Advertisment

ହାତ ନାହିଁ, ଗୋଡ଼ରେ ତୀର ମାରି ଭାରତ ପାଇଁ ଜିତିଲେ ୨ ସ୍ୱର୍ଣ୍ଣ ସହ ୩ ପଦକ

ପ୍ରଥମେ ସେ ମିକ୍ସଡ ଟିମ କମ୍ପାଉଣ୍ଡ ଇଭେଣ୍ଟରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିଲେ। ଏହାପରେ ମହିଳା ବର୍ଗର କମ୍ପାଉଣ୍ଡରେ ସେ ରୌପ୍ୟ ପଦକ ହାତେଇଥିଲେ। ଶେଷରେ ସେ ମହିଳା ଏକକ ବର୍ଗ ଫାଇନାଲରେ ପ୍ରବେଶ କରିଥିଲେ।

author-image
Hemant Lenka
Sheetal Devi

Sheetal Devi

ଚାଇନାରେ ଚାଲିଥିବା ଏସିଆନ ପାରା ଗେମ୍ସରେ ଭାରତର ୧୬ ବର୍ଷୀୟ ଶୀତଳ ଦେବୀ ଇତିହାସ ରଚିଛନ୍ତି। ତାଙ୍କର ଦୁଇଟି ଯାକ ହାତ ନାହିଁ। ତଥାପି ସେ ନିଜ ଗୋଡ଼ର ବ୍ୟବହାର କରି ତୀରନ୍ଦାଜ ଇଭେଣ୍ଟରେ ଦେଶ ପାଇଁ ଜିତିଛନ୍ତି ୨ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ।

Advertisment

ବର୍ତ୍ତମାନ ସମୟରେ ଶୀତଲ ହାତ ନଥିବା ଏକମାତ୍ର ଅନ୍ତର୍ଜାତୀୟ ମହିଳା ତୀରନ୍ଦାଜୀ। ସେ ଆଜି ନିଜର ଗୋଡ଼ର ଯାଦୁ ସାହାଯ୍ୟରେ ୧୦ ଲେଖାଏ ଶୁଟ କରି ଭାରତ ପାଇଁ ଐତିହାସିକ ସଫଳତା ଆଣି ଦେଇଛନ୍ତି।

ପ୍ରଥମେ ସେ ମିକ୍ସଡ ଟିମ କମ୍ପାଉଣ୍ଡ ଇଭେଣ୍ଟରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିଲେ। ଏହାପରେ ମହିଳା ବର୍ଗର କମ୍ପାଉଣ୍ଡରେ ସେ ରୌପ୍ୟ ପଦକ ହାତେଇଥିଲେ। ଶେଷରେ ସେ ମହିଳା ଏକକ ବର୍ଗ ଫାଇନାଲରେ ପ୍ରବେଶ କରିଥିଲେ। ମହିଳା କମ୍ପାଉଣ୍ଡ ଇଭେଣ୍ଟରେ ତାଙ୍କର ମୁକାବିଲା ସିଙ୍ଗାପୁରର ଅଲୀମ ନୁର ସାହିଦାଙ୍କ ସହ ହୋଇଥିଲା।

Advertisment

ଫାଇନାଲ ଭଳି ମୁକାବିଲାରେ ୧୬ ବର୍ଷୀୟ ଶୀତଲ ନିଜର ଦକ୍ଷତା ଦେଖାଇଥିଲେ। ସେ ଜଣେ ଅଭିଜ୍ଞ ତୀରନ୍ଦାଜୀ ଭାବେ ନିଜର ଗୋଡ଼ର ବ୍ୟବହାର କରି କ୍ରମାଗତ ୬ଥର ୧୦ ପଏଣ୍ଟ ଲେଖାଏ ହାସଲ କରିଥିଲେ। ଶେଷ ଦୁଇ ରାଉଣ୍ଡରେ ସେ ଏପରି ଚମତ୍କାର କରିଛନ୍ତି। ଏହାପୂର୍ବରୁ ସେ ବହୁତ ପଛରେ ଥିଲେ। କିନ୍ତୁ ପଛରେ ଥାଇ ମଧ୍ୟ ସେ କମବ୍ୟାକ କରିଥିଲେ ଓ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ମଧ୍ୟ କବଜା କରିଥିଲେ।

ଜମ୍ମୁ-କଶ୍ମୀରର କିଶତୱାର ଜିଲ୍ଲାର ଛୋଟିଆ ଗାଁ ଲୋଇ ଧରରେ ଜନ୍ମ ଗ୍ରହଣ କରିଥିବା ଶୀତଲ ପିଲାଟି ବେଳରୁ ହିଁ ନିଜର ଦୁଇ ହାତ ହରାଇଥିଲେ। ଶୀତଲଙ୍କ କ୍ରୀଡ଼ା ଯାତ୍ରା ୨୦୧୯ ଆରମ୍ଭ ହୋଇଥିଲା। କିଶତୱାରରେ ଆୟୋଜିତ ଯୁବ କ୍ରୀଡ଼ା ଇଭେଣ୍ଟରେ ଭାରତୀୟ ସେନାର ନଜର ଶୀତଲଙ୍କ ଉପରେ ପଡ଼ିଥିଲା। ପ୍ରଥମେ ତାଙ୍କ ଶରୀରରେ କୃତ୍ରିମ ହାତ ଲଗାଇବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ଏଥିରୁ କିଛି ବି ଲାଭ ମିଳି ନଥିଲା।

ଏହାପରେ ତାଙ୍କୁ ତୀରନ୍ଦାଜ ଶିକ୍ଷା ଦିଆଯାଇଥିଲା। ପ୍ରାଥମିକ ଅବସ୍ଥାରେ ସେ ଗୋଡ଼ରେ ଲକ୍ଷ୍ୟ ଭେଦ କରିବାରେ ବହୁତ ସମସ୍ୟା ଭୋଗିଥିଲେ। ତେବେ ବାରମ୍ବାର ଅଭ୍ୟାସ ପରେ ସେ ଗୋଡ଼ରେ ଧନୁ ଉଠାଇବାକୁ ସକ୍ଷମ ହୋଇଥିଲେ।

୨୦୨୨ରେ ସେ ତୀରନ୍ଦାଜ ଠିକ ଭାବେ ଚଳାଇବା ସହ ଜାତୀୟ ଚାମ୍ପିୟନଶିପରେ ନିଜ ଜଲୱା ଦେଖାଇଥିଲେ। ଏହି ଚାମ୍ପିୟନଶିପ ପରେ ସେ ପାରା କ୍ରୀଡ଼ାରେ ଆଗକୁ ବଢ଼ିବା ଆରମ୍ଭ କରିଥିଲେ।

୨୦୨୩ରେ ଶୀତଲ ପାରା ତୀରନ୍ଦାଜ ବିଶ୍ୱ ଚାମ୍ପିୟନଶିପରେ ଦେଶ ପାଇଁ ରୌପ୍ୟ ପଦକ ଜିତି ଚର୍ଚ୍ଚାକୁ ଆସିଥିଲେ। ଏବେ ସେ ଏସିଆନ ପାରା ଗେମ୍ସରେ ଦେଶ ପାଇଁ କମାଲ କରିଛନ୍ତି।

Asian Games Para Asian Games 2023