Advertisment

ମ୍ୟାଚ୍‌ ସହ ସିରିଜ୍‌ ହାରିଲା ଭାରତ

ହାମିଲଟନ୍: ଶେଷ ୬ ବଲ୍‌ରୁ ଟିମ୍‌ ଇଣ୍ଡିଆକୁ ବିଜୟ ପାଇଁ ଆବଶ୍ୟକ ଥିଲା ୧୬ ରନ୍‌। ୧୧ ବଲ୍‌ରୁ ୨୪ ରନ୍‌ କରିଥିବା ଭେଟେରାନ୍‌ ଦିନେଶ୍‌ କାର୍ତ୍ତିକଙ୍କ ୧୨ ବଲ୍‌ରୁ ୨୫ ରନ୍‌ କରି ବାମହାତୀ ଅଲ୍‌ରାଉଣ୍ଡର୍‌ କୃନାଲ୍‌ ପାଣ୍ଡ୍ୟା କ୍ରିଜ୍‌ରେ ଥିଲେ। କିୱି ଫାଷ୍ଟ୍‌ ବୋଲର୍‌ ଟିମ୍ ସାଉଦିଙ୍କ ଶେଷ ଓଭରର ଶେଷ ବଲ୍‌ରେ ଦିନେଶ୍‌ କାର୍ତ୍ତିକ ଛକା ମାରିଥିଲେ ହେଁ ଭ୍ରମଣକାରୀ ଭାରତ କିନ୍ତୁ ବିଜୟ ଠାରୁ ୫ ରନ୍‌ ଦୂରରେ ରହି ଯାଇଥିଲା। ଫଳରେ […]

ଅଦ୍ୟତନ ହୋଇଛି
ମ୍ୟାଚ୍‌ ସହ ସିରିଜ୍‌ ହାରିଲା ଭାରତ

po

Advertisment

ହାମିଲଟନ୍: ଶେଷ ୬ ବଲ୍‌ରୁ ଟିମ୍‌ ଇଣ୍ଡିଆକୁ ବିଜୟ ପାଇଁ ଆବଶ୍ୟକ ଥିଲା ୧୬ ରନ୍‌। ୧୧ ବଲ୍‌ରୁ ୨୪ ରନ୍‌ କରିଥିବା ଭେଟେରାନ୍‌ ଦିନେଶ୍‌ କାର୍ତ୍ତିକଙ୍କ ୧୨ ବଲ୍‌ରୁ ୨୫ ରନ୍‌ କରି ବାମହାତୀ ଅଲ୍‌ରାଉଣ୍ଡର୍‌ କୃନାଲ୍‌ ପାଣ୍ଡ୍ୟା କ୍ରିଜ୍‌ରେ ଥିଲେ। କିୱି ଫାଷ୍ଟ୍‌ ବୋଲର୍‌ ଟିମ୍ ସାଉଦିଙ୍କ ଶେଷ ଓଭରର ଶେଷ ବଲ୍‌ରେ ଦିନେଶ୍‌ କାର୍ତ୍ତିକ ଛକା ମାରିଥିଲେ ହେଁ ଭ୍ରମଣକାରୀ ଭାରତ କିନ୍ତୁ ବିଜୟ ଠାରୁ ୫ ରନ୍‌ ଦୂରରେ ରହି ଯାଇଥିଲା। ଫଳରେ ହାମିଲ୍‌ଟନ୍‌ ଠାରେ ଖେଳା ଯାଇଥିବା ତୃତୀୟ ତଥା ନିର୍ଣ୍ଣାୟକ ଅନ୍ତିମ ମ୍ୟାଚ୍‌କୁ ୪ ରନ୍‌ରେ ଜିତି ଘରୋଇ ନ୍ୟୁଜିଲ୍ୟାଣ୍ଡ ଭାରତ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍‌କୁ ୨-୧ରେ କବ୍‌ଜା କରି ନେଇଛି।

Advertisment

ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ତେବେ ଶର୍ମାଙ୍କ ନିଷ୍ପତ୍ତିକୁ ଭୁଲ୍‌ ସାବ୍ୟସ୍ତ କରି କିୱି ଦଳର ଦୁଇ ଓପନର୍‌ ଆରମ୍ଭରୁ ହିଁ ଭାରତୀୟ ବୋଲରଙ୍କୁ ଧୂଲେଇ କରିଥିଲେ। କେବଳ ଇନିଂସ୍‌ର ତୃତୀୟ ତଥା ଭୁବନେଶ୍ୱର କୁମାର୍‌ଙ୍କ ଦ୍ୱିତୀୟ ଓଭରକୁ ଛାଡ଼ିଦେଲେ ପୂରା ଇନିଂସ୍‌ରେ ଘରୋଇ ଦଳର ବ୍ୟାଟ୍‌ସମ୍ୟାନ୍‌ମାନେ  ଟିମ୍‌ ଇଣ୍ଡିଆ ବୋଲର୍‌ଙ୍କ ଉପରେ ଭାରୀ ପଡ଼ିଥିଲେ। ପ୍ରଥମ ୱିକେଟ୍‌ ପାଇଁ ୭.୪ ଓଭରରେ ୮୦ ରନ୍ ଯୋଡ଼ିବା ପରେ ବିପଜ୍ଜନକ ସେଫର୍ଟ ୨୫ ବଲ୍‌ରୁ ୩ ଚୌକା ଓ ସମାନ ସଂଖ୍ୟକ ଛକା ସହ ୪୩ ରନ୍ କରି ପ୍ୟାଭିଲିଅନ୍‌ ଫେରିଥିଲେ। ଚାଇନାମ୍ୟାନ୍‌ କୁଲ୍‌ଦୀପ୍‌ ଯାଦବ ହିଁ ଭ୍ରମଣକାରୀ ଦଳକୁ ଏହି ପ୍ରଥମ ସଫଳତା ଦେଇଥିଲେ। ପରେ ସେହି କୁଲ୍‌ଦୀପ୍‌ ହିଁ କଲିନ୍‌ ମନ୍ରୋଙ୍କୁ ତାଙ୍କ ବ୍ୟକ୍ତିଗତ ୭୨ ରନ୍‌ ଥିବା ବେଳେ ଆଉଟ୍‌ କରିଥିଲେ। ସେତେବେଳକୁ ଘରୋଇ ଦଳ ୧୩.୨ ଓଭରରେ ୨ ୱିକେଟ୍‌ ହରାଇ ୧୩୫ ରନ୍‌ କରିଥିଲା। ଶେଷ ବେଳକୁ ଅଲ୍‌ରାଉଣ୍ଡର୍‌ କଲିନ୍ ଡି ଗ୍ରାଣ୍ଡହୋମ୍ ୩୦ ରନର ବିସ୍ଫୋରକ ପାଳି ଖେଳିବାରୁ ନ୍ୟୁଜିଲ୍ୟାଣ୍ଡ୍‌ ନିର୍ଦ୍ଧାରିତ ୨୦ ଓଭର୍‌ରେ ୪ ୱିକେଟ୍‌ ହରାଇ ୨୧୨ ରନ୍‌ କରିଥିଲା। ଟିମ୍‌ ଇଣ୍ଡିଆ ପକ୍ଷରୁ କୁଲଦୀପ ଯାଦବ ସଫଳ ବୋଲର୍‌ ଭାବେ ୨ଟି ୱିକେଟ୍ ପାଇଥିବାବେଳେ ଭୁବନେଶ୍ୱର କୁମାର ଓ ଖଲିଲ ଅହମ୍ମଦଙ୍କୁ ଗୋଟିଏ ଲେଖାଏ ୱିକେଟ୍ ମିଳିଥିଲା।

୨୧୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆ ଓହ୍ଲାଇଥିବା ଟିମ୍ ଇଣ୍ଡିଆକୁ ନିଜ ଇନିଂସର ପ୍ରଥମ ଓଭର୍‌ରେ ହିଁ ଝଟକା ଲାଗିଥିଲା। ଶିଖର ଧୱନ୍‌ ମାତ୍ର ୪ଟି ବଲ୍‌ରୁ ୫ ରନ୍‌ କରି ସାଣ୍ଚନର୍‌ଙ୍କ ଶିକାର ହୋଇଥିଲେ। ଦ୍ୱିତୀୟ ୱିକେଟ୍‌ ଯୋଡ଼ିରେ ବିଜୟ ଶଙ୍କର୍‌(୪୩)ଙ୍କ ସହ ଅଧିନାୟକ ରୋହିତ୍ ଶର୍ମା(୩୮)ମିଶି ଭାରତୀୟ ଇନିଂସ୍‌କୁ ସମ୍ଭାଳିଥିଲେ। ତେବେ ପାଳିର ତ୍ରୟୋଦଶ ଓଭର୍‌ ହିଁ ଟିମ୍ ଇଣ୍ଡିଆ ପାଇଁ ଟର୍ଣିଂ ପଏଣ୍ଟ୍‌ ସାଜିଥିଲା। ବିସ୍ଫୋରକ ବ୍ୟାଟିଂ କରୁଥିବା ରିଷଭ ପନ୍ତ ୨୮ ରନ୍‌ କରି ଏହି ଓଭର୍‌ରେ ଟିକନ୍‌ର୍‌ଙ୍କ ଶିକାର ହେବା ପରେ ପର ୩ ଓଭର୍‌ରେ ଲଗାତାର ୩ ଟି ୱିକେଟ୍‌ ହରାଇ ଭାରତ ସଂକଟରେ ପଡ଼ିଥିଲା। ରୋହିତ୍‌ ଓ ହାର୍ଦ୍ଦିକ ପାଣ୍ଡ୍ୟା(୨୧) ଆଉଟ୍‌ ହେବା ପରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ମଧ୍ୟ ନିଜ ବ୍ୟକ୍ତିଗତ ୩ଶହ ତମ ମ୍ୟାଚ୍‌ରେ ମାତ୍ର ୨ ରନରେ ଆଉଟ ହୋଇ ସମସ୍ତଙ୍କୁ ନିରାଶ କରିଥିଲେ।

Advertisment

୧୬ ଓଭର୍‌ରେ ୧୫୪ ରନ୍‌ରେ ୬ଟି ୱିକେଟ୍‌ ପଡ଼ିବା ପରେ  ଦିନେଶ କାର୍ତ୍ତିକଙ୍କ ସହ ମିଶି କୃନାଲ୍ ପାଣ୍ଡ୍ୟା ଲଢ଼େଇ ଜାରି ରଖିଥିଲେ ହେଁ ନିର୍ଦ୍ଧାରିତ ୨୦ ଓଭର୍‌ରେ ଭାରତ ମାତ୍ର ୨୦୮ ରନ୍‌ କରିବାକୁ ସମର୍ଥ ହୋଇଥିଲା। ନ୍ୟୁଜିଲ୍ୟାଣ୍ଡ୍‌ ପକ୍ଷରୁ ସାଣ୍ଚନର୍‌ ଓ ମିଚେଲ୍‌ ୨ଟି ଲେଖାଏ ୱିକେଟ୍‌ ପାଇଥିଲେ।

କଲିନ୍ ମନ୍ରୋ ମ୍ୟାନ୍ ଅଫ୍‌ ଦି ମ୍ୟାଚ୍‌ ଓ ସିରିଜ୍‌ରେ ପ୍ରଶଂସନୀୟ ପ୍ରଦର୍ଶନ କରିଥିବା ନବାଗତ ସେଫର୍ଟ ମ୍ୟାନ୍‌ ଅଫ୍ ଦି ସିରିଜ୍‌ ବିବେଚିତ ହୋଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe