Advertisment

ବ୍ୟାଡମିଣ୍ଟନ ‍ଫାଇନାଲରେ ହାରିଲା ଭାରତ, ମିଳିଲା ରୌପ୍ୟ

ଫାଇନାଲର ଠିକ ପୂର୍ବରୁ ଷ୍ଟାର ଖେଳାଳି ଏଚଏସ୍‌ ପ୍ରଣୟ ଆହତ ହେବା ଭାରତୀୟ ଟିମକୁ ମହଙ୍ଗା ପଡ଼ିଛି।

author-image
Hemant Lenka
Badminton

Badminton

ଏସିଆ ଗେମ୍ସରେ ଭାରତୀୟ ବ୍ୟାଡମିଣ୍ଟନ ଟିମ ଇତିହାସ ରଚିଥିଲେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିବାରୁ ବଞ୍ଚିତ ହୋଇଛି। ଫାଇନାଲର ଠିକ ପୂର୍ବରୁ ଷ୍ଟାର ଖେଳାଳି ଏଚଏସ୍‌ ପ୍ରଣୟ ଆହତ ହେବା ଭାରତୀୟ ଟିମକୁ ମହଙ୍ଗା ପଡ଼ିଛି।

Advertisment

ଫଳରେ ଭାରତ ୨-୦ରେ ଆଗୁଆ ରହିଥିବା ସତ୍ତ୍ୱେ ଚାଇନା ଠାରୁ ୨-୩ରେ ପରାସ୍ତ ହୋଇଛି। ଏହି ପରାଜୟ ସହ ଭାରତୀୟ ଟିମ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛି। ଚାଇନା ପୁଣିଥରେ ସୁନା ପଦକ ଜିତିଛି।

ବିଶ୍ୱ ରାଙ୍କିଙ୍ଗର ୭ମ ସ୍ଥାନରେ ଥିବା ପ୍ରଣୟ ଆହତ ହେବାରୁ ସବୁ କିଛି ଲକ୍ଷ୍ୟ ସେନଙ୍କ ଉପରକୁ ଯାଇଥିଲା। ସେ ମଧ୍ୟ ଦମଦାର ପ୍ରଦର୍ଶନ କରି ବିଶ୍ୱର ୬ନଂ ସ୍ଥାନରେ ଥିବା ଚାଇନାର ଶି ୟୁକିଙ୍କୁ ହରାଇ ଦେଇଥିଲେ। ଏହାପରେ ଭାରତର ସାତ୍ତ୍ୱିକ ଓ ଚିରାଗ ଯୋଡ଼ି ମଧ୍ୟ ବିଜୟ ଲାଭ କରି ଫାଇନାଲରେ ଦେଶକୁ ୨-୦ରେ ଆଗୁଆ କରିଦେଇଥିଲେ।

Advertisment

ଭାରତକୁ ମ୍ୟାଚ୍‌ ସହ ସ୍ୱର୍ଣ୍ଣ ଜିତିବା ସହ ଇତିହାସ ରଚିବା ପାଇଁ ୩ଟି ମ୍ୟାଚ୍‌ରୁ ଗୋଟିଏରେ ଜିତିବାର ଥିଲା। କାଦମ୍ବି ଶ୍ରୀକାନ୍ତ ଥିବାରୁ ଭାରତ ସ୍ୱର୍ଣ୍ଣ ଜିତିବା ଏକ ପ୍ରକାରର ନିଶ୍ଚିତ ହୋଇ ଯାଇଥିଲା। କିନ୍ତୁ ସେ ହାରି ଯାଇଥିଲେ। ଏହାପରେ ଧ୍ରୁବ କାପିଲା ଓ ସାଇ ପ୍ରତୀକ ପ୍ରସାଦ ମଧ୍ୟ ଲି ୟୁ ଚେନ ଓ ଜୁଆନ ୟିଙ୍କ ଠାରୁ ହାରିଥିଲେ। ଫଳରେ ସ୍ଥିତି ୨-୨ ହୋଇ ଯାଇଥିଲା।

ଶେଷରେ ନିର୍ଣ୍ଣାୟକ ମ୍ୟାଚ୍‌ରେ ପ୍ରଣୟଙ୍କ ସ୍ଥାନରେ ଟିମରେ ଖେଳୁଥିବା ମିଥୁନ ମଞ୍ଜୁନାଥ କୋର୍ଟକୁ ଓହ୍ଲାଇଥିଲେ। ତାଙ୍କର ମୁକାବିଲା ବିଶ୍ୱ ରାଙ୍କିଙ୍ଗର ୨୦ ନମ୍ବର ସ୍ଥାନରେ ଥିବା ୱେଙ୍ଗ ହଙ୍ଗ ୱାଙ୍ଗଙ୍କ ସହ ହୋଇଥିଲା। ଏହି ମ୍ୟାଚ୍‌କୁ ୱେଙ୍ଗ ବେଶ ସହଜରେ ଜିତି ନେଇଥିଲେ। ଏଥିସହ ଚାଇନାକୁ ସ୍ୱର୍ଣ୍ଣ ଭେଟି ଦେଇଥିଲେ।

୧୯୮୬ ପରେ ଭାରତୀୟ ଟିମ ଏସିଆନ ଗେମ୍ସ ବ୍ୟାଡମିଣ୍ଟନରେ ପଦକ ଜିତିବାକୁ ସକ୍ଷମ ହୋଇଛି। ଶେଷ ଥର ପାଇଁ ସିଓଲ ଏସିଆନ ଗେମ୍ସରେ ଦଳକୁ ବ୍ୟାଡମିଣ୍ଟନରେ ପଦକ ମିଳିଥିଲା।

Badminton 19th Asian Games Asian Games