧୦ମ ସିଡ୍ ନେଦରଲ୍ୟାଣ୍ଡ୍ସ ଠାରୁ ଅପ୍ରତ୍ୟାଶିତ ଭାବେ ହାରି ସମସ୍ତଙ୍କୁ ନିରାଶ କରିଛନ୍ତି।
ଆଜି କ୍ୱାର୍ଟର ଫାଇନାଲରେ ଦଳ ଆରମ୍ଭରୁ ହିଁ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଦୀପିକା କୁମାର ଓ ଅଙ୍କିତା ଗୋଟିଏ ଥର ଲେଖାଏ ପୂରା ଟାର୍ଗେଟରୁ ଦୂରେଇ ଯାଇଥିଲେ। ଏହାର ଫାଇଦା ଉଠାଇ ନେଦରଲ୍ୟାଣ୍ଡ୍ସ ବାଜି ମାରି ନେଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
