Advertisment

ଏସିଆନ ଗେମ୍ସ ଇତିହାସରେ ପ୍ରଥମ, ସତ ହେଲା ‘ଅବ କି ବାର ୧୦୦ ପାର୍‌’ ନାରା

ଅବ କି ବାର୍‌ ୧୦୦ ପାର୍‌ ନାରା ଦେଇ ଭାରତୀୟ ଖେଳାଳିମାନେ ଚାଇନା ଯାଇଥିଲେ। ପ୍ରଥମ ଦିନରୁ ହିଁ ଏହି ଲକ୍ଷ୍ୟକୁ ପୂରଣ କରିବାକୁ ଲାଗି ପଡ଼ିଥିଲେ ଭାରତର ସବୁ ଖେଳାଳି।

author-image
Hemant Lenka
ଅଦ୍ୟତନ ହୋଇଛି
Team India

Team India

ଏସିଆନ ଗେମ୍ସ ୧୯୫୧ରୁ ଆରମ୍ଭ ହୋଇଛି। ପ୍ରତି ୪ ବର୍ଷରେ ଏହି କ୍ରୀଡ଼ା ମହାକୁମ୍ଭ ଖେଳା ଯାଉଛି। କିନ୍ତୁ ଏସିଆ ଗେମ୍ସର ୭୨ ବର୍ଷ ଇତିହାସ ମଧ୍ୟରେ ଭାରତୀୟ ଆଥଲେଟିକ୍ସମାନେ ଯାହା କରି ପାରି ନଥିଲେ, ଏଥର ସେଇଆ କରି ଦେଖାଇଛନ୍ତି। ପ୍ରଥମଥର ପାଇଁ ଏସିଆର ଏହି ବଡ଼ ମହାକୁମ୍ଭରେ ଭାରତୀୟ ଖେଳିଳାମାନେ ଦେଶ ପାଇଁ ୧୦୦ ପଦକ ନିଶ୍ଚିତ କରିଛନ୍ତି।

Advertisment

ଅବ କି ବାର୍‌ ୧୦୦ ପାର୍‌ ନାରା ଦେଇ ଭାରତୀୟ ଖେଳାଳିମାନେ ଚାଇନା ଯାଇଥିଲେ। ପ୍ରଥମ ଦିନରୁ ହିଁ ଏହି ଲକ୍ଷ୍ୟକୁ ପୂରଣ କରିବାକୁ ଲାଗି ପଡ଼ିଥିଲେ ଭାରତର ସବୁ ଖେଳାଳି। ଆଉ ଏବେ ଏହି ନାରା ସତ ହୋଇଛି। ଏସିଆନ ଗେମ୍ସରେ ୧୦୦ରୁ ଅଧିକ ମେଡାଲ ଜିତିବା ପାଇଁ ଭାରତୀୟ କ୍ରୀଡ଼ା ପ୍ରେମୀ ଓ ଖେଳାଳିମାନେ ଦେଖିଥିବା ସ୍ୱପ୍ନ ଶେଷରେ ପୂରଣ ହେବାକୁ ଯାଉଛି। ଭାରତ ପରଫେକ୍ଟ ୧୦୦ ସହ ଇତିହାସ ରଚିବା ଦ୍ୱାର ଦେଶରେ ପହଞ୍ଚି ଯାଇଛି।

ଏସିଆନ ଗେମ୍ସର ଇତିହାସରେ ପ୍ରଥମଥର ପାଇଁ ଭାରତର ପଦକ ସଂଖ୍ୟା ୩ ଅଙ୍କ ଛୁଇଁବା ନିଶ୍ଚିତ ହୋଇଯାଇଛି। ଦେଶର ଖେଳାଳିମାନେ ଆଜି ସୁଦ୍ଧା ୯୫ଟି ପଦକ ଜିତି ସାରିଥିବା ବେଳେ ଆସନ୍ତାକାଲି ଖେଳାଯିବାକୁ ଥିବା ଇଭେଣ୍ଟର ଫାଇନାଲରେ ପ୍ରବେଶ କରି ଆଉ ୭ଟି ପଦକ ନିଶ୍ଚିତ କରିଛନ୍ତି। ଏହାର ଅର୍ଥ ଭାରତ ଚଳିତ ବର୍ଷ ଏସିଆନ ଗେମ୍ସରେ ଅତି କମରେ ୧୦୨ଟି ପଦକ ଜିତିବାକୁ ଯାଉଛି। ଏହି ସଂଖ୍ୟା ବଢ଼ିବାର ମଧ୍ୟ ସମ୍ଭାବନା ରହିଛି।

Advertisment

କମ୍ପାଉଣ୍ଡ ତୀରନ୍ଦାଜୀରେ ଭାରତୀୟ ଖେଳାଳି ୩ ପଦକ ପାଇବାକୁ ଥିବା ବେଳେ କାବାଡିରୁ ୨ଟି, ବାଡମିଣ୍ଟନରୁ ଗୋଟିଏ ଓ ପୁରୁଷ କ୍ରିକେଟରୁ ମେଡାଲ ପାଇବେ। କେବଳ ଏହାର ରଙ୍ଗ ସୁନା ହେଉଛି କି ରୁପା, ତା’ ଉପରେ ନଜର।

ଏହାବାଦ ଭାରତ ପ୍ରଥମଥର ପାଇଁ ଏସିଆନ ଗେମ୍ସରେ ୨୦ରୁ ଅଧିକ ସ୍ୱର୍ଣ୍ଣ ପଦକ ଜିତିବାକୁ ସକ୍ଷମ ହୋଇଛି। ବର୍ତ୍ତମାନ ସୁଦ୍ଧା ଦେଶର ଖେଳାଳିମାନେ ୨୨ଟି ସ୍ୱର୍ଣ୍ଣ ପଦକ ଜିତି ସାରିଲେଣି। ୨୦୧୮ରେ ଭାରତ ଜାକାର୍ତ୍ତାରେ ଅନୁଷ୍ଠିତ ଏସିଆନ ଗେମ୍ସରେ ତା’ର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ଦେଶ ପାଇଁ ଖେଳାଳିମାନେ ୧୬ଟି ସ୍ୱର୍ଣ୍ଣ ସହ ୭୦ଟି ପଦକ ଜିତିଥିଲେ। ହେଲେ ଏଥର ୨୦୧୮ର ରେକର୍ଡ ମଧ୍ୟ ଭାଙ୍ଗି ଯାଇଛି।

ଭାରତକୁ ଚଳିତ ବର୍ଷ ଏସିଆନ ଗେମ୍ସରେ ସର୍ବାଧିକ ପଦକ ଶୁଟିଂ ଓ ଆଥଲେଟିକ୍ସରୁ ମିଳିଛି। ଆଥଲେଟିକ୍ସରୁ ଭାରତକୁ ୨୯ଟି ପଦକ ମିଳିଥିବା ବେଳେ ଏଥିରେ ୬ଟି ସ୍ୱର୍ଣ୍ଣ, ୧୪ଟି ରୌପ୍ୟ ଓ ୯ଟି ବ୍ରୋଞ୍ଜ ରହିଛି। ଶୁଟିଂ ଖେଳାଳିମାନେ ୭ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଓ ୬ ବ୍ରୋଞ୍ଜ ସହ ୨୨ଟି ପଦକ ଦେଇଛନ୍ତି।

ଅଶ୍ୱଚାଳନାରେ ମଧ୍ୟ ଭାରତ ୪୨ ବର୍ଷ ପରେ ସ୍ୱର୍ଣ୍ଣ ଜିତିବାକୁ ସକ୍ଷମ ହୋଇଛି। ସେଲିଂ ଓ ରୋଇଂରେ ଭାରତୀୟ ଖେଳାଳିମାନେ ପଦକ ଜିତିଛନ୍ତି।

ବ୍ୟାଡମିଣ୍ଟନରେ ସେତେଟା ଆଖି ଦୃଶିଆ ପ୍ରଦର୍ଶନ ଦେଖିବାକୁ ମିଳିନାହିଁ। ତଥାପି ପୁରୁଷ ଟିମ ଇଭେଣ୍ଟରେ ଭାରତ ଐତିହାସିକ ରୌପ୍ୟ ଜିତିଛି। ସେହିପରି ପୁରୁଷ ଡବଲ୍ସରେ ସାତ୍ତ୍ୱିକ-ଚିରାଗ ଯୋଡ଼ି ଫାଇନାଲକୁ ଯାଇଛନ୍ତି। ଏଚଏସ୍‌ ପ୍ରଣୟ ସେମିରେ ହାରି ବ୍ରୋଞ୍ଜ ଜିତିଛନ୍ତି। 

୧୯ତମ ଏସିଆନ ଗେମ୍ସରେ ପ୍ରଥମଥର ପାଇଁ ଭାରତର ଉଭୟ ପୁରୁଷ ଓ ମହିଳା କ୍ରିକେଟ ଟିମ ଭାଗ ନେଇଛନ୍ତି। ମହିଳା ଟିମ ସ୍ୱର୍ଣ୍ଣ ଜିତି ସାରିଥିବା ବେଳେ ଆସନ୍ତାକାଲି ପୁରୁଷ ଟିମ ଆଫଗାନିସ୍ତାନ ସହ ଫାଇନାଲ ମ୍ୟାଚ୍‌ ଖେଳିବ। ତେଣୁ ପୁରୁଷ ଟିମ ଠାରୁ ମଧ୍ୟ ଦେଶ ସ୍ୱର୍ଣ୍ଣ ଆଶା ରଖିଛି।

ବର୍ତ୍ତମାନ ସୁଦ୍ଧା ଭାରତ ଜିତିଥିବା ୯୫ଟି ମେଡାଲରେ ୨୨ଟି ସୁନା, ୩୪ଟି ରୁପା ଓ ୩୯ଟି କାଂସ୍ୟ ପଦକ ରହିଛି।

Asian Games Asian Games Update Asian Games 2023 19th Asian Games