Advertisment

ଦିନକ ପରେ ପ୍ୟାରିସ ଅଲିମ୍ପିକ୍ସ: ଭାରତର ସେଡ୍ୟୁଲ ଉପରେ ନଜର ପକାନ୍ତୁ

ଭାରତକୁ ପ୍ରତିନିଧିତ୍ୱ କରିବା ପାଇଁ ୧୧୭ ଜଣ ଆଥଲେଟ ଫ୍ରାନ୍ସ ଗସ୍ତ କରିଛନ୍ତି।

author-image
Hemant Lenka
Paris

Paris

ଦିନକ ପରେ ବିଧିବଦ୍ଧ ଭାବେ ପ୍ୟାରିସ ଅଲିମ୍ପିକ୍ସ ଆରମ୍ଭ ହେବ। ଭାରତକୁ ପ୍ରତିନିଧିତ୍ୱ କରିବା ପାଇଁ ୧୧୭ ଜଣ ଆଥଲେଟ ଫ୍ରାନ୍ସ ଗସ୍ତ କରିଛନ୍ତି। ଗତଥର ଭାରତ ୭ଟି ପଦକ ଜିତିଥିଲା। ଏଥର ଏହି ସଂଖ୍ୟା ବୃଦ୍ଧି ପାଇବ ବୋଲି ସମସ୍ତେ ଆଶା ରଖିଛନ୍ତି।

Advertisment

୨୬ରୁ ବିଧିବଦ୍ଧ ଭାବେ ଅଲିମ୍ପିକ୍ସ ଆରମ୍ଭ ହେଉଥିବା ବେଳେ ୨୫ରୁ ଭାରତୀୟ ଖେଳାଳିଙ୍କ ଭାଗ୍ୟ ପରୀକ୍ଷା ଆରମ୍ଭ ହେବ। ଜୁଲାଇ ୨୫ରେ ତୀରନ୍ଦାଜୀର ବ୍ୟକ୍ତିଗତ ରାଙ୍କିଙ୍ଗ ରାଉଣ୍ଡ ଲଢ଼େଇ ଆରମ୍ଭ ହେବ।

ଉଭୟ ପୁରୁଷ ଓ ମହିଳା ଏଥିରେ ଭାଗ ନେବେ। ବିଶ୍ୱର ବିଭିନ୍ନ ଷ୍ଟେଜରେ ଭାରତୀୟ ତୀରନ୍ଦାଜମାନେ ଭଲ ପ୍ରଦର୍ଶନ କରିଛନ୍ତି। କିନ୍ତୁ ଏଯାଏ ଦେଶକୁ ଏହି ଖେଳରେ ଅଲିମ୍ପିକ୍ସ ପଦକ ମିଳିନାହିଁ। ତେଣୁ ଏଥର ଭାଗ୍ୟ ବଦଳାଇବା ଲକ୍ଷ୍ୟ ରହିଛି।

Advertisment

ଅଲିମ୍ପିକ୍ସରେ ଭାରତର ପ୍ରଥମ ଦୁଇ ଦିନର ସେଡ୍ୟୁଲ(ଭାରତୀୟ ସମୟ ସହ)

୨୫ ଜୁଲାଇ(ଗୁରୁବାର)

ତୀରନ୍ଦାଜୀ- ମହିଳା ଇଣ୍ଡିଭିଜୁଆଲ ରାଙ୍କିଙ୍ଗ ରାଉଣ୍ଡ(ଦୀପିକା କୁମାରୀ, ଅଙ୍କିତା ଭାକତ ଓ ଭଜନ କୌର)- ସମୟ ଦିନ ୧ଟା

ତୀରନ୍ଦାଜୀ- ପୁରୁଷ ବ୍ୟକ୍ତିଗତ ରାଙ୍କିଙ୍ଗ ରାଉଣ୍ଡ(ବି ଧୀରଜ, ତରୁଣଦୀପ ରାୟ ଓ ପ୍ରବୀଣ ଯାବଦ) – ସମୟ ସନ୍ଧ୍ୟା ୫.୪୫

୨୬ ଜୁଲାଇ(ଶୁକ୍ରବାର)

ଉଦଘାଟନୀ ସମାରୋହ – ଭାରତୀୟ ସମୟ ରାତି ୧୧.୩୦

ଜୁଲାଇ ୨୭ (ଶନିବାର)

ବ୍ୟାଡମିଣ୍ଟନ- ପୁରୁଷ ଏକକ(ଗ୍ରୁପ ପର୍ଯ୍ୟାୟ)- ଏଚଏସ ପ୍ରଣୟ, ଲକ୍ଷ୍ୟ ସେନ, ମହିଳା ଏକକ- ପିଭି ସିନ୍ଧୁ, ପୁରୁଷ ଡବଲ୍ସ- ସ୍ୱାତ୍ତିକସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ, ମହିଳା ଡବଲ୍ସ- ତନିଶା କ୍ରାଷ୍ଟୋ ଓ ଅଶ୍ୱିନୀ ପୋନ୍ନାପ୍ପା – ସମୟ ଦିନ ୧୨ଟାରୁ

ରୋଇଂ – ପୁରୁଷ ଏକକ ହିଟ୍ସ- ବଲରାଜ ପନୱାର- ଦିନ ୧୨ଟାରୁ

ଶୁଟିଂ- ୧୦ ମିଟର ଏୟାର ରାଇଫଲ ମିକ୍ସଡ ଟିମ(ଯୋଗ୍ୟତା ପର୍ଯ୍ୟାୟ) – ସନ୍ଦୀପ ସିଂହ, ଅର୍ଜୁଦନ ବାବୁତା, ଇଲାଭେନିଲ ବଲାରିଭିନ, ରମିତା ଜିନ୍ଦଲ- ଦିନ ୧୨.୩୦ରୁ

ଶୁଟିଂ- ୧୦ ମିଟର ଏୟାର ପିସ୍ତଲ ପୁରୁଷ (ଯୋଗ୍ୟତା ପର୍ଯ୍ୟାୟ)- ସରବଜିତ ସିଂହ ଓ ଅର୍ଜୁନ ଚୀମା- ଦିନ ୨ଟାରୁ

ଶୁଟିଂ- ୧୦ ମିଟର ଏୟାର ରାଇଫଲ ମିକ୍ସଡ ଟିମ ମେଡାଲ ରାଉଣ୍ଡ(ଯୋଗ୍ୟତା ଉପରେ ନିର୍ଭର)- ଦିନ ୨ଟାରୁ

ଟେନିସ- ପୁରୁଷ ଏକକ- ସୁମିତ ନାଗଲ, ପୁରୁଷ ଡବଲ୍ସ- ରୋହନ ବୋପାନ୍ନା ଓ ଏନ ଶ୍ରୀରାମ ବାଲାଜୀ- ଦିନ ୩.୩୦ରୁ

ଶୁଟିଂ- ୧୦ମିଟର ମହିଳା ଏୟାର ପିସ୍ତଲ- ରିଦମ ସାଙ୍ଗୱାନ ଓ ମନୁ ଭାକର- ଅପରାହ୍ନ ୪ଟାରୁ

ଟେବୁଲ ଟେନିସ- ପୁରୁଷ ଏକକ- ଶରତ କମଳ, ହରମିତ ଦେଶାଇ, ମହିଳା ଏକକ- ମନିକା ବାତ୍ରା, ଶ୍ରୀଜା ଅକୁଲା- ସନ୍ଧ୍ୟା ୬.୩୦ରୁ

ବକ୍ସିଂ- ମହିଳା ୫୪ କେଜି- ପ୍ରୀତି ପାୱାର-ରାଉଣ୍ଡ ୩୨- ସନ୍ଧ୍ୟା ୭ଟା

ହକି- ପୁରୁଷ- ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ- ରାତି ୯ଟା

India Paris Olympics 2024 Paris Olympic Paris Olympics