Advertisment

ହକି ବିଶ୍ୱକପ୍: ନବମ ସ୍ଥାନରେ ରହି ଅଭିଯାନ ଶେଷ କଲା ଭାରତ

ଗତକାଲି ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଭାରତ ଖେଳିଥିବା ତା’ର ଶେଷ ମ୍ୟାଚ୍‌ରେ ଆରମ୍ଭରୁ ଆକ୍ରମଣ କରିଥିଲା।

Hockey

Hockey

Advertisment

ଚଳିତ ହକି ବିଶ୍ୱକପ୍‌ରେ ନବମ ସ୍ଥାନରେ ରହି ଭାରତୀୟ ଦଳ ତା’ର ଅଭିଯାନ ଶେଷ କରିଛି। ଶନିବାର ଦଳ ତା’ର ଦ୍ୱିତୀୟ କ୍ଲାସିଫିକେସନ୍ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ବିରୋଧରେ ଖେଳିଥିଲା ଓ ଏହାକୁ ୫-୨ ଗୋଲରେ ଜିତିଥିଲା। ପ୍ରଥମ କ୍ଲାସିଫିକେସନ୍ ମ୍ୟାଚ୍‌ରେ ଭାରତୀୟ ଦଳ ଜାପାନକୁ ୮-୦ ଗୋଲରେ ପରାସ୍ତ କରିଥିଲା।

Advertisment

ଗତକାଲି ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଭାରତ ଖେଳିଥିବା ତା’ର ଶେଷ ମ୍ୟାଚ୍‌ରେ ଆରମ୍ଭରୁ ଆକ୍ରମଣ କରିଥିଲା। ମ୍ୟାଚ୍‌ର ଚତୁର୍ଥ ମିନିଟ୍‌ରେ ଦଳ ଦେଇଥିଲା ପ୍ରଥମ ଗୋଲ୍। ଏହି ଗୋଲ୍‌ ଦେଇଥିଲେ ଅଭିଷେକ। ଏହା ଏକ ଫିଲ୍‌ଡ ଗୋଲ୍ ଥିଲା। ଏହା ପରେ ୧୧ତମ ମିନିଟ୍‌ରେ ଏକ ପେନାଲ୍‌ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ ହରମନପ୍ରୀତ୍ ସିଂହ। ପ୍ରଥମ କ୍ୱାର୍ଟରରେ ଭାରତ ୨-୦ରେ ଆଗୁଆ ରହିଥିଲା। ଦ୍ୱିତୀୟ କ୍ୱାର୍ଟରରେ ଦୁଇ ଦଳ ମଧ୍ୟରୁ କେହି ବି ଗୋଲ୍ କରିପାରି ନଥିଲେ।

ତୃତୀୟ କ୍ୱାର୍ଟର ଭାରତ ଆଉ ଗୋଟିଏ ଫିଲ୍‌ଡ ଗୋଲ୍ ଦେବାରେ ସଫଳ ହୋଇଥିଲା। ଏହି ଗୋଲ୍‌ଟି ଆସିଥିଲା ସମଶେର ସିଂହଙ୍କ ଷ୍ଟିକ୍‌ରୁ। ୪୪ତମ ମିନିଟ୍‌ରେ ସେ ଏହି ଗୋଲ୍ ଦେଇ ଦଳକୁ ୩-୦ ଗୋଲ୍‌ରେ ଅଗ୍ରଣୀ ରଖିଥିଲେ।

Advertisment

ଚତୁର୍ଥ କ୍ୱାର୍ଟରେ ଉଭୟ ଦଳ ୨ଟି ଲେଖାଏଁ ଗୋଲ୍ କରିଥିଲେ। ୪୮ତମ ମିନିଟ୍‌ରେ ଆକାଶଦୀପ ସିଂହ ଗୋଟିଏ ଫିଲ୍‌ଡ ଗୋଲ ଦେଇ ଭାରତକୁ ୪-୦ର ଅଗ୍ରଣୀ ଦେଇଥିଲେ। ତେବେ ତାଙ୍କର ଏହି ଗୋଲ୍‌ ପରେ ପରେ ଦକ୍ଷିଣ ଆଫ୍ରିକା ଭାରତକୁ ଗୋଟିଏ ଗୋଲ୍ ଦେଇଥିଲା। ଏହା ଏକ ଫିଲ୍‌ଡ ଗୋଲ୍ ଥିଲା ଓ ଏହା ମିମ୍ବି ସାମକେଲୋଙ୍କ ଷ୍ଟିକ୍‌ରୁ ହୋଇଥିଲା। ମ୍ୟାଚ୍‌ର ୫୮ତମ ମିନିଟ୍‌ରେ ସୁଖଜିତ ସିଂହ ଏକ ଫିଲ୍‌ଡ ଗୋଲ୍ ଦେଇ ଭାରତକୁ ୫-୧ରେ ଅଗ୍ରଣୀ କରାଇଥିଲେ। ତେବେ ୫୯ତମ ମିନିଟ୍‌ରେ ଦକ୍ଷିଣ ଆଫ୍ରିକା ଆଉ ଏକ ଗୋଲ୍ ଦେବାରେ ସଫଳ ହୋଇଥିଲା। ପେନାଲ୍‌ଟି କର୍ଣ୍ଣରରୁ ଏହି ଗୋଲ୍‌ ହୋଇଥିଲା ଓ ଏହି ଗୋଲ୍ କରିଥିଲେ ମୁସ୍ତାଫା କାସିମ। ଶେଷରେ ମ୍ୟାଚ୍ ୫-୨ରେ ଶେଷ ହୋଇଥିଲା ଓ ଭାରତ ବିଜୟୀ ହୋଇଥିଲା।

ସୂଚନାଯୋଗ୍ୟ, ଆଜି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଚଳିତ ବିଶ୍ୱକପ୍‌ର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ବେଲ୍‌ଜିୟମ ଓ ଜର୍ମାନୀ ମଧ୍ୟରେ ଏହି ମ୍ୟାଚ୍ ହେବ। ସନ୍ଧ୍ୟା ୭ଟାରୁ ମ୍ୟାଚ୍ ଆରମ୍ଭ ହେବ।

Indian Hockey Hockey World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe