Advertisment

ଭାରତ-ଦ.ଆଫ୍ରିକା ଦ୍ୱିତୀୟ ଟେଷ୍ଟ: ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୨୧୪ରେ ଅଲଆଉଟ୍

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୨୧୪ ରନରେ ଅଲଆଉଟ ହୋଇଯାଇଛି। ଅନ୍ୟପକ୍ଷରେ ପ୍ରଥମ ଦିନର ଷ୍ଟମ୍ପ୍ ଅପସାରଣ ବେଳକୁ ଭାରତୀୟ ଦଳ କୌଣସି ୱିକେଟ୍ ନହରାଇ ୮୦ ରନ୍ ସଂଗ୍ରହ କରିଛି। ଶିଖର ଧାୱନ ୪୫ ଓ ମୂରଲୀ ବିଜୟ ୨୮ ରନ୍ କରି ଅପରାଜିତ  ଅଛନ୍ତି। ଟସ୍ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଆ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଭାରତ-ଦ.ଆଫ୍ରିକା ଦ୍ୱିତୀୟ ଟେଷ୍ଟ: ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୨୧୪ରେ ଅଲଆଉଟ୍

aswini

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୨୧୪ ରନରେ ଅଲଆଉଟ ହୋଇଯାଇଛି। ଅନ୍ୟପକ୍ଷରେ ପ୍ରଥମ ଦିନର ଷ୍ଟମ୍ପ୍ ଅପସାରଣ ବେଳକୁ ଭାରତୀୟ ଦଳ କୌଣସି ୱିକେଟ୍ ନହରାଇ ୮୦ ରନ୍ ସଂଗ୍ରହ କରିଛି। ଶିଖର ଧାୱନ ୪୫ ଓ ମୂରଲୀ ବିଜୟ ୨୮ ରନ୍ କରି ଅପରାଜିତ  ଅଛନ୍ତି।

Advertisment

ଟସ୍ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଆ ଆଫ୍ରିକା ପ୍ରାରମ୍ଭରୁ ହିଁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ସ୍ପିନରଙ୍କ ବଲକୁ ସାମ୍ନା କରି ନ ପାରି ଦଳ କ୍ରମାଗତ ୱିକେଟ ହରାଇଥିଲା। ଦଳ ପକ୍ଷରୁ ଅଧିନାୟକ ଏ.ବି ଡିଭିଲିୟର୍ସ ସର୍ବାଧିକ ୮୫ ରନ୍ କରିଥିବା ବେଳେ ଡିନ୍ ଏଲଗାର୍ ୩୮ ଏବଂ ମୋର୍ନି ମୋରକେଲ୍ ୨୨ ରନ୍ କରିଥିଲେ।

ଭାରତ ପକ୍ଷରୁ ଉଭୟ ରବୀନ୍ଦ୍ର ଜାଡେଜା ଏବଂ ଅଶ୍ୱିନ ଚାରିଟି ଲେଖାଏଁ ୱିକେଟ ହାସଲ କରିଛନ୍ତି। ବରୁଣ ଏରୋନ ଗୋଟିଏ ୱିକେଟ୍ ନେଇଥିବା ବେଳେ ଇଶାନ୍ତ ଶର୍ମା ଓ ଷ୍ଟୁଆର୍ଟ ବିନ୍ନିଙ୍କୁ କୌଣସି ୱିକେଟ୍ ମିଳି ନାହିଁ।

Advertisment

ମୋହାଲି ଟେଷ୍ଟରେ ସ୍ପିନରଙ୍କ ଦମଦାର ପ୍ରଦର୍ଶନ ବଳରେ ଟିମ୍ ଇଣ୍ଡିଆ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଟିମକୁ ୧୦୮ରନରେ ହରାଇଥିଲା।