/odisha-reporter/media/post_attachments/uploadimage/library/16_9/16_9_0/IMAGE_1674144081.jpg)
Team India
ଶେଷ ଯାଏ ୱେଲ୍ସ ଭଳି ଦୁର୍ବଳ ଦଳ ସହ ସଂଘର୍ଷ କରିଛି ଭାରତୀୟ ପୁରୁଷ ହକି ଟିମ୍। ଅବଶ୍ୟ ଭାରତୀୟ ଟିମ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ ୪-୨ରେ ଜିତିଛି। ହେଲେ ୱେଲ ଶେଷ ଯାଏ ଦଳ ଉପରେ ଚାପ ରଖିବାକୁ ସକ୍ଷମ ହୋଇଥିଲା। ଭାରତ ମ୍ୟାଚ୍ ଜିତିଥିଲେ ମଧ୍ୟ ଗ୍ରୁପ୍ ଡି’ରୁ ଦ୍ୱିତୀୟ ଦଳ ଭାବେ କ୍ରସଓଭର ମ୍ୟାଚ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି।
ଜାନୁଆରୀ ୨୨ରେ ଦଳ ଗ୍ରୁପ ସି’ର ତୃତୀୟ ସ୍ଥାନରେ ଥିବା ନ୍ୟୁଜିଲ୍ୟାଣ୍ଡକୁ ଭେଟିବ। ଏହି ମ୍ୟାଚ୍ ଜିତିଲେ ଦଳ ବିଶ୍ୱକପର କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ। ଗ୍ରୁପ ଡି’ରୁ ଇଂଲଣ୍ଡ ପ୍ରଥମ ସ୍ଥାନରେ ରହି କ୍ୱାର୍ଟର ଫାଇନାଲରେ ପହଞ୍ଚିଛି। ଆଜି ଯଦି ଭାରତ ୱେଲ୍ସକୁ ୮-୦ ଗୋଲରେ ହରାଇ ଥାଆନ୍ତା, ତା’ହେଲେ ଗ୍ରୁପ ଡି’ର ପ୍ରଥମ ସ୍ଥାନରେ ରହିବାକୁ ସକ୍ଷମ ହୋଇଥାଆନ୍ତା। ହେଲେ ଦଳ ୨ଟି ଗୋଲ ଖାଇବା ସହ ୪ଟି ଗୋଲ ହିଁ କରିବାକୁ ସକ୍ଷମ ହୋଇଛି।
ଆଜିର ମ୍ୟାଚ୍ ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। ଦଳକୁ କ୍ୱାର୍ଟର ଫାଇନାଲ ପାଇଁ ୱେଲ୍ସ ବିପକ୍ଷରେ ଏକତରଫା ବିଜୟ ଦରକାର ଥିଲା। ଭାରତ ମଧ୍ୟ ଆରମ୍ଭରୁ ୱେଲ୍ସ ଉପରେ ଚାପ ପକାଇ ପ୍ରଥମ କ୍ୱାର୍ଟରରେ ଏକାଧିକ ଗୋଲ ସୁଯୋଗ ସୃଷ୍ଟି କରିଥିଲା। କିନ୍ତୁ ୱେଲ୍ସର ଗୋଲ କିପର ସବୁ ଉଦ୍ୟମକୁ ଭଣ୍ତୁର କରି ଦେଇଥିଲେ।
ତେବେ ଦ୍ୱିତୀୟ କ୍ୱାର୍ଟରରେ ଶମଶେର ସିଂହ ଚମତ୍କାର ଫିଲ୍ଡ ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ କରି ଦେଇଥିଲେ। ଏହି ଗୋଲଟି ବେଶ ନାଟକୀୟ ଢଙ୍ଗରେ ଦଳକୁ ମିଳିଥିଲା। ପ୍ରଥମେ ଭାରତକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହା ରିବାଉଣ୍ଡ ହୋଇ ସର୍କଲ ବାହାରକୁ ଚାଲି ଯାଇଥିଲା। ଏହାର ଫାଇଦା ଉଠାଇ ଶମଶେର ଗୋଲ ଦେଇଥିଲେ। ହାଫ ଟାଇମ ସୁଦ୍ଧା ଭାରତ ୧-୦ରେ ଆଗୁଆ ଥିଲା।
ତୃତୀୟ କ୍ୱାର୍ଟର ଆରମ୍ଭରୁ ଆକାଶଦୀପ ଗୋଲ ଦେଇ ଲିଡ୍କୁ ୨-୦ କରି ଦେଇଥିଲେ। ଏହାପରେ ଭାରତକୁ ମ୍ୟାଚ୍ର ୪ନଂ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ମଧ୍ୟ ଦଳ ଗୋଲରେ ପରିଣତ କରି ପାରି ନଥିଲା ଦଳ। କିଛି ମିନିଟ ପରେ ମନପ୍ରୀତ ସିଂହ ଡି’ ଭିତରେ ମନଦୀପ ସିଂହଙ୍କୁ ସୁନ୍ଦର ପାସ ଦେଇଥିଲେ। ତଥାପି ଭାରତ ଲିଡ୍କୁ ୩-୦ କରି ପାରି ନଥିଲା।
ତୃତୀୟ କ୍ୱାର୍ଟର ସରିବାକୁ ପ୍ରାୟ ୮ ମିନଟ ଥିବା ବେଳେ ୱେଲ୍ସକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଫୁରଲଙ୍ଗ ଏହାକୁ ଗୋଲରେ ପରିଣତ କରି ସ୍ଥିତିକୁ ୧-୦ କରି ଦେଇଥିଲେ। ଗୋଲ ଖାଇବା ପରେ ଭାରତ ସାମାନ୍ୟ ବ୍ୟାକଫୁଟକୁ ଚାଲି ଯାଇଥିଲା। ଏହାର ଫାଇଦା ଉଠାଇ ୱେଲ୍ସ ଘନଘନ ଆକ୍ରମଣ କରିଥିଲା। ଶେଷରେ ଦଳକୁ ପୁଣି ଗୋଟିଏ ପିସି ମିଳିଥିଲା।
ପିସିର ସିଧା ଶଟକୁ ପିଆର ଶ୍ରୀଜେଶ ଅଟକାଇ ଦେଇଥିଲେ। କିନ୍ତୁ ରିବାଉଣ୍ଡରେ ଡ୍ରାପେର ଏହାକୁ ଚମତ୍କାର ଢଙ୍ଗରେ କଲେକ୍ଟ କରି ଗୋଲ ଦେଇଥିଲେ। ଫଳରେ ସ୍ଥିତି ୨-୨ ହୋଇଯାଇଥିଲା। ସ୍ଥିତି ବରାବର କରି କଳିଙ୍ଗ ଷ୍ଟାଡିୟମରେ ଉପସ୍ଥିତ ଥିବା ଭାରତୀୟ ଦର୍ଶକଙ୍କୁ ଡ୍ରାପେର ଚୁପ କରାଇ ଦେଇଥିଲେ। ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ସ୍ଥିତି ୨-୨ ରହିଥିଲା।
୪ର୍ଥ କ୍ୱାର୍ଟର ଆରମ୍ଭରୁ ଆକାଶଦୀପ ସିଂହ ପୁଣି ଗୋଲ ସ୍କୋର କରିଥିଲେ। ଏହାପରେ ଭାରତକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। କିନ୍ତୁ ଦଳ ପୁଣି ଫେଲ ମାରିଥିଲା। ୱେଲ୍ସ କାଉଣ୍ଟର ଆଟାକ କରିଥିଲେ ମଧ୍ୟ ଭାରତୀୟ ଡିଫେଣ୍ଡର ଏହାକୁ ଅଟକାଇ ଦେଇଥିଲେ। ମ୍ୟାଚ୍ ସରିବାକୁ ୨ ମିନିଟାରୁ କମ ସୟମ ବାକିଥିବା ବେଳେ ୱେଲ୍ସ ତା’ର ଗୋଲ କିପରଙ୍କୁ କାଢ଼ି ଅତିରିକ୍ତ ଖେଳାଳିଙ୍କୁ ଆଟାକରେ ସାମିଲ କରିଥିଲେ।
କିନ୍ତୁ ଭାରତକୁ ଏହାର ଫାଇଦା ମିଳିଥିଲା। ଭାରତୀୟ ଖେଳାଳି କାଉଣ୍ଟର ଆଟାକ କରି ୱେଲ୍ସର ଡି’ ଭିତରେ ପଶିବା ସହ ପିସି ହାସଲ କରିଥିଲେ। ଗୋଲ କିପର ନଥିବାରୁ ବାରମ୍ବର ଫେଲ ମାରୁଥିବା ଅଧିନାୟକ ହରମନପ୍ରୀତ ସିଂହ ଶେଷରେ ଗୋଲ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ଏହି ଗୋଲ ସହ ଭାରତ ୪-୨ରେ ମ୍ୟାଚ୍ ଜିତି କ୍ରସ ଓଭର ମ୍ୟାଚ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ମ୍ୟାଚ୍ରେ ଦଳ ପାଇଁ ୨ଟି ଗୋଲ କରିଥିବା ଆକାଶ ଦୀପ ସିଂହଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମିଳିଛି।
India registered an emphatic victory over Wales. Here are some moments from the game 🤩
🇮🇳 IND 4-2 WAL 🏴#INDvsWAL#HockeyIndia#IndiaKaGame#HWC2023#HockeyWorldCup2023#StarsBecomeLegends@CMO_Odisha@sports_odisha@IndiaSports@Media_SAI@HockeyWalespic.twitter.com/IzpksViDzm
— Hockey India (@TheHockeyIndia) January 19, 2023
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
