Advertisment

ଭାରତ-ଜାପାନ ହକି ସିରିଜ୍: ମେ'୩ରୁ କଳିଙ୍ଗ ଷ୍ଟାଡିୟମରେ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ମେ ୩ ତାରିଖରୁ ଆରମ୍ଭ ହେବ ଭାରତ-ଜାପାନ ଦ୍ୱିପାଖିକ ହକି ଟେଷ୍ଟ ସିରିଜ। ଏଥିପାଇଁ ଜାପାନ ଟିମ ଭୁବନେଶ୍ୱରରେ ପହଞ୍ଚିଛି। ଆଜି ଅପରାହ୍ଣ ପ୍ରାୟ ସାଢେ ଗୋଟାଏରେ  ଭାରତୀୟ ଦଳ ଆସି ପହଞ୍ଚିଛି। ୪ ମ୍ୟାଚ ବିଶିଷ୍ଟ ଏହି ଟେଷ୍ଟ ସିରିଜ୍ ପାଇଁ ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ସମସ୍ତ ଆୟୋଜନ ଶେଷ ହୋଇଛି। ଏହି ମ୍ୟାଚ ପାଇଁ କୌଣସି ଏଣ୍ଟ୍ରିଫି ରଖାଯାଇ ନାହିଁ। ତେଣୁ ଦର୍ଶକ ମାଗଣାରେ ଷ୍ଟାଡିୟମରେ ଖେଳ […]

ଅଦ୍ୟତନ ହୋଇଛି
ଭାରତ-ଜାପାନ ହକି ସିରିଜ୍: ମେ'୩ରୁ କଳିଙ୍ଗ ଷ୍ଟାଡିୟମରେ

kalinga stadium

Advertisment

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ମେ ୩ ତାରିଖରୁ ଆରମ୍ଭ ହେବ ଭାରତ-ଜାପାନ ଦ୍ୱିପାଖିକ ହକି ଟେଷ୍ଟ ସିରିଜ। ଏଥିପାଇଁ ଜାପାନ ଟିମ ଭୁବନେଶ୍ୱରରେ ପହଞ୍ଚିଛି। ଆଜି ଅପରାହ୍ଣ ପ୍ରାୟ ସାଢେ ଗୋଟାଏରେ  ଭାରତୀୟ ଦଳ ଆସି ପହଞ୍ଚିଛି। ୪ ମ୍ୟାଚ ବିଶିଷ୍ଟ ଏହି ଟେଷ୍ଟ ସିରିଜ୍ ପାଇଁ ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ସମସ୍ତ ଆୟୋଜନ ଶେଷ ହୋଇଛି। ଏହି ମ୍ୟାଚ ପାଇଁ କୌଣସି ଏଣ୍ଟ୍ରିଫି ରଖାଯାଇ ନାହିଁ। ତେଣୁ ଦର୍ଶକ ମାଗଣାରେ ଷ୍ଟାଡିୟମରେ ଖେଳ ଦେଖିପାରିବେ।
ହକି ଇଣ୍ଡିଆ ଘୋଷଣା କରିଥିବା ୨୪ଜଣିଆ ଚୂଡାନ୍ତ ଦଳରେ ଏକମାତ୍ର ଓଡ଼ିଆ ଭାବେ ବୀରେନ୍ଦ୍ର ଲାକ୍ରା ସ୍ଥାନ ପାଇଛନ୍ତି। ୩୦ ଜଣିଆ ସମ୍ଭାବ୍ୟ ଦଳରେ ମଧ୍ୟ ବୀରେନ୍ଦ୍ରଙ୍କ ବ୍ୟତୀତ ଅନ୍ୟ କୌଣସି ଓଡ଼ିଆ ଖେଳାଳି ସ୍ଥାନ ପାଇ ନଥିଲେ। ପରେ ନୂଆଦିଲ୍ଲୀଠାରେ ଆୟୋଜିତ ପ୍ରସ୍ତୁତି ଶିବିର ଶେଷରେ ସମ୍ଭାବ୍ୟ ଦଳରୁ ୬ଜଣ ଖେଳାଳିଙ୍କୁ ବାଦ ଦିଆଯାଇଥିଲା। ଚୂଡାନ୍ତ ୨୪ ଜଣିଆ ଭାରତୀୟ ଦଳରେ ୮ଜଣ ରକ୍ଷଣ ଭାଗ, ୮ଜଣ ପୁୂରୋଭାଗ,୬ଜଣ ମଧ୍ୟଭାଗ ଏବଂ ୨ଜଣ ଗୋଲ ରକ୍ଷକଙ୍କୁ ନିଆଯାଇଛି। ବିଶ୍ୱ ଲିଗ ସେମିଫାଇନାଲକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ବଡ ଦଳ ଘୋଷଣା କରିଛି। ବିଶ୍ୱଲିଗ ସେମିଫାଇନାଲ ପୂର୍ବରୁ ପରୀକ୍ଷାନିରୀକ୍ଷା କରିବା ପାଇଁ ହକି ଇଣ୍ଡିଆ ବଡ ଦଳ ଘୋଷଣା କରିଛି । ଏହି ଦଳରେ ଗୋଲ ରକ୍ଷକ ଭାବେ ପିଆର ଶ୍ରୀଜେସ୍ ଓ ହରଜୋତ ସିଂହ ସ୍ଥାନ ପାଇଛନ୍ତି। ରକ୍ଷଣଭାଗରେ ଗୁରୁବାଜ ସିଂହ, ରୂପିନ୍ଦର ସିଂହ ପାଲ, ବୀରେନ୍ଦ୍ର ଲାକ୍ରା, କୋଠଲଜିତ ସିଂହ, ଭିଆର ରଘୁନାଥ, ଜସଜିତ ସିଂହ, ଗୁରୁମେଲ୍ ସିଂହ, ଯୁବରାଜ୍ ୱାଲ୍ମିକୀ ଓ ହରମନପ୍ରୀତ ସିଂହ ରହିଥିବାବେଳେ ରହିଛନ୍ତି ମନପ୍ରୀତ ସିଂହ, ଧରମବୀର ସିଂହ, ସର୍ଦାର ସିଂହ, ଏସ୍କେ ଉଥ୍ପ୍ପା,ଚିଙ୍ଗଲିନ୍ସାନା ସିଂହ କଙ୍ଗୁରାମ ଓ ପ୍ରଦୀପ ମୋର। ସେହିପରି ପୂରୋଭାଗକୁ ସମ୍ଭାଳିବା ପାଇଁ ଏସ୍ଭି ସୁନୀଲ, ରମଣ ଦୀପ ସିଂହ, ଆକାଶ ଦୀପ ସିଂହ, ମନଦୀପ, ନିକ୍କନ ଥିମାୟା, ସତବୀର ସିଂହ ଓ ଲଲିତ ଉପାଧ୍ୟାୟ ଦଳରେ ସ୍ଥାନ ପାଇଛନ୍ତି।
ଆସନ୍ତା ୩, ୫, ୭ ଓ ୯ ତାରିଖରେ ଯଥାକ୍ରମେ ଭାରତ ଓ ଜାପାନ ମଧ୍ୟରେ କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ ଗୁଡିକ ଖେଳାଯିବ। ପ୍ରତ୍ୟେକ ମ୍ୟାଚ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe