Advertisment

ପ୍ୟାରିସ ଅଲିମ୍ପିକ୍ସ: ଫାଇନାଲରେ ଭାରତର ସ୍ୱପ୍ନିଲ୍‌

ଅଗଷ୍ଟ ୧ ଅର୍ଥାତ ଆସନ୍ତାକାଲି ସେ ନିଜର ଫାଇନାଲ ମ୍ୟାଚ୍‌ ଖେଳିବେ।

author-image
Hemant Lenka
Paris

Paris

ଭାରତର ଯୁବ ଶୁଟର ସ୍ୱପ୍ନିଲ କୁସାଲେ ରେକର୍ଡ କରିଛନ୍ତି। ସେ ୫୦ ମିଟର ରାଇଫଲ ୩ ପୋଜିସନର ଫାଇନରେ ପ୍ରବେଶ କରିଛନ୍ତି। ଏହାର ଅର୍ଥ ସ୍ୱପ୍ନିଲ ପଦକ ପାଇଁ ଲଢ଼େଇ କରିବେ।

Advertisment

ତେବେ ଭାରତର ପ୍ରତାପ ସିଂହ ତୋମାର ୧୧ତମ ସ୍ଥାନରେ ନିଜର ଅଭିଯାନ ଶେଷ କରିଛନ୍ତି। ଆଜିର ପ୍ରତିଯୋଗିତାରେ ସ୍ୱପ୍ନିଲ ବେଶ ଲୟରେ ରହିଥିଲେ। ସେ ନେଲିଂ ରାଉଣ୍ଡରେ ୧୯୮ ପଏଣ୍ଟ, ପର୍ଣ୍ଣି ବା ଶୋଇ ରହି ଶଟ ମାରିବା ରାଉଣ୍ଡରେ ୧୯୭ ପଏଣ୍ଟ ଓ ଷ୍ଟାଣ୍ଡିଂ ରାଉଣ୍ଡରେ ୧୯୫ ପଏଣ୍ଟ ହାସଲ କରିଥିଲେ। ଫଳରେ ସେ ୭ମ ସ୍ଥାନରେ ରହି ଫାଇନାଲକୁ ଯାଇଛନ୍ତି। ସ୍ୱପ୍ନିଲ ମୋଟ ଉପରେ ୫୯୦ ପଏଣ୍ଟ ଓ ୩୮ଟି ଇନର ୧୦ ଶଟ ମାରିଛନ୍ତି।

ପ୍ରଥମରୁ ସ୍ୱପ୍ନିଲ ଆରମ୍ଭରୁ ହିଁ ଦମଦାର ପ୍ରଦର୍ଶନ କରି ନେଲିଂ ରାଉଣ୍ଡର ପ୍ରଥମ ସିରିଜରେ ଟ୍ରିପଲ ୧୦ ହାସଲ କରିଥିଲେ। ଏହାପକରେ ସେ ଧୀରେଧୀରେ ନିଜର ଦବଦବା ଦେଖାଇ ଟପ ୭ରେ ରହିବାକୁ ସକ୍ଷମ ହୋଇଥିଲେ। ଏବେ ଅଗଷ୍ଟ ୧ ଅର୍ଥାତ ଆସନ୍ତାକାଲି ସେ ନିଜର ଫାଇନାଲ ମ୍ୟାଚ୍‌ ଖେଳିବେ।

Advertisment
Paris Olympics 2024 Olympics 2024