Advertisment

ରୋହିତ-ରାୟିଡୁ ବିସ୍ଫୋରଣ, ଇଣ୍ଡିଜ୍‌କୁ ୩୭୮ ରନ୍‌ର ଟାର୍ଗେଟ ଦେଲା ଭାରତ

ମୁମ୍ବାଇ: ଓପନର୍‌ ରୋହିତ ଶର୍ମା ଓ ମିଡଲଅର୍ଡର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟିଡୁଙ୍କ ବିସ୍ଫୋରକ ଇନିଂସ୍‌ ବଳରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୪ର୍ଥ ଦିନିକିଆରେ ଟିମ୍‌ ଇଣ୍ଡିଆ ୫ ୱିକେଟ ହରାଇ ବିଶାଳ ୩୭୭ ରନ୍‌ର ସ୍କୋର ଛିଡ଼ା କରିଛି। ଫଳରେ ୪ର୍ଥ ଦିନିକିଆକୁ ଜିତିବା ପାଇଁ ଇଣ୍ଡିଜ୍‌ ବାହିନୀକୁ ୩୭୮ ରନ୍‌ର ଟାଗେର୍ଟ ମିଳିଛି। ରୋହିତ ଶର୍ମା ୧୬୨ ରନ୍‌ କରିଥିବା ବେଳେ ରାୟିଡୁ ୧୦୦ ରନ୍‌ର ଇନିଂସ୍‌ ଖେଳିଥିଲେ। ବର୍ତ୍ତମାନ ସିରିଜ୍‌ ୧-୧ରେ ବରାବର ଥିବାରୁ ଉଭୟ […]

ରୋହିତ-ରାୟିଡୁ ବିସ୍ଫୋରଣ, ଇଣ୍ଡିଜ୍‌କୁ ୩୭୮ ରନ୍‌ର ଟାର୍ଗେଟ ଦେଲା ଭାରତ

r1

Advertisment

ମୁମ୍ବାଇ: ଓପନର୍‌ ରୋହିତ ଶର୍ମା ଓ ମିଡଲଅର୍ଡର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟିଡୁଙ୍କ ବିସ୍ଫୋରକ ଇନିଂସ୍‌ ବଳରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୪ର୍ଥ ଦିନିକିଆରେ ଟିମ୍‌ ଇଣ୍ଡିଆ ୫ ୱିକେଟ ହରାଇ ବିଶାଳ ୩୭୭ ରନ୍‌ର ସ୍କୋର ଛିଡ଼ା କରିଛି। ଫଳରେ ୪ର୍ଥ ଦିନିକିଆକୁ ଜିତିବା ପାଇଁ ଇଣ୍ଡିଜ୍‌ ବାହିନୀକୁ ୩୭୮ ରନ୍‌ର ଟାଗେର୍ଟ ମିଳିଛି।

Advertisment

ରୋହିତ ଶର୍ମା ୧୬୨ ରନ୍‌ କରିଥିବା ବେଳେ ରାୟିଡୁ ୧୦୦ ରନ୍‌ର ଇନିଂସ୍‌ ଖେଳିଥିଲେ।

ବର୍ତ୍ତମାନ ସିରିଜ୍‌ ୧-୧ରେ ବରାବର ଥିବାରୁ ଉଭୟ ଦଳ ମ୍ୟାଚ୍‌କୁ ଜିତି ଅଗ୍ରଣୀ ହାସଲ ପାଇଁ ଜୋରଦାର ଉଦ୍ୟମ କରିବେ।

publive-image

ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମ୍‌ରେ ଟସ୍‌ ଜିତି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ତୃତୀୟ ମ୍ୟାଚ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରି ଜିତିବା ମ୍ୟାଚ୍‌କୁ ହାତଛଡ଼ା କରିଥିବା ଟିମ୍‌ ଇଣ୍ଡିଆ ଏଥର କିନ୍ତୁ ତା’ର ଅସଲ ରୂପ ଦେଖାଇଥିଲା। ଦୁଇ ଓପନର୍‌ ରୋହିତ ଶର୍ମା ଓ ଶିଖର୍‌ ଧୱନ୍‌ ଆରମ୍ଭରୁ ହିଁ ବଡ଼ ଶଟ୍‌ ଖେଳି ଇଣ୍ଡିଜ୍‌ ବୋଲିଂ ବାହିନୀର ଲୟ ଭାଙ୍ଗିଦେଥିଲେ। ଉଭୟ ପ୍ରଥମ ୱିକେଟ୍‌ ପାଇଁ ୧୧.୫ ଓଭର୍‌ରେ ୭୧ ରନ୍‌ ଯୋଡ଼ିଥିଲେ।

Advertisment

ତେବେ ବଡ଼ ଶଟ୍‌ ଖେଳିବା ଆଶାରେ ଧୱନ୍‌ କେମୋ ପଲଙ୍କ ବଲ୍‌ରେ ଆଉଟ୍‌ ହୋଇଯାଇ ଥିଲେ। ପ୍ୟାଭିଲିୟନ୍‌ ଫେରିବା ବେଳକୁ ଧୱନ୍‌ ୪୦ଟି ବଲ୍‌ରେ ୩୮ ରନ୍‌ କରିଥିଲେ। କ୍ରମାଗତ ୩ଟି ଦିନିକିଆରେ ୩ଟି ଶତକ ହାସଲ କରିଥିବା ଅଧିନାୟକ ବିରାଟ୍‌ କୋହଲି ଏଥର କିନ୍ତୁ ତାଙ୍କ କମାଲ ଦେଖାଇ ପାରି ନଥିଲେ। ସେ ମାତ୍ର ୧୬ ରନ୍‌ କରି କେମାର ରୋଚ୍‌ଙ୍କ ବଲ୍‌ରେ ଆଉଟ୍‌ ହୋଇଯାଇଥିଲେ।

publive-image

୧୦୧ ରନ୍‌ରେ ଦୁଇଟି ୱିକେଟ୍‌ ହରାଇଥିବା ଟିମ୍‌ ଇଣ୍ଡିଆର ରନ୍‌ ସଂଗ୍ରହ ହାର ଏହିଠାରୁ ହିଁ ବଢ଼ିଥିଲା। ତୃତୀୟ ୱିକେଟ୍‌ ପାଇଁ ରୋହିତ ଶର୍ମାଙ୍କ ସହ ଅମ୍ବାତି ରାୟିଡୁ ଦଳୀୟ ସ୍କୋରକୁ ଆଗରୁ ନେଇଥିଲେ। ଉଭୟ ଆକର୍ଷଣୀୟ ଶଟ୍‌ ମାରିବା ସହ ନିଜ ନିଜର ଶତକ ମଧ୍ୟ ହାସଲ କରିଥିଲେ। ରୋହିତ ଦିନିକିଆ କ୍ୟାରିୟର୍‌ର ୨୧ ତମ ଶତକ ଓ ରାୟିଡୁ ତାଙ୍କର ୩ୟ ଶତକ ହାସଲ କରିଥିଲେ। ଉଭୟ ତୃତୀୟ ୱିକେଟ୍‌ ପାଇଁ ୨୧୧ ରନ୍‌ର ଭାଗିଦାରୀ କରିଥିଲେ।

publive-image

ତେବେ ବଡ଼ ବଡ଼ ଦର୍ଶନୀୟ ଶଟ୍‌ ଖେଳୁଥିବା ରୋହିତ ଗତ ମ୍ୟାଚ୍‌ର ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପାଇଥିବା ଆଶଲେ ନର୍ସଙ୍କ ବଲ୍‌ରେ ଆଉଟ୍‌ ହୋଇଯାଇଥିଲେ। ତେବେ ସେ ଆଉଟ୍‌ ହେବା ପୂର୍ବରୁ ୧୩୭ ବଲ୍‌ରେ ୧୬୨ ରନ୍‌ର ବୃହତ ଇନିଂସ୍‌ ଖେଳିଥିଲେ। ରୋହିତ ଆଉଟ୍‌ ହେବା ପରେ କ୍ରିଜ୍‌କୁ ଆସିଥିବା ଧୋନି ମଧ୍ୟ ବଡ଼ ଶଟ୍‌ ଖେଳିଥିଲେ। ସେ ୧୫ଟି ବଲ୍‌ରେ ୨୩ ରନ୍‌ କରି କେମାର ରୋଚ୍‌ଙ୍କ ଦ୍ୱିତୀୟ ଶିକାର ହୋଇଥିଲେ।

publive-image

ତେବେ ୮୧ଟି ବଲ୍‌ରେ ୧୦୦ ରନ୍‌ କରିଥିବା ରାୟିଡୁ ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ୍‌ ହୋଇଥିଲେ। ଶେଷ ଆଡ଼କୁ ଟିମ୍‌କୁ କମ୍‌ବ୍ୟାକ୍‌ କରିଥିବା କେଦାର ଯାଦବ ଓ ରବୀନ୍ଦ୍ର ଜାଡେଜା ମଧ୍ୟ ଭରପୂର ସହଯୋଗ କରିଥିଲେ। କେଦାର ୭ଟି ବଲ୍‌ରେ ୧୬ ରନ୍‌ ଓ ଜାଡେଜା ୪ଟି ବଲ୍‌ରେ ୭ ରନ୍‌ କରି ଶେଷ ପର୍ଯ୍ୟନ୍ତ ନଟ୍‌ ଆଉଟ୍‌ ରହିଥିଲେ।

ଇଣ୍ଡିଜ୍‌ ପକ୍ଷରୁ କେମାର ରୋଚ୍‌ ୨ଟି ୱିକେଟ୍‌ ନେଇଥିବା ବେଳେ କେମୋ ପଲ୍‌ ଓ ନର୍ସ ଗୋଟିଏ ଲେଖାଏ ୱିକେଟ୍‌ ନେଇଛନ୍ତି।

publive-image

ଭାରତ ଆଜି ୨ଟି ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇଥିଲା। ରିଷଭ ପନ୍ତଙ୍କ ବଦଳରେ କେଦାର ଯାଦବ ଓ ୟୁଜବେନ୍ଦର ଚହଲଙ୍କ ବଦଳରେ ରବୀନ୍ଦ୍ର ଜାଡେଜାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲା।

publive-image

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe