Advertisment

ଗୋଟିଏ ପଏଣ୍ଟ ପାଇଁ ପଦକ ହାତ ଛଡ଼ା କଲେ ଭାରତୀୟ ଯୋଡ଼ି

ଶୁଟିଂ ସ୍କିଟ ମିକ୍ସଡ ଇଭେଣ୍ଟରେ ଭାରତର ମାହେଶ୍ୱରୀ ଚୌହାନ ଓ ଅନନ୍ତଜିତ ସିଂହ ଗୋଟିଏ ପଏଣ୍ଟ ପାଇଁ ବ୍ରୋଞ୍ଜ ପଦକ ମ୍ୟାଚ୍‌ ହାରି ଯାଇଛନ୍ତି।

 bronze medal

bronze medal

Advertisment

ମାତ୍ର ଗୋଟିଏ ପଏଣ୍ଟ ଯୋଗୁ ଶୁଟିଂରେ ଭାରତ ଠାରୁ ବ୍ରୋଞ୍ଜ ପଦକ ଛଡ଼ାଇ ନେଇଛି ଚାଇନା। ଶୁଟିଂ ସ୍କିଟ ମିକ୍ସଡ ଇଭେଣ୍ଟରେ ଭାରତର ମାହେଶ୍ୱରୀ ଚୌହାନ ଓ ଅନନ୍ତଜିତ ସିଂହ ଗୋଟିଏ ପଏଣ୍ଟ ପାଇଁ ବ୍ରୋଞ୍ଜ ପଦକ ମ୍ୟାଚ୍‌ ହାରି ଯାଇଛନ୍ତି। ଚାଇନାର ଲୟୁ ଜିଆନଲିନ ଓ ଜିଆଙ୍ଗ ୟିଟିଙ୍ଗ ୪୪ ପଏଣ୍ଟ ହାସଲ କରି ବ୍ରୋଞ୍ଜ ହାତେଇଛନ୍ତି। ଭାରତର ସ୍କୋର ୪୩ରେ ଅଟକି ଯାଇଛି।

Advertisment

ବ୍ରୋଞ୍ଜ ପଦକ ଲଢ଼େଇ ବେଶ ରୋମାଞ୍ଚକର ରହିଥିଲା। ପ୍ରତିଯୋଗିତାର ଷ୍ଟେସନ ୧ରେ ଚାଇନା ଯୋଡ଼ି ଫୁଲ ସ୍କୋର କରିଥିଲେ। ମାହେଶ୍ୱର ମଧ୍ୟ ୪ରୁ ୪ ପଏଣ୍ଟ ହାସଲ କରିଥିଲେ। କିନ୍ତୁ ଅନନ୍ତ ୪ରୁ ୩ ପଏଣ୍ଟ ପାଇଥିଲେ।

ଷ୍ଟେସନ ୨ ଆରମ୍ଭ ହେବା ବେଳକୁ ଭାରତ ଗୋଟିଏ ପଏଣ୍ଟ ପଛରେ ରହିଥିଲା। ଷ୍ଟେସନ ୨ରେ ଉଭୟ ମାହେଶ୍ୱରୀ ଓ ଅନନ୍ତ ଗୋଟିଏ ଲେଖାଏ ଶଟ ମିସ କରିଥିଲେ। ସେହିପରି ଚାଇନାର ଜିଆଙ୍ଗ ୩ଟି ଶଟ ହିଟ କରି ପାରି ନଥିଲେ। ଫଳରେ ଦ୍ୱିତୀୟ ଷ୍ଟେସନ ପରେ ସ୍କୋର ୧୬-୧୬ ରହିଥିଲା।

Advertisment

ତୃତୀୟ ଷ୍ଟେସନ ଶେଷ ହେବ ବେଳକୁ ଚାଇନା ପାଖରେ ୨୪-୨୦ର ଲିଡ ରହିଥିଲା। କିନ୍ତୁ ୪ର୍ଥ ସେଟ ଶେଷ ବେଳକୁ ଏହି ବ୍ୟବଧାନ ୧ରୁ ଖସି ଆସିଥିଲା। ୫ମ ତଥା ନିର୍ଣ୍ଣାୟକ ସେଟରେ ଅନନ୍ତ ଓ ମାହେଶ୍ୱରୀ ସେମାନଙ୍କର ସମସ୍ତ ଟାର୍ଗେଟକୁ ହିଟ କରିଥିଲେ।

ଚାଇନାକୁ କେବଳ ୨ଟି ଶଟ ମିସ କରିବାର ଥିଲା। ହେଲେ ଚାଇନିଜ ଯୋଡ଼ି ଶେଷ ଷ୍ଟେସନରେ କୌଣସି ଭୁଲ କରି ନଥିଲେ। ସେମାନେ ମଧ୍ୟ ସମସ୍ତ ଟାର୍ଗେଟକୁ ହିଟ କରିଥିଲେ। ଫଳରେ ଭାରତ ସ୍କୋର ୪୩ ଓ ଚାଇନାର ସ୍କୋର ୪୪ ହୋଇଯାଇଥିଲା। ଗୋଟିଏ ପଏଣ୍ଟ ଯୋଗୁ ଭାରତ ହାତରୁ ପୁଣି ଗୋଟିଏ ବ୍ରୋଞ୍ଜ ପଦକ ଖସି ଯାଇଥିଲା।

Shooting Paris Olympics 2024 Paris Olympics Olympics 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe