Advertisment

ବିଜୟରୁ ପୁରୁଷ କବାଡି ଟିମର ଅଭିଯାନ ଆରମ୍ଭ, ମହିଳା ଟିମ ବି ଜିତିଲା

୨୦୧୮ ସଂସ୍କରଣରେ ଦଳକୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ତେଣୁ ଏଥର ଦଳ ତା’ର ପୁରୁଣା ଚମକ ଫେରି ପାଇବାକୁ ଲକ୍ଷ୍ୟ ରଖିଛି।

author-image
Hemant Lenka
kabaddi

kabaddi

ଭାରତୀୟ ପୁରୁଷ କବାଡି ଟିମ ବୃହତ୍ତ ବିଜୟରୁ ତା’ର ଏସିଆନ ଗେମ୍ସ ଅଭିଯାନ ଆରମ୍ଭ କରିଛି। ଆଜି ପ୍ରଥମ ମ୍ୟାଚ୍‌ରେ ଦଳ ବାଂଲାଦେଶକୁ ଏକତରଫା ଭାବେ ୫୫-୧୮ ପଏଣ୍ଟରେ ହରାଇ ଦେଇଛି। ୭ଥରର ଚାମ୍ପିୟନ ଭାରତ ଏଥର ମଧ୍ୟ ସ୍ୱର୍ଣ୍ଣ ପକ ଜିତିବାର ପ୍ରବଳ ଦାବିଦାର। ହେଲେ ୨୦୧୮ ସଂସ୍କରଣରେ ଦଳକୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ତେଣୁ ଏଥର ଦଳ ତା’ର ପୁରୁଣା ଚମକ ଫେରି ପାଇବାକୁ ଲକ୍ଷ୍ୟ ରଖିଛି।

Advertisment

ମ୍ୟାଚ୍‌ ଆରମ୍ଭରୁ ହିଁ ଭାରତୀୟ କବାଡି ଟିମ ତା’ର ଦବଦବା ଦେଖାଇଥିଲେ। ପ୍ରଥମ ହାଫ ସୁଦ୍ଧା ଦଳ ୨୪-୯ରେ ଲିଡ୍‌ ହାସଲ କରି ନେଇଥିଲେ। ଭାରତ ପାଇଁ ନବୀନ କୁମାର ଓ ଅର୍ଜୁନ ଦେଶୱାଲ ରେଡ୍‌ରେ ପଏଣ୍ଟ ଗଦା କରି ପକାଇଥିଲେ। ଫଳ ସ୍ୱରୂପ ବାଂଲାଦେଶ ମ୍ୟାଚ୍‌ ଆରମ୍ଭର ୧୨ତମ ମିନିଟରେ ପ୍ରଥମଥର ଅଲଆଉଟ ହୋଇଯାଇଥିଲା।

ପ୍ରଥମ ହାଫରେ ବାଂଲାଦେଶ ପବନ ଶେରାୱତ ଓ ନବୀନ କୁମାରଙ୍କୁ ସୁପର ଟାକେଲ କରିଥିଲେ ହେଁ ଭାରତ ୧୨ ପଏଣ୍ଟର ବଡ଼ ଲିଡ୍‌ ହାସଲ କରି ନେଇଥିଲା। ଦ୍ୱିତୀୟ ହାଫରେ ବାଂଲାଦେଶର ରେଡିଂ ପୂରା ଫ୍ଲାଟ ରହିଥିଲା। ଏହାର ସୁଯୋଗ ନେଇ ଭାରତୀୟ ଟିମ ବଡ଼ ବିଜୟ ଆଡ଼କୁ ବଢ଼ିଥିଲା। ଏଥିସହ ମ୍ୟାଚ୍‌କୁ ୫୫-୧୮ ପଏଣ୍ଟରେ ଜିତି ନେଇଥିଲା।

Advertisment

ଅନ୍ୟପକ୍ଷରେ ଭାରତୀୟ ମହିଳା କବାଡି ଟିମ ମଧ୍ୟ ଆଜି ଦକ୍ଷିଣ କୋରିଆ ବିପକ୍ଷରେ ବଡ଼ ବିଜୟ ହାସଲ କରିଛି। ଦଳ ଆଜି ୫୫-୨୩ରେ କୋରିଆକୁ ହରାଇ ଦେଇଛି। ଉଭୟ ରେଡିଂ ଓ ଡିଫେଣ୍ଡରେ ମହିଳା ଦଳ ପୂର୍ବ ମ୍ୟାଚ୍‌ ଅପେକ୍ଷା ଆଜି ଦମଦାର ପ୍ରଦର୍ଶନ କରିଛି।

୨୦୧୮ରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ମହିଳା କବାଡି ଟିମ ଚଳିତ ଏସିଆ ଗେମ୍ସର ଅଭିଯାନ ଡ୍ରରୁ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚ୍‌ରେ ଦଳ ଅପ୍ରତ୍ୟାଶିତ ଭାବେ ଚାଇନିଜ ତାଇପେଇ ସହ ୩୪-୩୪ରେ ମ୍ୟାଚ୍‌ ଶେଷ କରିଥିଲା। ହେଲେ ଆଜି ଦଳ ପୁରୁଣା ଲୟକୁ ଫେରି ବଡ଼ ବିଜୟ ହାସଲ କରିଛି।

Asian Games Asian Games Update 19th Asian Games