Advertisment

ଭାରତ ଓ ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ୍ ପାଇଁ ବାରବାଟୀ ପ୍ରସ୍ତୁତ: ଓସିଏ ସମ୍ପାଦକ

କଟକ: ଅକ୍ଟୋବର ୫ତାରିଖରେ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳା ଯିବ। ଏହା ହେବ ବାରବାଟୀରେ ପ୍ରଥମ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍। ଏଥିପାଇଁ ବାରବାଟୀ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି ବୋଲି କହିଛନ୍ତି ଓସିଏ ସଂପାଦକ ଆଶୀର୍ବାଦ ବେହେରା। ରବିବାର ଏନେଇ ଓସିଏର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ପରେ ଆର୍ଶୀବାଦ ବେହେରା କହିଥିଲେ ଯେ ଏହି ଟି-ଟ୍ୱେଣ୍ଟି ମ୍ୟାଚ୍ ପାଇଁ ପିଚ୍ କାମ ମଧ୍ୟ ଶେଷ […]

ଭାରତ ଓ ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ୍ ପାଇଁ ବାରବାଟୀ ପ୍ରସ୍ତୁତ: ଓସିଏ ସମ୍ପାଦକ

oca

Advertisment

[caption id="attachment_34087" align="alignleft" width="300"]ocaଓସିଏ ପ୍ରସ୍ତୁତି ବୈଠକରେ ସଂପାଦକ ଆର୍ଶୀବାଦ ବେହେରା (ବାମରୁ ଦ୍ୱିତୀୟ) ଓ ଅନ୍ୟମାନେ[/caption]

Advertisment

କଟକ: ଅକ୍ଟୋବର ୫ତାରିଖରେ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳା ଯିବ। ଏହା ହେବ ବାରବାଟୀରେ ପ୍ରଥମ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍। ଏଥିପାଇଁ ବାରବାଟୀ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି ବୋଲି କହିଛନ୍ତି ଓସିଏ ସଂପାଦକ ଆଶୀର୍ବାଦ ବେହେରା।

ରବିବାର ଏନେଇ ଓସିଏର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ପରେ ଆର୍ଶୀବାଦ ବେହେରା କହିଥିଲେ ଯେ ଏହି ଟି-ଟ୍ୱେଣ୍ଟି ମ୍ୟାଚ୍ ପାଇଁ ପିଚ୍ କାମ ମଧ୍ୟ ଶେଷ ହୋଇଯାଇଛି। ମ୍ୟାଚକୁ ଶାନ୍ତିପୂର୍ଣ୍ଣ ଭାବେ ଆୟୋଜନ କରିବା ପାଇଁ ବିଭିନ୍ନ ସବ୍-କମିଟି ଗଠନ କରାଯାଇଛି। ଚଳିତଥର ନୂତନ କରି ସିଟରେ ନମ୍ୱରିଂ ବ୍ୟବସ୍ଥା କରାଯିବା ସହ ମ୍ୟାଚ୍ ଦିନ ଷ୍ଟାଡିୟମର ବିଭିନ୍ନ ସ୍ଥାନରେ ମେ ଆଇ ହେଲପ୍ ୟ୍ୟୁ ବ୍ୟବସ୍ଥା ମଧ୍ୟ କରାଯିବ । ଏ ପର୍ଯ୍ୟନ୍ତ ଅନଲାଇନରେ ୩ ହଜାରରୁ ଊର୍ଦ୍ଧ୍ୱ ଟିକେଟ୍ ବିକ୍ରି କରାଯାଇଥିବାବେଳେ ସାଧାରଣ ଦର୍ଶକଙ୍କ ପାଇଁ ଆସନ୍ତା ୧ ଓ ୩ ତାରିଖରେ ଟିକଟ୍ ବିକ୍ରି କରାଯିବ। ଦର୍ଶକମାନେ ବାରବାଟୀରେ ପ୍ରଥମ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚର  ଖୁବ୍ ମଜା ଉଠାଇବେ ବୋଲି କହିଛନ୍ତି ଓସିଏ ସମ୍ପାଦକ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe