Advertisment

ନିରାଶ କଲେ ଭାରତର ମହିଳା ତୀରନ୍ଦାଜି ଟିମ

୮ମ ସିଡ୍‌ ଭାରତୀୟ ଦଳ ୧୦ମ ସିଡ୍‌ ନେଦରଲ୍ୟାଣ୍ଡ୍ସ ଠାରୁ ଅପ୍ରତ୍ୟାଶିତ ଭାବେ ହାରି ସମସ୍ତଙ୍କୁ ନିରାଶ କରିଛନ୍ତି।

Olympics

Olympics

Advertisment

ପ୍ୟାରିସ ଅଲିମ୍ପିକ୍ସରେ ନିରାଶ କରିଛନ୍ତି ଭାରତୀୟ ମହିଳା ତୀରନ୍ଦାଜି ଟିମ। ଦଳ ଆଜି କ୍ୱାର୍ଟର ଫାଇନାଲରେ ଅପେକ୍ଷାକୃତ ଦୁର୍ବଳ ନେଦରଲ୍ୟାଣ୍ଡ୍ସ ଠାରୁ ୬-୦ରେ ପରାସ୍ତ ହୋଇଛି। ଏଥିସହ ସେମି ଫାଇନାଲ ଦୌଡ଼ରୁ ଦଳ ବାଦ ପଡ଼ିଛି।

Advertisment

ଦୀପିକା କୁମାରୀ, ଭଜନ କୌର ଓ ଅଙ୍କିତା ଭକତ ଯୋଗ୍ୟତା ପର୍ଯ୍ୟାୟରେ ଦମଦାର ପ୍ରଦର୍ଶନ କରି ସିଧାସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। କିନ୍ତୁ ୮ମ ସିଡ୍‌ ଭାରତୀୟ ଦଳ ୧୦ମ ସିଡ୍‌ ନେଦରଲ୍ୟାଣ୍ଡ୍ସ ଠାରୁ ଅପ୍ରତ୍ୟାଶିତ ଭାବେ ହାରି ସମସ୍ତଙ୍କୁ ନିରାଶ କରିଛନ୍ତି।

ଆଜି କ୍ୱାର୍ଟର ଫାଇନାଲରେ ଦଳ ଆରମ୍ଭରୁ ହିଁ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଦୀପିକା କୁମାର ଓ ଅଙ୍କିତା ଗୋଟିଏ ଥର ଲେଖାଏ ପୂରା ଟାର୍ଗେଟରୁ ଦୂରେଇ ଯାଇଥିଲେ। ଏହାର ଫାଇଦା ଉଠାଇ ନେଦରଲ୍ୟାଣ୍ଡ୍ସ ବାଜି ମାରି ନେଇଛି।  

Advertisment
Olympics Paris Olympics 2024 Olympics 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe