Advertisment

ଟି-୨୦ ସିରିଜ୍‌ ଜିତିଲା ଭାରତ

ଶୁବମନ ଗିଲ୍‌ଙ୍କ ଧୂଆଁଧାର ଅପରାଜିତ ୧୨୩ ରନ୍ ଓ କ୍ୟାପଟେନ୍ ହାର୍ଦିକ ପାଣ୍ଡ୍ୟାଙ୍କ ୪ ୱିକେଟ ଦେଲା ବିଜୟ।

author-image
Niranjan Mishra
ଅଦ୍ୟତନ ହୋଇଛି
Shubman Gill

Shubman Gill

ଟି-୨୦ ସିରିଜ୍‌ ଜିତିଲା ଭାରତ। ୨-୧ରେ ନ୍ୟୁଜିଲାଣ୍ଡକୁ ହରାଇ ବିଜୟୀ ହୋଇଛି ଭାରତ। ଆଜି ହାଇଦ୍ରାବାଦ୍ ଠାରେ ଖେଳାଯାଇଥିବା ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌କୁ ଭାରତୀୟ ଟିମ୍ ଜିତିବା ସହ ସିରିଜ୍ କବ୍‌ଜା କରିଛି। ଭାରତ ଟସ୍ ଜିତିବା ପରେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ୪ ୱିକେଟ ହରାଇ ୨୩୪ ରନ୍ କରିଥିଲା।

Advertisment

ଓପନର ଇଶାନ କିଶନ ମାତ୍ର ୧ ରନ୍‌ରେ ଆଉଟ୍ ହୋଇଥିଲେ ହେଁ ଶୁବମନ ଗିଲ୍‌ଙ୍କ ଅପରାଜିତ ୧୨୩ ରନ୍(୬୩ ବଲ୍‌, ୭ ଛକା, ୧୨ ଚୌକା), ରହୁଲ ତ୍ରିପାଠୀ ୨୨ ବଲ୍‌ରେ ୪୪ ରନ୍, ସୂର୍ଯ୍ୟକୁମାର ଯାଦବଙ୍କ ୧୩ ବଲ୍‌ରେ ୨୪ ରନ୍ ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୧୭ ବଲ୍‌ରେ ୩୦ ରନ୍‌ ଟିମ୍‌କୁ ଏକ ବଡ଼ ସ୍କୋରରେ ପହଞ୍ଚାଇ ଦେଇଥିଲା। ଶେଷ ଓଭରରେ ବଡ଼ ସ୍କୋର କରିବାରେ ଶୁବମାନ ଓ ହୁଡ଼ା ଫେଲ୍ ହୋଇଥିଲେ। ଏହି ଓଭରରେ ମାତ୍ର ୬ ରନ୍ ହୋଇଥିଲା। ହୁଡ଼ା ଅପରାଜିତ ୨ ରନ୍ କରିଥିଲେ।

ଏହି ବିଶାଳ ସ୍କୋରକୁ ସାମ୍ନା କରିବାକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ଟିମ୍ ଭାରତୀୟ ବୋଲିଂକୁ ସାମ୍ନା କରିବାକୁ ଫେଲ୍ ମାରିଥିଲା। ଟିମ୍‌ ୧୨.୧ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୬୬ ରନ୍ କରିପାରିଥିଲା। ଫଳରେ ଭାରତ ୧୬୮ ରନ୍‌ରେ ବିଜୟ ହାସଲ କରିଛି।

Advertisment

ଦଳ ପକ୍ଷରୁ ଫିନ୍ ଆଲେନ୍, ଡେଭନ କନ୍‌ୱେ, ମାର୍କ ଚାପମାନ, ଗ୍ଲେନ୍ ଫିଲିପ୍ସ ଦଳୀୟ ସ୍କୋର ୭ ରନ୍‌ ଥିବା ବେଳେ ଜଣକ ପରେ ଜଣେ ଆଉଟ ହୋଇ ପାଭିଲିୟନ ଫେରି ଯାଇଥିଲେ। ପାଣ୍ଡ୍ୟା ଓ ଅର୍ଶଦୀପ ପ୍ରରମ୍ଭିକ ବ୍ୟାଟିଂ କ୍ରମକୁ ବିଗାଡ଼ି ଦେଇଥିଲେ। ପରେ ଡାରିଲ ମିଚେଲ ଧର୍ଯ୍ୟ ଦେଖାଇ ମାତ୍ର ୩୫ ରନ୍ କରିଥିଲେ। ତାଙ୍କ ଅପରପାର୍ଶ୍ୱରେ ବ୍ୟାଟିଂ କରିବାକୁ ଆସିଥିବା ମାଇକେଲ ବ୍ରାସ୍ୱେଲ, ଅଧିନାୟକ ମିଚେଲ ସାଣ୍ଟନର, ଇଶ ସୋଢ଼ି, ଲୋକି ଫର୍ଗୁସନ, ବ୍ଲେୟାର ଟୀକନର ଜଣକ ପରେ ଜଣେ ଆଉଟ ହୋଇ ଟିମ୍‌କୁ ଅକଳରେ ପକାଇ ଦେଇଥିଲେ। ଉମ୍ରାନ୍, ମାଭି, ପାଣ୍ଡ୍ୟା ଜଣକ ପରେ ଜଣେ ବ୍ୟାଟରଙ୍କୁ ଆଉଟ କରି ଭାରତର ବିଜୟକୁ ନିଶ୍ଚିତ କରିଦେଇଥିଲେ।

ଅଧିନାୟକ ହାର୍ଦିକ ପାଣ୍ଡ୍ୟା ୪ ୱିକେଟ, ଶିବମ ମାଭି, ଅର୍ଶଦୀପ ସିଂହ ଓ ଉମ୍ରାନ ମଲିକ ୨ଟି ଲେଖାଏଁ ୱିକେଟ ନେଇଥିଲେ।

ଶୁବମନ ପ୍ଲେୟାର ଅଫ୍‌ ଦି ମ୍ୟାଚ୍ ହୋଇଥିବା ବେଳେ ହାର୍ଦିକ ପାଣ୍ଡ୍ୟା ପ୍ଲେୟାର ଅଫ୍ ଦି ସିରିଜ୍ ହୋଇଥିଲେ।

India Cricket