/odisha-reporter/media/post_attachments/uploadimage/library/16_9/16_9_0/Foot_ball_1690382015.jpg)
Foot ball
ଭାରତୀୟ ଫୁଟବଲ ପ୍ରେମୀଙ୍କ ପାଇଁ ଭଲ ଖବର। ଚାଇନାରେ ଖେଳାଯିବାକୁ ଥିବା ୨୦୨୩ ଏସିଆନ ଗେମ୍ସରେ ଭାଗ ନେବେ ଭାରତର ଉଭୟ ପୁରୁଷ ଓ ମହିଳା ଫୁଟବଲ ଟିମ। କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପ୍ରଚଳିତ ନିୟମକୁ କୋହଳ କରି ଭାରତୀୟ ଫୁଟବଲ ଟିମ୍କୁ ସେପ୍ଟେମ୍ବର ମାସରୁ ଆରମ୍ଭ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟକୁ ପଠାଇବାକୁ ନିଷ୍ପତ୍ତି ନେଇଛି।
ନିଜେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଆଜି ସନ୍ଧ୍ୟାରେ ଟ୍ୱିଟ କରି ଭାରତର ଉଭୟ ପୁରୁଷ ଓ ମହିଳା ଫୁଟବଲ ଟିମ ଏସିଆନ ଗେମ୍ସରେ ଭାଗ ନେବେ ବୋଲି ସୂଚନା ଦେଇଛନ୍ତି।
ସେ କହିଛନ୍ତି, “ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ଭାରତ ସରକାର ମିଳିତ ଭାବେ ପ୍ରଚଳିତ ନିୟମକୁ କୋହଳ କରି ଉଭୟ ଟିମକୁ ଏସିଆନ ଗେମ୍ସରେ ଭାଗ ନେବାକୁ ଅନୁମତି ଦେଇଛନ୍ତି। ଉଭୟ ଟିମ ଏସିଆନ ଗେମ୍ସ ଖେଳିବା ପାଇଁ ନିୟମ ଅନୁସାରେ ଯୋଗ୍ୟତା ଅର୍ଜନ କରି ନଥିଲେ। ତେବେ ନିକଟରେ ସେମାନଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ନିୟମ କୋହଳ କରାଯାଇଛି। ମୁଁ ନିଶ୍ଚିତ ଯେ ସେମାନେ ଏସିଆନ ଗେମ୍ସରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବେ ଓ ଆମ ଦେଶକୁ ଗର୍ବିତ କରିବେ।”
୨୦୧୮ ଏସିଆନ ଗେମ୍ସରେ ଭାରତୀୟ ପୁରୁଷ ଫୁଟବଲ ଟିମ ଭାଗ ନେବାକୁ ଅନୁମତି ପାଇ ନଥିଲା। ମନ୍ତ୍ରଣାଳୟର ନିୟମ ଅନୁଯାୟୀ, ଯେକୌଣସି ଟିମ କ୍ରୀଡ଼ାରେ ଟପ୍ ୮ ଭିତରରେ ରହୁଥିବା ଦଳକୁ ହିଁ ବଡ଼ବଡ଼ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଅନୁମତି ମିଳିବ। ଭାରତ ଏବେ ଏସିଆ ଫୁଟବଲ ରାଙ୍କିଙ୍ଗର ୧୮ତମ ସ୍ଥାନରେ ରହିଛି। ତେଣୁ ଚାଇନାରେ ଆରମ୍ଭ ହେବାକୁ ଥିବା ଏସିଆନ ଗେମ୍ସରେ ଭାରତୀୟ ଟିମକୁ ପଠାଯିବ ନାହିଁ ବୋଲି କୁହାଯାଉଥିଲା।
କିନ୍ତୁ ମନ୍ତ୍ରଣାଳୟ ନିଜ ନିୟମରେ କୋହଳ କରିଛି। ଭାରତୀୟ ପୁରୁଷ ଫୁଟବଲ ଟିମ ନିକଟରେ ସାଫ ଓ ଇଣ୍ଟରକଣ୍ଟିନେଣ୍ଟାଲ କପ ଜିତିଥିଲା। ସେହିପରି ଫିଫା ବିଶ୍ୱ ଫୁଟବଲ ରାଙ୍କିଙ୍ଗରେ ଦଳ ୧୦୦ ଭିତରେ ରହିଛି। ଏହାକୁ ଦୃଷ୍ଟିରେ ରଖି କ୍ରୀଡ଼ା ମନ୍ତ୍ରଣାଳୟ ଉଭୟ ପୁରୁଷ ଓ ମହିଳା ଫୁଟବଲ ଟିମକୁ ଏସିଆନ ଗେମ୍ସରେ ଭାଗ ନେବାକୁ ଅନୁମତି ଦେଇଛି।
Good news for Indian football lovers!
Our national football teams, both Men’s and Women’s, are set to participate in the upcoming Asian Games.
The Ministry of Youth Affairs and Sports, Government of India, has decided to relax the rules to facilitate participation of both the…
— Anurag Thakur (@ianuragthakur) July 26, 2023
ଭାରତ ଏବେ ଏସିଆନ ଗେମ୍ସ ଖେଳିବାକୁ ସୁନୀଲ ଛେତ୍ରୀଙ୍କ ନେତୃତ୍ୱରେ ଟିମ ପଠାଇବ। ଏସିଆନ ଗେମ୍ସ ଫୁଟବଲ ହେଉଛି ଗୋଟିଏ ଅଣ୍ଡର ୨୩ ସ୍ପୋର୍ଟ। ଏହି ଟୁର୍ଣ୍ଣାମେଣ୍ଟରେ ଗୋଟିଏ ଟିମରେ କେବଳ ୩ ଜଣ ୨୩ ବର୍ଷରୁ ଅଧିକ ବୟସର ଖେଳାଳି ରହିପାରିବେ। ତେଣୁ ଭାରତୀୟ ଟିମରେ ସୁନୀଲ ଛେତ୍ରୀ, ଗୁରପ୍ରୀତ ସିଂହ ସାନ୍ଧୁ ଓ ଡିଫେଣ୍ଡର ସନ୍ଦେଶ ଝିନଗାନ ଏସିଆନ ଗେମ୍ସକୁ ଯିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
