Advertisment

ବକ୍ସିଂରେ ଲଭଲିନାଙ୍କୁ ରୌପ୍ୟ, ପରବୀନ ଜିତିଲେ ବ୍ରୋଞ୍ଜ

୭୫ କେଜି ବର୍ଗର ଫାଇନାଲରେ ଭାରତର ଷ୍ଟାର ବକ୍ସର ଲଭଲିନା ବୋର୍ଗୋହେନ ହାରି ଯାଇଛନ୍ତି।

author-image
Hemant Lenka
Boxing

Boxing

ଏସିଆ ଗେମ୍ସର ମହିଳା ବକ୍ସିଂରୁ ଆଜି ଭାରତକୁ ଦୁଇଟି ପଦକ ମିଳିଛି। ୭୫ କେଜି ବର୍ଗର ଫାଇନାଲରେ ଭାରତର ଷ୍ଟାର ବକ୍ସର ଲଭଲିନା ବୋର୍ଗୋହେନ ହାରି ଯାଇଛନ୍ତି। ଫଳରେ ସେ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ସେ ଫାଇନାଲରେ ଦମଦାର ପ୍ରଦର୍ଶନ କରିଥିଲେ ହେଁ ଚାଇନାର ଅଭିଜ୍ଞ ବକ୍ସର ଲି କ୍ୟୁଆନଙ୍କ ଠାରୁ ୫:୦ରେ ହାରି ଯାଇଛନ୍ତି।

Advertisment

ପ୍ରଥମ ରାଉଣ୍ଡକୁ ଲି ୩-୨ରେ ଜିତିଥିଲେ। ଦ୍ୱିତୀୟ ରାଉଣ୍ଡରେ ୫ ବିଚାରପତିଙ୍କ ନିଷ୍ପତ୍ତି ତାଙ୍କ ସପକ୍ଷରେ ଯାଇଥିଲା। ଶେଷ ରାଉଣ୍ଡରେ ଲଭଲିନା କମବ୍ୟାକ୍ କରିବାକୁ ଚେଷ୍ଟା କରିଥିଲେ ହେଁ ଅଭିଜ୍ଞ ଲି’ ତାଙ୍କୁ କୌଣସି ସୁଯୋଗ ଦେଇ ନଥିଲେ।

ସେହିପରି ଲି’ ବାରମ୍ବାର ହୋଲ୍ଡ କରୁଥିଲେ ହେଁ ଆମେରିକାର ଅମ୍ପାୟାର ଲଭଲିନାଙ୍କୁ ୱାର୍ଣ୍ଣିଂ ପରେ ୱାର୍ଣ୍ଣିଂ ଦେଇ ଚାଲିଥିଲେ। ଶେଷରେ ଲି ମ୍ୟାଚକୁ ସର୍ବସମ୍ମତିକ୍ରମେ ଜିତିବା ସହ ସ୍ୱର୍ଣ୍ଣ ପଦକ ହାତେଇଥିଲେ। ମ୍ୟାଚ୍‌ ହାରିବା ପରେ ମଧ୍ୟ ଅମ୍ପାୟାରଙ୍କ ନିଷ୍ପତ୍ତି ଯୋଗୁ ଲଭଲିନା କେବଳ ସ୍ମିତ ହାସ୍ୟ ଦେଇ ରିଙ୍ଗରୁ ବାହାରି ଯାଇଥିଲେ।

Advertisment

ଅନ୍ୟପକ୍ଷରେ ୫୭ କେଜି ମହିଳା ବର୍ଗରେ ଭାରତକୁ ବ୍ରୋଞ୍ଜ ପଦକ ମିଳିଛି। ଏହି ବର୍ଗର ସେମିରେ ଭାରତ ପରବୀନ ହୁଡ୍ଡାଙ୍କ ସହ ଚାଇନାର ଲିନ ୟୁ ଟିଙ୍ଗ ଲଢ଼େଇ ହୋଇଥିଲା। କିନ୍ତୁ ପରବୀନ ଆଜି ଦମଦାର ଲଢ଼େଇ କରି ପାରି ନଥିଲେ। ଶେଷରେ ସେ ୫-୦ରେ ଲିନଙ୍କ ଠାରୁ ହାରି ଯାଇଥିଲେ। ପରବୀନ ସେମିରେ ହାରିଥିଲେ ମଧ୍ୟ ବ୍ରୋଞ୍ଜ ପଦକ ପାଇଛନ୍ତି।

Asian Games Asian Games Update 19th Asian Games