Advertisment

୨୦୧୮ ପରେ ପ୍ରଥମ: ଫିଫା ରାଙ୍କିଙ୍ଗର ୯୯ତମ ସ୍ଥାନକୁ ଉଠିଲା ଭାରତ

୨୦୧୮ ପରେ ପ୍ରଥମଥର ପାଇଁ ଭାରତୀୟ ଫୁଟବଲ ଟିମ ଫିଫା ରାଙ୍କିଙ୍ଗରେ ଗୋଟିଏ ସ୍ଥାନ ଉପରକୁ ଉଠି ୯୯ନଂରେ ପହଞ୍ଚି ଯାଇଛି। ଗତ ମାସରେ ଦଳ ୧୦୦ତମ ସ୍ଥାନରେ ଥିଲା।

author-image
Hemant Lenka
FootBall

FootBall

ଭାରତୀୟ ଫୁଟବଲ ପାଇଁ ଭଲ ଖବର। ନିକଟରେ ଇଣ୍ଟରକଣ୍ଟିନେଣ୍ଟାଲ ଓ ସାଫ କପ ଜିତିଥିବା ସୁନୀଲ ଛେତ୍ରୀଙ୍କ ଟିମ ଇଣ୍ଡିଆକୁ ମିଳିଛି ବଡ଼ ସଫଳତା। ୨୦୧୮ ପରେ ପ୍ରଥମଥର ପାଇଁ ଭାରତୀୟ ଫୁଟବଲ ଟିମ ଫିଫା ରାଙ୍କିଙ୍ଗରେ ଗୋଟିଏ ସ୍ଥାନ ଉପରକୁ ଉଠି ୯୯ନଂରେ ପହଞ୍ଚି ଯାଇଛି। ଗତ ମାସରେ ଦଳ ୧୦୦ତମ ସ୍ଥାନରେ ଥିଲା। ହେଲେ ଏବେ ଦଳ ଆଉ ଗୋଟିଏ ସ୍ଥାନ ଉପରକୁ ଲମ୍ଫ ମାରିଛି।

Advertisment

ବେଶ କିଛି ବର୍ଷ ହେଲା ସୁନୀଲ ଛେତ୍ରୀଙ୍କ କ୍ୟାପ୍ଟେନ୍ସିରେ ଭାରତୀୟ ଟିମ ଅନ୍ତର୍ଜାତୀୟ ଫୁଟବଲରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିବାକୁ ସକ୍ଷମ ହୋଇଛି। ଇଣ୍ଟରକଣ୍ଟିନେଣ୍ଟାଲକପ ଓ ସାଫ କପ ଜିତି ଦଳ ତା’ର ଦକ୍ଷତାର ପରିଚୟ ଦେଇଛି। ୨୦୨୩ ମାର୍ଚ୍ଚରେ ଦଳ ଫିଫା ରାଙ୍କିଙ୍ଗର ୧୦୬ତମ ସ୍ଥାନରେ ଥିଲା। କିନ୍ତୁ ଏବେ ୯୯ରେ ପହଞ୍ଚି ଯାଇଛି।

ସୁନୀଲ ଛେତ୍ରୀଙ୍କୁ ବର୍ତ୍ତମାନ ଭାରତୀୟ ଫୁଟବଲର କର୍ଣ୍ଣ ଭାବେ ବିବେଚନା କରାଯାଉଛି। କାରଣ ସେ ୧୩୩ ମ୍ୟାଚ୍‌ରେ ୮୫ଟି ଗୋଲ ସ୍କୋର କରି ସାରିଲେଣି। ଭାରତୀୟ ଜାତୀୟ ଟିମରେ କେବେ ହେଲେ କୌଣସି ଖେଳାଳି ଏତେ ସଂଖ୍ୟକ ଗୋଲ ସ୍କୋର କରିପାରି ନଥିଲେ। ସେହିପରି ବିଶ୍ୱର ସର୍ବାଧିକ ଗୋଲ ସ୍କୋରର ତାଲିକାର ୪ର୍ଥ ସ୍ଥାନରେ ଛେତ୍ରୀ ଅଛନ୍ତି। ତାଙ୍କ ଉପରେ ଲିଓନେଲ ମେସି ଓ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଭଳି ଖେଳାଳି ରହିଛନ୍ତି। 

Advertisment

ଭାରତୀୟ ଫୁଟବଲ ଟିମ ପାଇଁ ଫିଫା ରାଙ୍କିଙ୍ଗର ୯୯ତମ ସ୍ଥାନରେ ପହଞ୍ଚିବା ଆଦୌ ସହଜ ନଥିଲା। ୨୦୧୫ ମାର୍ଚ୍ଚରେ ଭାରତୀୟ ଦଳ ଫିଫା ରାଙ୍କିଙ୍ଗର ୧୭୩ତମ ସ୍ଥାନକୁ ଖସି ଯାଇଥିଲା। ଲାଗୁଥିଲା ଭାରତୀୟ ଫୁଟବଲର ଆଉ କିଛି ହୋଇପାରିବ ନାହିଁ। ହେଲେ ଦଳ ଜବରଦସ୍ତ ବାଉନ୍ସ ବ୍ୟାକ କରିଛି।

Football Fifa World Cup Sunil Chhetri