Advertisment

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨: ୬୧ ପଦକ ସହ ଚତୁର୍ଥ ସ୍ଥାନରେ ରହିଲା ଭାରତ

ବର୍ମିଂହାମ: ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସୋମବାର ସମାପ୍ତ ହୋଇଛି। ଏଥର ୨୨ଟି ସ୍ୱର୍ଣ୍ଣ ପଦକ ସମେତ ମୋଟ ୬୧ଟି ପଦକ ଜିତିଥିବା ଭାରତ ଚତୁର୍ଥ ସ୍ଥାନରେ ରହିଛି। ୬୧ଟି ପଦକ ମଧ୍ୟରେ ୧୬ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଜ ରହିଛି। ସ୍ୱର୍ଣ୍ଣ ପଦକ ସଂଖ୍ୟା ଦୃଷ୍ଟିରୁ ଦେଖିଲେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହା ଭାରତର ଚତୁର୍ଥ ସର୍ବୋତ୍ତମ ପ୍ରଦର୍ଶନ। ତେବେ ମୋଟ ପଦକ ସଂଖ୍ୟା ଦୃଷ୍ଟିରୁ ବିଚାର କଲେ ଏହା ଦେଶର ପଞ୍ଚମ ସର୍ବୋତ୍ତମ ପ୍ରଦର୍ଶନ। ୨୦୧୦ରେ ଜିତିଥିଲା […]

ଅଦ୍ୟତନ ହୋଇଛି
ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨: ୬୧ ପଦକ ସହ ଚତୁର୍ଥ ସ୍ଥାନରେ ରହିଲା ଭାରତ

sarat kamal

Advertisment

ବର୍ମିଂହାମ: ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସୋମବାର ସମାପ୍ତ ହୋଇଛି। ଏଥର ୨୨ଟି ସ୍ୱର୍ଣ୍ଣ ପଦକ ସମେତ ମୋଟ ୬୧ଟି ପଦକ ଜିତିଥିବା ଭାରତ ଚତୁର୍ଥ ସ୍ଥାନରେ ରହିଛି। ୬୧ଟି ପଦକ ମଧ୍ୟରେ ୧୬ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଜ ରହିଛି। ସ୍ୱର୍ଣ୍ଣ ପଦକ ସଂଖ୍ୟା ଦୃଷ୍ଟିରୁ ଦେଖିଲେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହା ଭାରତର ଚତୁର୍ଥ ସର୍ବୋତ୍ତମ ପ୍ରଦର୍ଶନ। ତେବେ ମୋଟ ପଦକ ସଂଖ୍ୟା ଦୃଷ୍ଟିରୁ ବିଚାର କଲେ ଏହା ଦେଶର ପଞ୍ଚମ ସର୍ବୋତ୍ତମ ପ୍ରଦର୍ଶନ।

Advertisment

୨୦୧୦ରେ ଜିତିଥିଲା ୧୦୧ ପଦକ

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇତିହାସରେ ଭାରତ ସବୁଠୁ ଭଲ ପ୍ରଦର୍ଶନ କରିଥିଲା ୨୦୧୦ରେ। ସେ ବର୍ଷ ଭାରତରେ ଏହାର ଆୟୋଜନ ହୋଇଥିଲା। ଏଥିରେ ଭାରତ ମୋଟ ୧୦୧ଟି ପଦକ ଜିତିଥିଲା। ତା’ ମଧ୍ୟରେ ଥିଲା ୩୮ଟି ସ୍ୱର୍ଣ୍ଣ ପଦକ। ୨୦୦୨ ମଞ୍ଚେଷ୍ଟର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ୬୯ଟି ପଦକ ଜିତିଥିବା ବେଳେ ୨୦୧୪ରେ ୬୪ ଓ ୨୦୧୮ରେ ୬୬ଟି ପଦକ ଜିତିଥିଲା।

କେଉଁ ଖେଳରେ କେତେ ପଦକ

ଏଥର ଭାରତ ହାସଲ କରିଥିବା ୬୧ ପଦକ ମଧ୍ୟରୁ ୧୨ଟି କୁସ୍ତିରୁ ଆସିଛି। ଏଥିରେ ୬ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ୫ଟି ବ୍ରୋଞ୍ଜ ପଦକ ରହିଛି। ଭାରୋତ୍ତୋଳନରୁ ଆସିଛି ୧୦ଟି ପଦକ। ଏଥିରେ ୩ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ପଦକ ରହିଛି।  ଟେବୁଲ ଟେନିସ୍‌ରୁ ୭ଟି ମେଡାଲ୍ ଆସିଛି। ତା’ ମଧ୍ୟରେ ୪ଟି ସ୍ୱର୍ଣ୍ଣ ପଦକ ରହିଛି।

Advertisment

ବକ୍ସିଂରୁ ଭାରତ ମୋଟ ୭ଟି (୩ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ୨ଟି ବ୍ରୋଞ୍ଜ) ପଦକ ଜିତିଥିବା ବେଳେ ବ୍ୟାଡ୍‌ମିଣ୍ଟନରୁ ୬ଟି ପଦକ (୩ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ, ୨ଟି ବ୍ରୋଞ୍ଜ) ଜିତିଛି। ଆଥ୍‌ଲେଟିକ୍ସରୁ ଆସିଛି ୮ଟି ପଦକ। ତା’ ମଧ୍ୟରେ ରହିଛି ଗୋଟିଏ ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ ରହିଛି। ଲନ୍‌ ବଲ୍‌ସରୁ ୨ଟି ପଦକ ମିଳିଥିବା ବେଳେ ସେଥିରେ ରହିଛି ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ।

ପାରା ପାୱାର ଲିଫ୍ଟିଂରୁ ମାତ୍ର ଗୋଟିଏ ପଦକ ଆସିଛି ଓ ତାହା ହେଉଛି ସ୍ୱର୍ଣ୍ଣ ପଦକ। ଜୁଡୋରେ ୨ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜକୁ ମିଶାଇ ମୋଟ ୩ଟି ପଦକ ଆସିଛି। ହକିରୁ ଦୁଇଟି ପଦକ ଆସିଛି। ପୁରୁଷ ହକି ଦଳ ରୌପ୍ୟ ପଦକ ଜିତିଥିବା ବେଳେ ମହିଳା ଦଳ ବ୍ରୋଞ୍ଜ ପଦକ ଜିତିଛନ୍ତି। କ୍ରିକେଟ୍‌ରୁ ଗୋଟିଏ ପଦକ ଆସିଛି। ଭାରତୀୟ ମହିଳା ଦଳ ଫାଇନାଲ୍‌ରେ ହାରି ରୌପ୍ୟ ପଦକ ପାଇଛି। ସ୍କ୍ୱାଶ୍‌ରୁ ୨ଟି ପଦକ ଆସିଛି। ଏ ଦୁଇଟି ଯାକ ବ୍ରୋଞ୍ଜ।

ଶରତ ସବୁଠୁ ସଫଳ
ଏହି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ସବୁଠାରୁ ସଫଳ ଖେଳାଳି ହୋଇଛନ୍ତି ୪୦ ବର୍ଷୀୟ ଟେବୁଲ ଟେନିସ୍ ଷ୍ଟାର ଶରତ କମଳ। ସେ ମୋଟ ୪ଟି ପଦକ ଜିତିଛନ୍ତି। ଏଥିରୁ ୩ଟି ହେଉଛି ସ୍ୱର୍ଣ୍ଣ। ସିଙ୍ଗଲ୍‌ସ, ଟିମ୍ ଓ ମିକ୍ସଡ ଡବଲ୍‌ସରେ ସେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଡବଲ୍ସରେ ରୌପ ପଦକ ଜିତିଛନ୍ତି। ଏହା ସହିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ତାଙ୍କ ମୋଟ ପଦକ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି।

ପ୍ରଥମ ସ୍ଥାନରେ ଅଷ୍ଟ୍ରେଲିଆ
ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଷ୍ଟ୍ରେଲିଆ ୬୭ ସ୍ୱର୍ଣ୍ଣ ପଦକ ସମେତ ମୋଟ ୧୭୮ଟି ପଦକ ଜିତି ଟେବୁଲର ପ୍ରଥମ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡ ୧୭୬ (୫୭ ସ୍ୱର୍ଣ୍ଣ) ପଦକ ସହ ଦ୍ୱିତୀୟ ଓ କାନାଡ଼ା ୯୨ (୨୬ ସ୍ୱର୍ଣ୍ଣ) ପଦକ ସହ ତୃତୀୟ ସ୍ଥାନରେ ରହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe