Advertisment

ପ୍ରଥମ ଇନିଂସ୍‌ରେ ଇଂଲଣ୍ଡ୍‌ ୧୬୧ରେ ଅଲ୍‌ଆଉଟ୍, ଟିମ୍ ଇଣ୍ଡିଆ ୧୬୮ ରନ୍‌ରେ ଆଗୁଆ

ଓଡ଼ିଶା ରିପୋର୍ଟର୍: ଟ୍ରେଣ୍ଟ୍ ବ୍ରିଜ୍‌ର ନଟିଂହାମ୍‌ରେ ଘରୋଇ ଇଂଲଣ୍ଡ ଦଳ ଉପରେ ଭାରୀ ପଡ଼ିଛନ୍ତି ଭାରତୀୟ ବୋଲର୍‌। ସମାଲୋଚକଙ୍କ ମୁହଁ ବନ୍ଦ କରିଦେବା ଭଳି ପ୍ରଦର୍ଶନ କରି ଅଲ୍‌ରାଉଣ୍ଡର୍ ହାର୍ଦ୍ଦିକ୍ ପାଣ୍ଡ୍ୟା ଇଂଲଣ୍ଡର ପ୍ରଥମ ଇନିଂସ୍‌ରେ ୫ଟି ୱିକେଟ୍ ଦଖଲ କରିଛନ୍ତି। ସେହିଭଳି ଇଶାନ୍ତ ଶର୍ମା ଓ ଯଶ୍‌ପ୍ରୀତ୍ ବୁମ୍ରା ପ୍ରତ୍ୟେକ ଦୁଇଟି ଲେଖାଏ ଓ ମହମ୍ମଦ ସାମି ଗୋଟିଏ ୱିକେଟ୍ ଅକ୍ତିଆର୍ କରି ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର୍‌କୁ ୧୬୧ ରନ୍‌ରେ ସୀମିତ ରଖିବାରେ ସଫଳ […]

ପ୍ରଥମ ଇନିଂସ୍‌ରେ ଇଂଲଣ୍ଡ୍‌ ୧୬୧ରେ ଅଲ୍‌ଆଉଟ୍, ଟିମ୍ ଇଣ୍ଡିଆ ୧୬୮ ରନ୍‌ରେ ଆଗୁଆ

pandya647_082517052608

Advertisment

ଓଡ଼ିଶା ରିପୋର୍ଟର୍: ଟ୍ରେଣ୍ଟ୍ ବ୍ରିଜ୍‌ର ନଟିଂହାମ୍‌ରେ ଘରୋଇ ଇଂଲଣ୍ଡ ଦଳ ଉପରେ ଭାରୀ ପଡ଼ିଛନ୍ତି ଭାରତୀୟ ବୋଲର୍‌। ସମାଲୋଚକଙ୍କ ମୁହଁ ବନ୍ଦ କରିଦେବା ଭଳି ପ୍ରଦର୍ଶନ କରି ଅଲ୍‌ରାଉଣ୍ଡର୍ ହାର୍ଦ୍ଦିକ୍ ପାଣ୍ଡ୍ୟା ଇଂଲଣ୍ଡର ପ୍ରଥମ ଇନିଂସ୍‌ରେ ୫ଟି ୱିକେଟ୍ ଦଖଲ କରିଛନ୍ତି।

Advertisment

publive-imageସେହିଭଳି ଇଶାନ୍ତ ଶର୍ମା ଓ ଯଶ୍‌ପ୍ରୀତ୍ ବୁମ୍ରା ପ୍ରତ୍ୟେକ ଦୁଇଟି ଲେଖାଏ ଓ ମହମ୍ମଦ ସାମି ଗୋଟିଏ ୱିକେଟ୍ ଅକ୍ତିଆର୍ କରି ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର୍‌କୁ ୧୬୧ ରନ୍‌ରେ ସୀମିତ ରଖିବାରେ ସଫଳ ହୋଇଛନ୍ତି।

ପୂର୍ବରୁ ପ୍ରଥମ ଇନିଂସ୍‌ରେ ୩୨୯ ରନ୍‌ କରିଥିବା ଟିମ୍ ଇଣ୍ଡିଆ ଏବେ ଘରୋଇ ଦଳଠାରୁ ୧୬୮ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ନେଇଛି।

Advertisment

ତୃତୀୟ ଟେଷ୍ଟ୍‌ର ଦ୍ୱିତୀୟ ଦିନ ଭାରତ ୩୦୭/୬ ରୁ ଖେଳ ଆରମ୍ଭ କରି ଏଥିରେ ମାତ୍ର ୨୨ ରନ୍ ଯୋଡ଼ିବାରେ ସକ୍ଷମ ହୋଇଥିଲା। ଏହାର ଜବାବରେ ଲଞ୍ଚ୍ ପୂର୍ବରୁ ବ୍ୟାଟିଂ ସୁଯୋଗ ପାଇଥିବା ଘରୋଇ ଦଳ ପ୍ରଥମ ଇନିଂସରେ ଭଲ ଆରମ୍ଭ କରିଥିଲା।

publive-image

ତେବେ ଲଞ୍ଚ୍‌ ପରେ ଇଂଲିଶ୍ ଦଳର ବ୍ୟାଟିଂ ଦୁର୍ଗକୁ ଧ୍ୱସ୍ତବିଧ୍ୱସ୍ତ କରି ଦେଇଥିଲେ ଟିମ୍ ଇଣ୍ଡିଆର ପେସ୍‌ବାହିନୀ। ଇଂଲଣ୍ଡର ନିର୍ଭରଯୋଗ୍ୟ କୁକ୍ ୨୯ ରନ୍ କରି କ୍ରିଜ୍‌ରେ ଜମି ଆସୁଥିବାବେଳେ ତାଙ୍କୁ ପଦାର୍ପଣକାରୀ ୱିକେଟ୍‌ କିପର୍ ପନ୍ତଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇ ଦିଲ୍ଲୀ ସ୍ପିଡ୍ ଷ୍ଟାର୍‌ ଇଶାନ୍ତ ଶର୍ମା ଇଂଲଣ୍ଡକୁ ପ୍ରଥମ ଝଟ୍‌କା ଦେଇଥିଲେ। ଏହାର ପର ଓଭର୍‌ରେ ଦଳକୁ ଫେରିଥିବା ଯଶ୍‌ପ୍ରୀତ୍ ବୁମ୍ରା ଅନ୍ୟତମ ଓପନର୍ ଜେନିଙ୍ଗ୍‌ସଙ୍କୁ ପ୍ୟାଭିଲିୟନ୍ ଫେରାଇ ଦେଇଥିଲେ।

୫୪ ରନ୍‌ରେ ଲଗାତର ଦୁଇଟି ୱିକେଟ୍ ହରାଇ ପ୍ରାରମ୍ଭିକ ବିପର୍ଯ୍ୟୟରେ ପଡ଼ିଥିବା ଇଂଲଣ୍ଡ୍ ଦଳ ପାଇଁ ପରେ ଘାତକ ସାଜିଥିଲେ ଅଲ୍‌ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା।

ଅଧିନାୟକ ରୁଟ୍ ଓ ଇନ୍‌ ଫର୍ମ ବେୟାର୍‌ଷ୍ଟୋଙ୍କ ୱିକେଟ୍ ସମେତ ପାଣ୍ଡ୍ୟା ସମୁଦାୟ ୫ଟି ୱିକେଟ୍‌ ନେବା ସହ ୬ ଓଭର୍‌ରେ ଗୋଟିଏ ମେଡେନ୍ ସହ ୨୮ ରନ୍‌ର ଚମତ୍କାର ବୋଲିଂ ଫିଗର୍ ମଧ୍ୟ ପାଇଥିଲେ।

publive-imageନିୟମିତ ୱିକେଟ୍ ପଡ଼ିବା ଜାରି ରହିଥିବାବେଳେ ଜୋସ୍ ବଟଲର୍‌ ଶେଷବେଳକୁ ସଂକ୍ଷିପ୍ତ ଅଥଚ ବିସ୍ପୋରକ ୩୯ ରନ୍‌ ( ୩୨ ବଲ୍‌, ୩ ଚୌକା ଓ ୨ ଛକା)ର ପାଳି ଖେଳିଥିଲେ ହେଁ ଏହା ଯଥେଷ୍ଟ ନଥିଲା। ବଟଲର୍‌ଙ୍କ ୱିକେଟ୍ ଶେଷରେ ବୁମ୍ରା ଅକ୍ତିଆର୍ କରିଥିଲେ।

ଗତ ଦୁଇଟି ଟେଷ୍ଟ୍ ମ୍ୟାଚ୍‌ରେ ଦୟନୀୟ ପ୍ରଦର୍ଶନ କରି ବିରାଟ୍‌ ବାହିନୀ ୫ଟିକିଆ ସିରିଜ୍‌ରେ ୦-୨ରେ ପଛୁଆ ଥିବାବେଳେ ନଟିଂହାମ୍‌ ଟେଷ୍ଟ୍ ମ୍ୟାଚ୍‌ ଭାରତୀୟ ଦଳ ଲାଗି ସିରିଜ୍‌କୁ ଫେରିବା ପାଇଁ  ‘କର ବା ମର’ ସଂଗ୍ରାମ ସଦୃଶ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe