Advertisment

ରାଜ୍ୟ ଗୋଷ୍ଠୀ କ୍ରାଡ଼ାର ଆୟୋଜନ କରିବ କି ଭାରତ?

ଭାରତ ଏଯାଏ କେବଳ ଗୋଟିଏ ଥର ରାଜ୍ୟ ଗୋଷ୍ଠୀ କ୍ରୀଡ଼ାର ଆୟୋଜନ କରିଛି। ୨୦୧୦ରେ ଦିଲ୍ଲୀରେ ଏହା ଆୟୋଜନ ହୋଇଥିଲା।

CWG

CWG

Advertisment

ଭାରତରେ ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବାକୁ ଭାରତ ସରକାର ଆଗ୍ରହ ଦେଖାଇଛନ୍ତି। ଏଥିପାଇଁ ସରକାରଙ୍କ ପକ୍ଷରୁ ଅଲିମ୍ପିକ୍ସ ଆୟୋଜନ କମିଟି ନିକଟରେ ବିଧିବଦ୍ଧ ଭାବେ ଆବେଦନ କରାଯାଇଛି। ଅଲିମ୍ପିକ୍ସ ଆୟୋଜନ ନିଷ୍ପତ୍ତି ଝୁଲି ରହିଥିବା ବେଳେ ଏବେ ଭାରତ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଭାରତ ସରକାର ଦେଶରେ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ବା କମନୱେଲଥ ଗେମ ଆୟୋଜନ କରିବାକୁ ଆଗ୍ରହ ଦେଖାଇଛନ୍ତି।

Advertisment

୨୦୩୦ରେ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାକୁ ୧୦୦ ବର୍ଷ ପୂରିବାକୁ ଯାଉଛି। ଏହି ୧୦୦ ବର୍ଷ ପୂର୍ତ୍ତି ଅବସରରେ ଇଭେଣ୍ଟର ଆୟୋଜନ କରିବାକୁ ଭାରତ ସରକାର ଚାହୁଁଛନ୍ତି। ଏଥିପାଇଁ ଭାରତର ସରକାର ବିଧିବଦ୍ଧ ଭାବେ ଆବେଦନ କରିବେ ବୋଲି ଜଣାପଡ଼ିଛି। ଆୟୋଜନର ଅଧିକାର ପାଇବା ପାଇଁ ଆବେଦନର ଶେଷ ତାରିଖ ହେଉଛି ମାର୍ଚ୍ଚ ୩୧। ଏହାରି ଭିତରେ ଭାରତ ସରକାରଙ୍କୁ ଆୟୋଜକ କମିଟି ନିକଟରେ ନିଜର ଆବେଦନପତ୍ର ଦାଖଲ କରିବାକୁ ପଡ଼ିବ।

ସୂତ୍ର ଅନୁସାରେ, ନିକଟରେ ଭାରତୀୟ ଅଲିମ୍ପିକ ଆସୋସିଏସନ(ଆଇଓଏ) ଅନଔପଚାରିକ ଭାବେ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ମହାସଂଘ ବା ସିଜିଏଫ ସହ ହୋଷ୍ଟିଂ ଅଧିକାର ସମ୍ପର୍କରେ ଆଲୋଚନା କରିଥିଲା। ନୂଆଦିଲ୍ଲୀ ଓ ଅହମଦାବାଦରେ ଥିବା କ୍ରୀଡ଼ା ଭିତ୍ତିଭୂମିର ଉଦାହରଣ ଦେଇ ଭାରତ ସରକାର ୨୦୩୦ରେ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାର ଆୟୋଜନ କରିବାକୁ ଚାହୁଁଥିବା ସିଜିଏଫକୁ ଅନଔପଚାରିକ ଭାବେ ଜଣାଇଛନ୍ତି। ସିଜିଏଫ ସହ ଆଲୋଚନା କରିବା ପରେ ଭାରତ ସରକାର ବିଧିବଦ୍ଧ ଭାବେ ହୋଷ୍ଟିଂ ଅଧିକାରୀ ଭାବେ ମାର୍ଚ୍ଚ ୩୧ ପୂର୍ବରୁ ଆବେଦନ କରିବେ ବୋଲି କୁହାଯାଉଛି।

Advertisment

ଭାରତକୁ କ୍ରୀଡ଼ାର ପାୱାର ହାଉସ ଭାବେ ଗଢ଼ି ତୋଳିବାକୁ ଭାରତ ସରକାର ଚାହୁଁଛନ୍ତି। ଏଥିପାଇଁ ଭାରତୀୟ ଅଲିମ୍ପିକ ଆସୋସିଏସନ ବା ଆଇଓଏ ଔପଚାରିକ ଭାବେ ଅକ୍ଟୋବର ୧ରେ ଅନ୍ତର୍ଜାତୀୟ ଅଲିମ୍ପିକ ଆସୋସିଏନର ଭିବଷ୍ୟତ ହୋଷ୍ଟ କମିଶନ ନିକଟକୁ ଚିଠି କରିଛି। ଏଥିରେ ଆଇଓଏ ୨୦୩୬ରେ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସ ଆୟୋଜନ କରିବାକୁ ଇଚ୍ଛା ପ୍ରକାଶ କରିଛି। ଏବେ ଭାରତର ଆବେଦନ ଉପରେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ଆସୋସିଏସନ ବିଚାର କରୁଥିବା ଜଣାପଡ଼ିଛି। କିନ୍ତୁ ୨୦୩୬ ପୂର୍ବରୁ ଭାରତ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାର ଆୟୋଜନ କରିବାକୁ ମଧ୍ୟ ଚାହୁଁଛି।

ଭାରତ ଏଯାଏ କେବଳ ଗୋଟିଏ ଥର ରାଜ୍ୟ ଗୋଷ୍ଠୀ କ୍ରୀଡ଼ାର ଆୟୋଜନ କରିଛି। ୨୦୧୦ରେ ଦିଲ୍ଲୀରେ ଏହା ଆୟୋଜନ ହୋଇଥିଲା। ଭାରତ ମଧ୍ୟ ଏହି କ୍ରୀଡ଼ା ମହାକୁମ୍ଭରେ ଦମଦାର ପ୍ରଦର୍ଶନ କରିଥିଲା। ୨୦୧୦ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତ ୩୮ଟି ସ୍ୱର୍ଣ୍ଣ, ୨୭ଟି ରୌପ୍ୟ ଓ ୩୬ଟି ବ୍ରୋଞ୍ଜ ସହ ମୋଟ ୧୦୧ ପଦକ ଜିତିଥିଲା। ପଦକ ଜିତିବା ତାଲିକାରେ ମଧ୍ୟ ଦେଶ ୨ ନମ୍ବରେ ରହିଥିଲା।

୧୯୩୦ରୁ ପ୍ରତି ୪ ବର୍ଷରେ ଥରେ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ଆୟୋଜନ ହେଉଛି। ଭାରତ ପ୍ରଥମ ସଂସ୍କରଣରେ ଭାଗ ନେଇ ନଥିଲା। ସେହିପରି ୧୯୫୦, ୧୯୬୨, ୧୯୮୬ରେ ମଧ୍ୟ ଭାରତରୁ କେହି ବି ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇ ନଥିଲେ। ୨୦୨୬ରେ ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ଆୟୋଜନ ହେବ।

India CWG 2030
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe