/odisha-reporter/media/post_attachments/uploadimage/library/16_9/16_9_0/IMAGE_1675011492.jpg)
U19 Women's T20 team
୧୯ ବର୍ଷ ବୟସରୁ କମ୍ ଟି୨୦ ବିଶ୍ୱକପ୍ ଜିତି ଇତିହାସ ରଚିଛି ଭାରତୀୟ ମହିଳା ଟିମ୍। ଦକ୍ଷିଣ ଆଫ୍ରିକାରେ ରବିବାର ଖେଳାଯାଇଥିବା ମ୍ୟାଚ୍ରେ ଭାରତ ୭ ୱିକେଟ୍ରେ ଇଂଲଣ୍ଡକୁ ପରାସ୍ତ କରିଛି।
Advertisment
ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୭.୧ ଓଭରରେ ସମସ୍ତ ୱିକେଟ ହରାଇ ୬୮ ରନ୍ କରିପାରିଥିଲା। ଯାହାକୁ ପିଛା କରି ଭାରତୀୟ ଦଳ ୧୪ ଓଭରରେ ୩ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।
ଭାରତ ପକ୍ଷରୁ ଟିଟାସ୍ ସାଧୁ, ଅର୍ଚ୍ଚନା ଦେବୀ, ପର୍ସଭୀ ଚୋପ୍ରା ୨ଟି ଲେଖାଏଁ ୱିକେଟ ନେଇଥିଲେ। ଯେତେବେଳେ କି ମନ୍ନତ କଶ୍ୟପ, ସଫାଳି ବର୍ମା, ସୋନମ ଯାଦବ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ସୌମ୍ୟା ତିୱାରୀ ଅପରାଜିତ ୨୪ ରନ୍ ଓ ଗୋଙ୍ଗାଦି ତ୍ରିଶା ୨୪ ରନ୍ର ଗୁରୁତ୍ୱପୂର୍ଣ୍ଣ ଇନିଂସ୍ ଖେଳିଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
