Advertisment

ଏସିଆନ ଗେମ୍ସ: ରେକର୍ଡ ପଦକ ସହ ଅଭିଯାନ ଶେଷ କଲେ ଭାରତୀୟ ଶୁଟର

ଚଳିତ ଏସୀୟ କ୍ରୀଡ଼ାରେ ବର୍ତ୍ତମାନ ସୁଦ୍ଧା ଭାରତ ୪୨ଟି ପଦକ ଜିତିଥିବା ବେଳେ କେବଳ ଶୁଟିଂରୁ ଆସିଛି ୨୨ଟି ପଦକ।

Asian Games

Asian Games

Advertisment

ଚାଇନାରେ ଚାଲିଥିବା ଏସିଆନ ଗେମ୍ସରେ ଭାରତୀୟ ଶୁଟରଙ୍କ ଦବଦବା ଦେଖିବାକୁ ମିଳିଛି। ୧୯ତମ ଏସିଆନ ଗେମ୍ସରେ ଭାରତୀୟ ଶୁଟରମାନେ ରେକର୍ଡ ସଂଖ୍ୟକ ପଦକ ଜିତି ନିଜର ଅଭିଯାନ ଶେଷ କରିଛନ୍ତି। ଆଜି ପୁରୁଷ ଟ୍ରାପ୍‌ ଇଭେଣ୍ଟ ସହ ଶୁଟିଂ ପ୍ରତିଯୋଗିତା ଶେଷ ହୋଇଛି।

Advertisment

ପୁରୁଷ ଏକକ ଟ୍ରାପ୍‌ ଇଭେଣ୍ଟରେ ଭାରତ ପାଇଁ କିନାନ ଡାରିଅସ ଚେନାଇ ବ୍ରୋଞ୍ଜ ପଦକ ଜିତିଛନ୍ତି। ସେହିପରି ଏହି ଇଭେଣ୍ଟରେ ସାମିଲ ହୋଇଥିବା ଭାରତର ଜୋରବର ସିଂହ ସାନ୍ଧୁ ୫ମ ସ୍ଥାନରେ ରହିଛନ୍ତି। ସେ ୩୦ଟି ଶଟରୁ ୨୩ଟି ସଫଳତାର ସହ ଶୁଟ କରିଥିଲେ। କିନ୍ତୁ ଚେନ୍ନାଇ ୪୦ଟି ଶଟରୁ ୩୨ଟି ହିଟ୍‌ କରି ଭାରତକୁ ବ୍ରୋଞ୍ଜ ପଦକ ଭେଟି ଦେଇଛନ୍ତି।

ଏହି ଇଭେଣ୍ଟ ପରେ ଏସିଆ ଗେମ୍ସରେ ଭାରତର ଶୁଟିଂ ଅଭିଯାନ ଶେଷ ହୋଇଛି। ଭାରତ ଶୁଟିଂରୁ ମୋଟ ୨୨ଟି ପଦକ ଜିତିଛି। ଏହାପୂର୍ବରୁ ଭାରତକୁ କେବେ ହେଲେ ଶୁଟିଂରେ ଏତେ ସଂଖ୍ୟକ ପଦକ ମିଳି ନଥିଲା। ୨୨ଟି ପଦକ ମଧ୍ୟରେ ୭ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଓ ୬ଟି ବ୍ରୋଞ୍ଜ ପଦକ ରହିଛି।

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଜି ଏସିଆନ ଗେମ୍ସର ୮ମ ଦିନରେ ମଧ୍ୟ ଭାରତ ପାଇଁ ଶୁଟରମାନେ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଛନ୍ତି। ପ୍ରଥମେ ପୁରୁଷ ଟ୍ରାପ ଇଭେଣ୍ଟରେ ଭାରତ ସୁନା ପଦକ ଜିତିଥିଲା। କିନାନ ଚେନାଇ, ଜୋରାବର ସିଂହ ସାନ୍ଧୁ ଓ ପୃଥ୍ୱୀରାଜ ଟୋଣ୍ଡାଇମାନଙ୍କୁ ନେଇ ଗଠିତ ଟିମ୍ ଦେଶ ପାଇଁ ସ୍ୱର୍ଣ୍ଣ ଜିତିଥିଲେ। କୁଏତ ଓ ଚାଇନାକୁ ପଛରେ ପକାଇ ଭାରତୀୟ ଟିମ ସ୍ୱର୍ଣ୍ଣ ଜିତିଥିଲା। ଭାରତକୁ ୩୬୧ ପଏଣ୍ଟ ମିଳିଥିବା ବେଳା କୁଏତ ୩୫୨ ଓ ଚାଇନା ୩୪୬ ପଏଣ୍ଟ ପାଇଥିଲେ।

ଏହା ପୂର୍ବରୁ ମହିଳା ଶୁଟରମାନେ ରୌପ୍ୟ ପଦକ ଜିତିଥିଲେ। ମହିଳା ଟ୍ରାପ୍ ଇଭେଣ୍ଟରେ ଦଳକୁ ଏହି ସଫଳତା ମିଳିଥିଲା। ରାଜେଶ୍ୱରୀ କୁମାରୀ, ମନୀଷା କୀର ଓ ପ୍ରୀତି ରଜକ ୩୩୭ ପଏଣ୍ଟ ପାଇ ରୌପ୍ୟ ପଦକ ଜିତିଥିଲେ।

ଅନ୍ୟପକ୍ଷରେ ଚଳିତ ଏସୀୟ କ୍ରୀଡ଼ାରେ ବର୍ତ୍ତମାନ ସୁଦ୍ଧା ଭାରତ ୪୨ଟି ପଦକ ଜିତିଥିବା ବେଳେ କେବଳ ଶୁଟିଂରୁ ଆସିଛି ୨୨ଟି ପଦକ। ଏହି ୨୨ଟି ପଦକ ମଧ୍ୟରେ ୭ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଓ ୬ଟି ବ୍ରୋଞ୍ଜ ପଦକ ରହିଛି।

Asian Games Asian Games Shooting 19th Asian Games
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe