Advertisment

ହର୍ମିଲାନ ବେନ୍ସ ଓ ଅବିନାଶଙ୍କୁ ରୌପ୍ୟ, କୁସ୍ତିରୁ ଆସିଲା ପ୍ରଥମ ବ୍ରୋଞ୍ଜ

ଚଳିତ ଏସିଆନ ଗେମ୍ସରେ ବ୍ୟକ୍ତିଗତ ଭାବେ ହର୍ମିଲାନ ବେନ୍ସ ଦ୍ୱିତୀୟ ପଦକ ଜିତିଛନ୍ତି।

Harmilan

Harmilan

Advertisment

ପାରୁଲ ଚୌଧୁରୀଙ୍କ ପରେ ଦୌଡ଼ ଇଭଣ୍ଟରେ ଡବଲ ପଦକ ଜିତିଛନ୍ତି ଭାରତର ଷ୍ଟାର ଆଥଲେଟ ହର୍ମିଲାନ ବେନ୍ସ ଓ ଅବିନାଶ ସାବଲେ। ଆଜି ହର୍ମିଲାନ ମହିଳା ୮୦୦ ମିଟର ଦୌଡ଼ରେ ଦେଶ ପାଇଁ ରୌପ୍ୟ ପଦକ ଜିତିଛନ୍ତି। ୨୫ ବର୍ଷୀୟ ହର୍ମିଲାନ ଧାର୍ଯ୍ୟ ଦୂରତାକୁ ୨.୦୩.୭୫ ମିନିଟରେ ଅତିକ୍ରମ କରି ଏପରି ସଫଳତା ହାସଲ କରିଛନ୍ତି।

Advertisment

ଚଳିତ ଏସିଆନ ଗେମ୍ସରେ ବ୍ୟକ୍ତିଗତ ଭାବେ ହର୍ମିଲାନ ବେନ୍ସ ଦ୍ୱିତୀୟ ପଦକ ଜିତିଛନ୍ତି। ଏହାପୂର୍ବରୁ ୧୫ ଶହ ମିଟର ଦୌଡ଼ ପ୍ରତିଯୋଗିତାରେ ମଧ୍ୟ ସେ ରୌପ୍ୟ ଜିତିଥିଲେ। ଏବେ ସେ ୮୦୦ ମିଟର ଦୌଡ଼ରେ ମଧ୍ୟ ରୌପ୍ୟ ଜିତିଛନ୍ତି। ଶେଷ ରାଉଣ୍ଡ ଯାଏ ହର୍ମିଲାନ ତୃତୀୟ ସ୍ଥାନରେ ଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ ଚାଇନାର ୱାଙ୍ଗଙ୍କୁ ପଛରେ ପକାଇ ରୌପ୍ୟ ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ଶ୍ରୀଲଙ୍କାର ଏମ ତରୁଶି ସ୍ୱର୍ଣ୍ଣ ପଦକ ହାତେଇଛନ୍ତି। ତାଙ୍କ ଟାଇମିଂ ୨.୦୩.୨୦ ମିନିଟ ଥିଲା।

ସେହିପରି ୫୦୦୦ ମିଟର ପୁରୁଷ ଦୌଡ଼ରେ ଭାରତର ଅବିନାଶ ସାବଲେ ରୌପ୍ୟ ପଦକ ଜିତିଛନ୍ତି। ଏହା ଚଳିତ ଏସିଆନ ଗେମ୍ସରେ ତାଙ୍କର ଦ୍ୱିତୀୟ ପଦକ। ଏହାପୂର୍ବରୁ ୩ ହଜାର ମିଟର ଷ୍ଟିପଲଚେଜରେ ଅବିନାଶ ସ୍ୱର୍ଣ୍ଣ ଭେଟି ଦେଇଥିଲେ।

Advertisment

ସେ ଷ୍ଟିପଲଚେଜ ପ୍ରତିଯୋଗିତାରେ ଏସିଆନ୍ ଗେମ୍ସ ରେକର୍ଡ ମଧ୍ୟ ଭାଙ୍ଗିଥିଲେ। ସେ ୮ ମିନିଟ୍ ୧୯.୫୦ ସେକେଣ୍ଡରେ ଧାର୍ଯ୍ୟ ଟାର୍ଗେଟ ପୂରଣ କରି ପୂର୍ବର ସବୁ ରେକର୍ଡ ଭାଙ୍ଗିଥିଲେ।

ଆଜି କୁସ୍ତିରୁ ଭାରତକୁ ପ୍ରଥମ ବ୍ରୋଞ୍ଜ ମିଳିଛି। ୮୭ କେଜି(Greco-Roman) କୁସ୍ତିରେ ଭାରତର ସୁନୀଲ କୁମାର ବ୍ରୋଞ୍ଜ ପଦକ ଜିତିଛନ୍ତି। ସେ କିରିଗିଜିସ୍ତାନର କୁସ୍ତିଯୋଦ୍ଧାଙ୍କୁ ୨-୧ରେ ହରାଇ ଏପରି ସଫଳତା ପାଇଛନ୍ତି।

ଅନ୍ୟପକ୍ଷରେ ପୁରୁଷ ଏକକ ସ୍ୱାଶରେ ସୌରଭ ଘୋଷାଲ ଫାଇନାଲରେ ପ୍ରବେଶ କରିଛନ୍ତି। ସେ ଫାଇନାଲରେ ପ୍ରବେଶ କରି ଭାରତ ପାଇଁ ସ୍କ୍ୱାଶରେ ଆଉ ଏକ ପଦକ ପକ୍କା କରିଛନ୍ତି।

Asian Games Asian Games Update 19th Asian Games
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe