Advertisment

ପ୍ୟାରିସ ଅଲିମ୍ପିକ୍ସ: କ୍ୱାର୍ଟରରେ ଭାରତୀୟ ମହିଳା ତୀରନ୍ଦାଜି ଦଳ

ପ୍ରଥମ ଦିନରେ ଭାରତୀୟ ମହିଳା ତୀରନ୍ଦାଜି ଦଳ ନିଜର ଭାଗ୍ୟ ପରୀକ୍ଷା କରି କମାଲ କରିଛି। ମହିଳା ଟିମ ରାଙ୍କିଙ୍ଗ ରାଉଣ୍ଡରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରି ସିଧା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି।

Archery

Archery

Advertisment

ଆସନ୍ତାକାଲି ଠାରୁ ବିଧିବଦ୍ଧ ଭାବେ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ହେବ। କିନ୍ତୁ ଆଜି ଠାରୁ ଭାରତ ତା’ର ବ୍ୟକ୍ତିଗତ ଓ ଟିମ ରାଙ୍କିଙ୍ଗ ରାଉଣ୍ଡ ଅଭିଯାନ ଆରମ୍ଭ କରିଛି।

Advertisment

ପ୍ରଥମ ଦିନରେ ଭାରତୀୟ ମହିଳା ତୀରନ୍ଦାଜି ଦଳ ନିଜର ଭାଗ୍ୟ ପରୀକ୍ଷା କରି କମାଲ କରିଛି। ମହିଳା ଟିମ ରାଙ୍କିଙ୍ଗ ରାଉଣ୍ଡରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରି ସିଧା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି।

ରାଙ୍କିଙ୍ଗ ରାଉଣ୍ଡରେ ଭାରତୀୟ ଦଳ ୪ର୍ଥ ସ୍ଥାନରେ ନିଜର ଅଭିଯାନ ଶେଷ କରିଛି। ଭାରତୀୟ ଦଳରେ ଡେବ୍ୟୁଟାଣ୍ଟ ଅଙ୍କିତା ଭକତ, ଭଜନ କୌର ଓ ଦୀପିକା କୁମାରୀ ରହିଥିଲେ। ଏମାନେ ମିଳିତ ଭାବେ ୧୯୮୩ ପଏଣ୍ଟ ହାସଲ କରି କ୍ୱାର୍ଟର ଫାଇନାଲରେ ନିଜ ସ୍ଥାନ ପକ୍କା କରିଛନ୍ତି।

Advertisment

କୋରିଆ ନୂଆ ଅଲିମ୍ପିକ୍ସ ରେକର୍ଡ ୨୦୪୬ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି। ଚାଇନା ୧୯୯୬ ପଏଣ୍ଟ ସହ ଦ୍ୱିତୀୟ ଓ ମେକ୍ସିକୋ ୧୯୮୬ ପଏଣ୍ଟ ସହ ତୃତୀୟ ସ୍ଥାନରେ ନିଜର ଅଭିଯାନ ଶେଷ କରିଛି।

ଅନ୍ୟପକ୍ଷରେ ବ୍ୟକ୍ତିଗତ ରାଙ୍କିଙ୍ଗ ରାଉଣ୍ଡରେ ମଧ୍ୟ ୩ ଭାରତୀୟ ଟପ୍‌ ୩୨ରେ ପ୍ରବେଶ କରିଛନ୍ତି। ଅଙ୍କିତା ଭକତ ୬୬୬ ପଏଣ୍ଟ ସହ ୧୧ତମ, ଭଜନ କୌର ୬୫୯ ପଏଣ୍ଟ ସହ ୨୨ତମ ଓ ଭେଟରାନ ଦୀପିକା କୁମାର ୬୫୮ ପଏଣ୍ଟ ସହ ୨୩ତମ ସ୍ଥାନରେ ରହି ପରବର୍ତ୍ତୀ ରାଛଣ୍ଡରେ ପଞ୍ଚିଛନ୍ତି।

ରାଉଣ୍ଡ ୩୨ରେ ଅଙ୍କିତରଙ୍କ ମୁକାବିଲା ପୋଲାଣ୍ଡର ୱିଓଲେତା ମୟସଜୋର(ଜୁଲାଇ ୩୦, ସମୟ ୧.୪୪) ହେବ। ସେହିପରି ଭଜନ କୌର ଜୁଲାଇ ୩୦ ଦିନ ୧.୫୭ରେ ଇଣ୍ଡୋନେସିଆର ନୁରାଫିଫା କମଲ ଓ ଦୀପିକା କୁମାରୀ ଇଷ୍ଟୋନିଆର ରୀନା ପରନତଙ୍କୁ ଜୁଲାଇ ୩୧ ତାରିଖ ଦିନ ୧୨.୨୬ରେ ଭେଟିବେ।

Paris Olympics 2024 Paris Olympic Paris Olympics Olympics 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe