/odisha-reporter/media/post_attachments/uploads/2020/08/o.jpg)
o
ନୂଆଦିଲ୍ଲୀ: ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ଭାରତ ହିଁ ୨୦୨୧ ଟି-୨୦ ବିଶ୍ୱକପ ଆୟୋଜନ କରିବ। ବିସିସିଆଇ ବିଶ୍ୱକପ ଆୟୋଜନ ଅଧିକାର ପୂର୍ବଭଳି ବଜାୟୀ ରଖିଛି। ୨୦୨୦ ଟି-୨୦ ବିଶ୍ୱକପ ଅଷ୍ଟ୍ରେଲିଆରେ ହେବାର ଥିଲା। କିନ୍ତୁ କରୋନା ସଂକ୍ରମଣ ପାଇଁ ଏହାକୁ ବାତିଲ କରାଯାଇଥିଲା। କୁହାଯାଉଥିଲା ଯେ ୨୦୨୧ ଟି-୨୦ ବିଶ୍ୱକପ ଅଷ୍ଟ୍ରେଲିଆ ଆୟୋଜନ କରିବ। କିନ୍ତୁ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଭାରତକୁ ହିଁ ହୋଷ୍ଟିଂ ଅଧିକାର ମିଳିଛି।
ତେବେ ୨୦୨୦ରେ ଟି-୨୦ ବିଶ୍ୱକପ ଆୟୋଜନ କରିପାରି ନଥିବା ଅଷ୍ଟ୍ରେଲିଆ ୨୦୨୨ରେ ଏହାର ଆୟୋଜନ କରିବ। ଆଜି ଆଇସିସି ପକ୍ଷରୁ ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ଆଲୋଚନା ପରେ ଏହା ସ୍ପଷ୍ଟ ହୋଇଯାଇଛି।
ଧାର୍ଯ୍ୟ ସୂଚୀ ଅନୁଯାୟୀ, ୨୦୨୧ ଟି-୨୦ ବିଶ୍ୱକପ ଅକ୍ଟୋବର-ନଭେମ୍ବର ମାସରେ ଭାରତରେ ଆୟୋଜନ ହେବ। ଫାଇନାଲ ମ୍ୟାଚ୍ ନଭେମ୍ବର ୧୪ରେ ଖେଳାଯିବ। ସେହିପରି ୨୦୨୨ରେ ହେବାକୁ ଥିବା ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚ୍ ନଭେମ୍ବର ୧୩ରେ ଅନୁଷ୍ଠିତ ହେବ।
୨୦୨୩ ଦିନିକିଆ ବିଶ୍ୱକପ ମଧ୍ୟ ଭାରତରେ ଖେଳାଯିବ। ଅକ୍ଟୋବର-ନଭେମ୍ବର ମାସରେ ଭାରତ ଏକାକୀ ଏହାକୁ ଆୟୋଜନ କରିବ। ୫୦ ଓଭର ବିଶିଷ୍ଟ ବିଶ୍ୱକପର ଫାଇନାଲ ନଭେମ୍ବର ୨୬ରେ ଖେଳାଯିବାକୁ ସ୍ଥିର ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
