Advertisment

ଅକ୍ଟୋବର ୨ରୁ ଭାରତ-ନ୍ୟୁଜିଲ୍ୟାଣ୍ଡ ହକି ସିରିଜ୍

ନୂଆଦିଲ୍ଲୀ: ଅକ୍ଟୋବର ୨ରୁ ୧୧ ତାରିଖ ଯାଏଁ ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୬ ଟିକିଆ ହକି ଟେଷ୍ଟ ସିରିଜ ଖେଳାଯିବ। ନ୍ୟୁଜିଲ୍ୟାଣ୍ଡର ଅକଲ୍ୟାଣ୍ଡ, ନେଲସନ୍ ଓ କ୍ରୀଷ୍ଟଚର୍ଚ୍ଚରେ ଏହି ଟେଷ୍ଟ ସରିଜ ଖେଳାଯିବ । ମିଳିଥିବା ସୂଚନା ମୁତାବକ ଭାରତ ପ୍ରଥମ ଦୁଇଟି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡର ‘ଏ’ ଦଳକୁ ଭେଟୁଥିବାବେଳେ ଶେଷ ୪ଟି ମ୍ୟାଚ୍ ଭାରତ ନ୍ୟୁଜିଲ୍ୟାଣ୍ଡର ବରିଷ୍ଠ ଦଳ ସହ ଖେଳିବ ବୋଲି ହକି ଇଣ୍ଡିଆ ପକ୍ଷରୁ ସୂଚନା ହସ୍ତଗତ ହୋଇଛି। ଭାରତ ପାଇଁ ଏଫଆଇଏଚ୍ ହକି […]

author-image
Rakesh Mallick
ଅଦ୍ୟତନ ହୋଇଛି
ରାଉରକେଲା: ରାଜ୍ୟ ସ୍ତରୀୟ ଜୁନିଅର ହକି ନେହେରୁ କପ୍ ଚାମ୍ପିଅନସିପ୍ ଉଦଘାଟିତ

hockey-gerenic700

ନୂଆଦିଲ୍ଲୀ: ଅକ୍ଟୋବର ୨ରୁ ୧୧ ତାରିଖ ଯାଏଁ ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୬ ଟିକିଆ ହକି ଟେଷ୍ଟ ସିରିଜ ଖେଳାଯିବ। ନ୍ୟୁଜିଲ୍ୟାଣ୍ଡର ଅକଲ୍ୟାଣ୍ଡ, ନେଲସନ୍ ଓ କ୍ରୀଷ୍ଟଚର୍ଚ୍ଚରେ ଏହି ଟେଷ୍ଟ ସରିଜ ଖେଳାଯିବ । ମିଳିଥିବା ସୂଚନା ମୁତାବକ ଭାରତ ପ୍ରଥମ ଦୁଇଟି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡର ‘ଏ’ ଦଳକୁ ଭେଟୁଥିବାବେଳେ ଶେଷ ୪ଟି ମ୍ୟାଚ୍ ଭାରତ ନ୍ୟୁଜିଲ୍ୟାଣ୍ଡର ବରିଷ୍ଠ ଦଳ ସହ ଖେଳିବ ବୋଲି ହକି ଇଣ୍ଡିଆ ପକ୍ଷରୁ ସୂଚନା ହସ୍ତଗତ ହୋଇଛି। ଭାରତ ପାଇଁ ଏଫଆଇଏଚ୍ ହକି ବିଶ୍ୱ କପ ଯେତିକି ଗୁରୁତ୍ୱପୂର୍ଣ୍ଣ ନ୍ୟୁଜିଲ୍ୟାଣ୍ଡରେ ଖେଳାଯିବାକୁ ଥିବା ଏହି ହକି ସିରିଜ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ ପାଇଁ ମଧ୍ୟ ଏହି ଟେଷ୍ଟ ସିରିଜ୍ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ସିରିଜି ପରେ ଦଳ ଓସନିଆ କପ୍ ଖେଳିବ। ଓସନିଆ କପରେ ବିଜୟୀ ହେଲା ପରେ ଦଳ ୨୦୧୬ ରିଓ ଅଲିମ୍ପିକରେ ଖେଳିବାର ସୁଯୋଗ ପାଇବ।

Advertisment