Advertisment

ଏସିଆନ୍‌ ଗେମ୍ସ ହକି: ଶ୍ରୀଲଙ୍କାକୁ ୨୦-୦ ଗୋଲ୍‌ରେ ହରାଇଲା ଭାରତ

ଜାକର୍ତ୍ତା: ଏସିଆନ୍‌ ଗେମ୍ସରେ ଭାରତୀୟ ପୁରୁଷ ହକି ଦଳର ବିଜୟ ଧାରା ଜାରି ରହିଛି। ଆଜି ଗ୍ରୁପ୍‌ର ଅନ୍ତିମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପ୍ରତିପକ୍ଷ ଶ୍ରୀଲଙ୍କାକୁ ବୃହତ ୨୦-୦ ଗୋଲ୍‌ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଟେବୁଲ୍‌ ଶୀର୍ଷରେ ରହି ଭାରତୀୟ ପୁରୁଷ ହକି ଦଳ ସେମିଫାଇନାଲ୍‌ରେ ପ୍ରବେଶ କରିଛି। ଆଜିର ମ୍ୟାଚ୍‌ରେ ଭାରତ ପକ୍ଷରୁ ଆକାଶଦୀପ ସର୍ବାଧିକ ୬ଟି ଗୋଲ ଦେଇଥିବା ବେଳେ ରୁପିନ୍ଦରପାଲ ସିଂହ, ମନଦୀପ ଓ ହରମନପ୍ରୀତ୍‌ ୩ଟି ଲେଖାଏ […]

ଏସିଆନ୍‌ ଗେମ୍ସ ହକି: ଶ୍ରୀଲଙ୍କାକୁ ୨୦-୦ ଗୋଲ୍‌ରେ ହରାଇଲା ଭାରତ

hockey1

Advertisment

ଜାକର୍ତ୍ତା: ଏସିଆନ୍‌ ଗେମ୍ସରେ ଭାରତୀୟ ପୁରୁଷ ହକି ଦଳର ବିଜୟ ଧାରା ଜାରି ରହିଛି। ଆଜି ଗ୍ରୁପ୍‌ର ଅନ୍ତିମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପ୍ରତିପକ୍ଷ ଶ୍ରୀଲଙ୍କାକୁ ବୃହତ ୨୦-୦ ଗୋଲ୍‌ ବ୍ୟବଧାନରେ ପରାସ୍ତ କରିଛି।

Advertisment

ଏହି ବିଜୟ ସହ ଟେବୁଲ୍‌ ଶୀର୍ଷରେ ରହି ଭାରତୀୟ ପୁରୁଷ ହକି ଦଳ ସେମିଫାଇନାଲ୍‌ରେ ପ୍ରବେଶ କରିଛି। ଆଜିର ମ୍ୟାଚ୍‌ରେ ଭାରତ ପକ୍ଷରୁ ଆକାଶଦୀପ ସର୍ବାଧିକ ୬ଟି ଗୋଲ ଦେଇଥିବା ବେଳେ ରୁପିନ୍ଦରପାଲ ସିଂହ, ମନଦୀପ ଓ ହରମନପ୍ରୀତ୍‌ ୩ଟି ଲେଖାଏ ଗୋଲ କରିଛନ୍ତି।

ସେହିପରି ବିବେକ, ଦଲପ୍ରୀତ୍‌, ଲଳିତ ଏବଂ ଓଡ଼ିଆ ତାରକା ଅମିତରୋହି ଦାସ ଗୋଟିଏ ଲେଖାଏ ଗୋଲ ଦେଇଛନ୍ତି।

Advertisment

ଭାରତ ଗ୍ରୁପ୍‌ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ଇଣ୍ଡୋନେସିଆକୁ ୧୭-୦, ଦ୍ୱିତୀୟ ମ୍ୟାଚ୍‌ରେ ହଂକଂକୁ ୨୬-୦, ତୃତୀୟ ମ୍ୟାଚ୍‌ରେ ଜାପାନକୁ ୮-୦ ଓ ୪ର୍ଥ ମ୍ୟାଚ୍‌ରେ ଦକ୍ଷିଣ କୋରିଆକୁ ୫-୩ ଗୋଲରେ ପରାସ୍ତ କରିଥିଲା। ଆଜି ଭାରତ ଶ୍ରୀଲଙ୍କାକୁ ୨୦ଟି ଗୋଲ୍‌ ଦେବା ପରେ ଗ୍ରୁପ୍‌ ପର୍ଯ୍ୟାୟରେ ଟିମ୍‌ ଇଣ୍ଡିଆ ସମୁଦାୟ ୭୬ ଗୋଲ୍‌ ଦେବାର ଏକ ବିରଳ ରେକର୍ଡ କରିଛି।

ଆସନ୍ତା ୩୦ ତାରିଖରେ ଟିମ୍‌ ଇଣ୍ଡିଆ ମ୍ୟାଲେସିଆ ବିପକ୍ଷରେ ସେମିଫାଇନାଲ୍‌ ମ୍ୟାଚ୍‌କୁ ଓହ୍ଲାଇବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe