Advertisment

ଅଷ୍ଟ୍ରେଲିଆକୁ ହରାଇ ପାକିସ୍ତାନର ରେକର୍ଡର ସମକକ୍ଷ ହେଲା ଭାରତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାରାଷ୍ଟ୍ରର ନାଗପୁରରେ ଶୁକ୍ରବାର ଖେଳା ଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌କୁ ଜିତି ଯାଇଛି ଭାରତ। ଏହା ସହିତ ୩ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌କୁ ୧-୧ ସ୍ତରକୁ ଆଣିଛି ଘରୋଇ ଦଳ। ଏହି ମ୍ୟାଚ୍‌ରେ ବିଜୟୀ ହେବା ସହିତ ଭାରତୀୟ ଦଳ ପାକିସ୍ତାନର ଏକ ରେକର୍ଡର ସମକକ୍ଷ ହୋଇଛି। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଟି-ଟ୍ୱେଣ୍ଟି ମ୍ୟାଚ୍ ଜିତିବାର ରେକର୍ଡ ପାକିସ୍ତାନ ନାଁରେ ଥିଲା। ୨୦୨୧ରେ ପାକିସ୍ତାନ ଏହି ରେକର୍ଡ […]

ଅଷ୍ଟ୍ରେଲିଆକୁ ହରାଇ ପାକିସ୍ତାନର ରେକର୍ଡର ସମକକ୍ଷ ହେଲା ଭାରତ

Rohit Sharma and Kartik

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାରାଷ୍ଟ୍ରର ନାଗପୁରରେ ଶୁକ୍ରବାର ଖେଳା ଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌କୁ ଜିତି ଯାଇଛି ଭାରତ। ଏହା ସହିତ ୩ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌କୁ ୧-୧ ସ୍ତରକୁ ଆଣିଛି ଘରୋଇ ଦଳ। ଏହି ମ୍ୟାଚ୍‌ରେ ବିଜୟୀ ହେବା ସହିତ ଭାରତୀୟ ଦଳ ପାକିସ୍ତାନର ଏକ ରେକର୍ଡର ସମକକ୍ଷ ହୋଇଛି। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଟି-ଟ୍ୱେଣ୍ଟି ମ୍ୟାଚ୍ ଜିତିବାର ରେକର୍ଡ ପାକିସ୍ତାନ ନାଁରେ ଥିଲା। ୨୦୨୧ରେ ପାକିସ୍ତାନ ଏହି ରେକର୍ଡ ସୃଷ୍ଟି କରିଥିଲା। ସେହିବର୍ଷ ପାକିସ୍ତାନ ୨୦ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଜିତିଥିଲା।

Advertisment

ଗତକାଲି ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ହରାଇବା ସହିତ ଟିମ୍ ଇଣ୍ଡିଆ ପାକିସ୍ତାନର ଏହି ରେକର୍ଡର ସମକକ୍ଷ ହୋଇଯାଇଥିଲା। ଦଳ ୨୦୨୨ରେ ଏଯାବତ୍ ୨୦ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଜିତି ସାରିଲାଣି। ଚଳିତ ବର୍ଷ ଭାରତୀୟ ଦଳ ୨୭ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଥିବା ବେଳେ ସେଥିରୁ ୨୦ଟିରେ ବିଜୟ ହାସଲ କରିଛି।

ଆସନ୍ତାକାଲି ପାକିସ୍ତାନର ରେକର୍ଡ ଭାଙ୍ଗିବାକୁ ଭାରତ ପାଖରେ ସୁଯୋଗ ରହିଛି। କାରଣ କାଲି ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍‌ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ। ହାଇଦ୍ରାବାଦରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ବିଜୟ ହାସଲ କଲେ ଭାରତ ସିରିଜ୍ ହାତେଇବା ସହ ପାକିସ୍ତାନର ରେକର୍ଡ ଭାଙ୍ଗିବ।

Advertisment

ଅନ୍ୟପକ୍ଷରେ ଆସନ୍ତାକାଲିର ମ୍ୟାଚ୍‌କୁ ମିଶାଇ ଚଳିତ ବର୍ଷ ଭାରତ ସର୍ବନିମ୍ନ ୯ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିବ। ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ସରିବା ପରେ ଦକ୍ଷିଣ ଆଫ୍ରିକା ଭାରତ ଆସିବ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍ ଇଣ୍ଡିଆ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିବ। ତା’ପରେ ଦଳ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଖେଳିବା ପାଇଁ ଅଷ୍ଟ୍ରେଲିଆ ଯିବ। ବିଶ୍ୱକପ୍‌ରେ ଗ୍ରୁପ୍ ପର୍ଯ୍ୟାୟରେ ଦଳ ୫ଟି ମ୍ୟାଚ୍ ଖେଳିବ। ଏଣୁ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ମ୍ୟାଚ୍ ଜିତିବାର ଏକ ବଡ଼ ରେକର୍ଡ ସ୍ଥାପନ ପାଇଁ ଦଳ ପାଖରେ ବହୁତ ସୁଯୋଗ ରହିଛି।

ସୂଚନାଯୋଗ୍ୟ, ଗତକାଲି ନାଗପୁରରେ ଖେଳା ଯାଇଥିବା ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ବର୍ଷା ବାଧା ସୃଷ୍ଟି କରିଥିଲା। ଫଳରେ ବହୁ ବିଳମ୍ବରେ ଖେଳ ଆରମ୍ଭ ହୋଇଥିଲା ଓ ମାତ୍ର ୮ ଓଭର ଲେଖାଏଁ ଖେଳା ଯାଇଥିଲା। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୮ ଓଭରରେ ୫ ୱିକେଟ୍ ହରାଇ ୯୦ ରନ୍ କରିଥିଲା। ୯୧ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳ ୭.୨ ଓଭରରେ ଏହାକୁ ହାସଲ କରି ନେଇଥିଲା। ଦଳ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୪୬ ରନ୍ କରି ଅପରାଜିତ ରହିଥିଲେ। ସେ ୨୦ଟି ବଲ୍‌ରୁ ୪ଟି ଚୌକା ଓ ୪ଟି ଛକା ସହାୟତାରେ ଏହି ରନ୍ ସଂଗ୍ରହ କରିଥିଲେ। କେଏଲ ରାହୁଲ ୧୦ ରନ୍ କରିଥିବା ବେଳେ ବିରାଟ କୋହଲି ୧୧ ଓ ହାର୍ଦ୍ଦିକ ପାଣ୍ଡ୍ୟା ୯ ରନ୍ କରିଥିଲେ। ସୂର୍ଯ୍ୟ କୁମାର ଯାଦବ ଖାତା ଖୋଲିପାରି ନଥିଲେ। ଦୀନେଶ କାର୍ତ୍ତିକ ୨ଟି ବଲ୍‌ରୁ ୧୦ ରନ୍ କରି ଅପରାଜିତ ରହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe