Advertisment

ତୀରନ୍ଦାଜିରୁ ଆସିଲା ଭଲ ଖବର: ଆଗେଇଲେ ଦୀପିକା କୁମାରୀ

ମହିଳା ଟିମ ଇଭେଣ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଦୀପିକା ଏବେ ଲୟକୁ ଫେରିବା ଭଳି ମନେ ହେଉଛି।

author-image
Hemant Lenka
Deepika

Deepika

ପ୍ୟାରିସ ଅଲିମ୍ପିକ୍ସର ତୀରନ୍ଦାଜି ଇଭେଣ୍ଟରୁ ଭଲ ଖବର ଆସିଛି। ମହିଳା ଏକକ ବର୍ଗରେ ଷ୍ଟାର ତୀରନ୍ଦାଜ ଦୀପିକା କୁମାରୀ ପ୍ରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

Advertisment

ମହିଳା ଟିମ ଇଭେଣ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଦୀପିକା ଏବେ ଲୟକୁ ଫେରିବା ଭଳି ମନେ ହେଉଛି। ତେଣୁ ତାଙ୍କ ଠାରୁ ଦେଶ ଅନେକ କିଛି ଆଶା ରଖିଛି। କାରଣ ୩୬ ବର୍ଷ ହେଲାଣି ତୀରନ୍ଦାଜିରେ ଭାରତକୁ ଏଯାଏ ଅଲିମ୍ପିକ୍ସ ପଦକ ମିଳିନାହିଁ।

Advertisment

ଆଜି ଦୀପିକା କୁମାରୀଙ୍କ ମୁକାବିଲା ନେଦରଲ୍ୟାଣ୍ଡ୍ସର କ୍ୱିଣ୍ଟୀ ରୋଇଫିନଙ୍କ ସହ ହୋଇଥିଲା। ଦୀପିକା ତାଙ୍କୁ ୬-୨ରେ ହରାଇ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପ୍ରଥମ ସେଟକୁ ଦୀପିକା ୨୯-୨୮ରେ ଜିତି ନେଇଥିଲେ।

ଦ୍ୱିତୀୟ ସେଟରେ କ୍ୱିଣ୍ଟୀ କମବ୍ୟାକ କରିଥିଲେ। ସେ ୨୯-୨୭ରେ ସେଟକୁ ଜିତି ସ୍ଥିତି ୨-୨ କରି ଦେଇଥିଲା। କିନ୍ତୁ ଦୀପିକା କୁମାରୀ କମବ୍ୟାକ କରି ପରବର୍ତ୍ତୀ ଦୁଇଟି ସେଟକୁ ୨୫-୧୭ ଓ ୨୮-୨୩ରେ ଜିତି ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଥିଲେ। ସେ ଅଗଷ୍ଟ ୩ ତାରିଖରେ ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଖେଳିବେ।

Paris Olympics 2024 Paris Olympics Olympics 2024