Advertisment

ମ୍ୟାଚ୍ ଟାଇ’, ପୁଣି ହୃଦୟ ଜିତିଲା ଆଫ୍‌ଗାନିସ୍ତାନ୍

ଦୁବାଇ: ଚଳିତ ଏସିଆ କପ୍‌ର ସବୁଠୁ ରୋମାଞ୍ଚଭରା ମ୍ୟାଚ୍‌ ଗତକାଲି ଦେଖିଛନ୍ତି ଦର୍ଶକ। ଏହି ମ୍ୟାଚ୍ ହୋଇଥିଲା ଭାରତ ଓ ଆଫ୍‌ଗାନିସ୍ତାନ୍ ମଧ୍ୟରେ। ଏହି ମ୍ୟାଚ ଟାଇ’ରେ ଶେଷ ହୋଇଛି। ଆଉ ଏହା ସହିତ ପୁଣି ସମସ୍ତଙ୍କ ହୃଦୟ ଜିତିଛି ଆଫ୍‌ଗାନିସ୍ତାନ୍। ଚଳିତ ଏସିଆ କପ୍‌ର ଏକ ଲିଗ୍ ମ୍ୟାଚ୍‌ରେ ଆଫ୍‌ଗାନିସ୍ତାନ ବାଂଲାଦେଶକୁ ୧୩୬ ରନ୍‌ରେ ପରାସ୍ତ କରି ସମସ୍ତଙ୍କ ହୃଦୟ ଜିତିଥିଲା। ସେହିଭଳି ସୁପର୍ ଫୋର୍ ରାଉଣ୍ଡରେ ଏକ ମ୍ୟାଚ୍‌ରେ ଦଳ ପାକିସ୍ତାନ୍‌ଠାରୁ ହାରିଥିଲେ ମଧ୍ୟ […]

ଅଦ୍ୟତନ ହୋଇଛି
ମ୍ୟାଚ୍ ଟାଇ’, ପୁଣି ହୃଦୟ ଜିତିଲା ଆଫ୍‌ଗାନିସ୍ତାନ୍

ae

Advertisment

ଦୁବାଇ: ଚଳିତ ଏସିଆ କପ୍‌ର ସବୁଠୁ ରୋମାଞ୍ଚଭରା ମ୍ୟାଚ୍‌ ଗତକାଲି ଦେଖିଛନ୍ତି ଦର୍ଶକ। ଏହି ମ୍ୟାଚ୍ ହୋଇଥିଲା ଭାରତ ଓ ଆଫ୍‌ଗାନିସ୍ତାନ୍ ମଧ୍ୟରେ। ଏହି ମ୍ୟାଚ ଟାଇ’ରେ ଶେଷ ହୋଇଛି। ଆଉ ଏହା ସହିତ ପୁଣି ସମସ୍ତଙ୍କ ହୃଦୟ ଜିତିଛି ଆଫ୍‌ଗାନିସ୍ତାନ୍।

Advertisment

ଚଳିତ ଏସିଆ କପ୍‌ର ଏକ ଲିଗ୍ ମ୍ୟାଚ୍‌ରେ ଆଫ୍‌ଗାନିସ୍ତାନ ବାଂଲାଦେଶକୁ ୧୩୬ ରନ୍‌ରେ ପରାସ୍ତ କରି ସମସ୍ତଙ୍କ ହୃଦୟ ଜିତିଥିଲା। ସେହିଭଳି ସୁପର୍ ଫୋର୍ ରାଉଣ୍ଡରେ ଏକ ମ୍ୟାଚ୍‌ରେ ଦଳ ପାକିସ୍ତାନ୍‌ଠାରୁ ହାରିଥିଲେ ମଧ୍ୟ ସମସ୍ତଙ୍କ ମନ ଜିଣିଥିଲା। କାରଣ ପାକିସ୍ତାନ୍ ମାତ୍ର ୩ଟି ବଲ୍ ବାକି ଥାଇ ଉକ୍ତ ମ୍ୟାଚ୍ ଜିତିଥିଲା।

ଗତକାଲି ପ୍ରଥମେ ବ୍ୟାଟିଂ କରି ଆଫ୍‌ଗାନିସ୍ତାନ୍ ୨୫୨ରନ୍ କରିଥିବା ବେଳେ ଭାରତ ମଧ୍ୟ ୨୫୨ରନ୍‌ କରିଥିଲା। ଶେଷ ଓଭରରେ ଟିମ୍‌ ଇଣ୍ଡିଆକୁ ବିଜୟ ପାଇଁ ୭ ରନ୍ ଦରକାର ଥିବାବେଳେ ଦଳ ମାତ୍ର ୬ ରନ୍ କରିବାରେ ସକ୍ଷମ ହୋଇଥିଲା।

Advertisment

ଦମ୍‌ଦାର୍ ଇନିଂସ୍ ପାଇଁ ଆଫ୍‌ଗାନିସ୍ତାନ୍‌ର ମହମ୍ମଦ ଶହଜାଦ୍‌ ‘ମ୍ୟାନ୍‌ ଅଫ୍ ଦ ମ୍ୟାଚ୍‌’ ବିବେଚନା କରାଯାଇଛି।

ଭାରତ ପକ୍ଷରୁ ଏସିଆ କପ୍‌ରେ ନିଜର ପ୍ରଥମ ମ୍ୟାଚ୍‌ ଖେଳୁଥିବା କେଏଲ୍‌ ରାହୁଲ ସର୍ବାଧିକ ୬୦ ରନ୍‌ କରିଥିବା ବେଳେ ଅମ୍ବାତି ରାୟିଡୁ ୫୭, ଦୀନେଶ କାର୍ତ୍ତିକ ୪୪, ଧୋନି ୮, ମନୀଷ ପାଣ୍ଡେ ୮, କେଦାର ଯାଦବ ୧୯ ଓ ରବୀନ୍ଦ୍ର ଜାଡେଜା ୨୬ ରନ୍‌ର ଇନିଂସ୍‌ ଖେଳିଥିଲେ।

ଆଫ୍‌ଗାନିସ୍ତାନ୍ ପକ୍ଷରୁ ଗୁଲବଦିନ ନୈବ, ରଶିଦ୍ ଖାନ୍, ଅଫ୍‌ତାବ୍ ଆଲାମ୍ ୨ଟି ଲେଖାଏ ୱିକେଟ୍‌ ନେଇଥିବା ବେଳେ ଜାଭେଦ ଅହମଦି ଗୋଟିଏ ୱିକେଟ୍‌ ନେଇଥିଲେ।

ଆଫ୍‌ଗାନିସ୍ତାନ୍ ଚଳିତ ଏସିଆ କପ୍‌ର ଫାଇନାଲ୍‌ ଖେଳିବାକୁ ବିଫଳ ହୋଇଥିଲେ ହେଁ ଦଳ ପୂରା ଟୁର୍ଣ୍ଣାମେଣ୍ଟ୍‌ରେ ଜବରଦସ୍ତ ପ୍ରଦର୍ଶନ କରି ସମସ୍ତଙ୍କ ହୃଦୟ ଜିତିବାକୁ ସକ୍ଷମ ହୋଇଛି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫ୍‌ଗାନିସ୍ତାନ୍ ଓପନର୍‌ ମହମ୍ମଦ ଶହଜାଦ୍‌ଙ୍କ ବିସ୍ଫୋରକ ୧୨୪ ଓ ଅଲ୍‌ରାଉଣ୍ଡର ମହମ୍ମଦ ନାବିଙ୍କ ୬୪ ରନ୍‌କୁ ଆଧାର କରି ୮ ୱିକେଟ୍‌ ହରାଇ ୨୫୨ ରନ୍‌ କରିଥିଲା।

publive-image

୨୫୩ ରନ୍‌ର ଟାର୍ଗେଟ ପାଇଥିବା ଟିମ୍‌ ଇଣ୍ଡିଆ ନିୟମିତ ଓପନର୍‌ ରୋହିତ ଶର୍ମା ଓ ଶିଖର ଧୱନଙ୍କୁ ବିଶ୍ରାମ ଦେଇଥିବାରୁ ରାହୁଲ ଓ ଅମ୍ବାତି ରାୟିଡୁଙ୍କ ଦ୍ୱାରା ଇନିଂସ୍‌ ଓପନ୍‌ କରିବାକୁ ନିଷ୍ପତ୍ତି ନେଇଥିଲା। ଉଭୟ ଜବରଦସ୍ତ ଆରମ୍ଭ କରି ଟିମ୍‌ ମ୍ୟାନେଜମେଣ୍ଟର୍‌ ନିଷ୍ପତ୍ତିକୁ ଠିକ୍‌ ବୋଲି ପ୍ରମାଣିତ କରିଥିଲେ।

ଉଭୟ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବା ସହ ପ୍ରଥମ ୱିକେଟ୍‌ ପାଇଁ ୧୧୦ରନ୍‌ର ଭାଗୀଦାରି କରିଥିଲେ।

ତେବେ ବ୍ୟକ୍ତିଗତ ଭାବେ ୫୭ ରନ୍‌ କରିଥିବା ବେଳେ ରାୟିଡୁଙ୍କୁ ମହମ୍ମଦ ନାବି ଆଉଟ୍‌ କରିଦେଇଥିଲେ। ଏହାପରେ ରଶିଦ୍‌ଙ୍କ ସ୍ପିନ୍ ଜାଲରେ ଫସି ଯାଇଥିଲେ କେଏଲ ରାହୁଲ। ସେ ଆଉଟ୍ ୬୦ ରନ୍ କରି ଆଉଟ୍ ହୋଇଯାଇଥିଲେ।

publive-image

ପ୍ରମୋସନ୍‌ ପାଇ ୩ ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଦୀନେଶ କାର୍ତ୍ତିକ ମଧ୍ୟ ସୁଯୋଗର ଭରପୂର ଫାଇଦା ଉଠାଇ ୪୪ ରନ୍‌ କରିଥିଲେ।

ତାଙ୍କୁ ମହମ୍ମଦ ନାବି ଆଉଟ୍‌ କରିଥିଲେ। ତେବେ ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ନାବାଗତ ଦୀପକ ଚହର ଓ ରବୀନ୍ଦ୍ର ଜାଡେଜା ଦଳ ସ୍କୋର୍‌କୁ ଆଗକୁ ବଢ଼ାଇଥିଲେ। ଚହର ୧୨ରନ୍ କରି ଆଉଟ୍ ହୋଇଯାଇଥିଲେ। ରବୀନ୍ଦ୍ର ଜାଡେଜା (୨୫)ଶେଷ ପର୍ଯ୍ୟନ୍ତ ଲଢ଼େଇ କରିଥିଲେ ହେଁ ଭାରତକୁ ସଫଳ କରାଇ ପାରି ନ ଥିଲେ। ଟିମ୍ ଇଣ୍ଡିଆ ୪୯.୫ ଓଭରରେ ୨୫୨ ରନ୍ କରି ଅଲ୍ଆ‌ଉଟ୍‌ ହୋଇଯାଇଥିଲା।

ଅଧିନାୟକ ପଦ ଛାଡ଼ି ଥିଲେ ହେଁ ଆଜି ଟିମ୍‌ ଇଣ୍ଡିଆର ନେତୃତ୍ୱ ନେଇଥିଲେ। କ୍ୟାପ୍ଟେନ୍‌ ଭାବେ ଏହା ଧୋନିଙ୍କ ୨୦୦ ତମ ମ୍ୟାଚ୍‌ ଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe