Advertisment

ତୀରନ୍ଦାଜି ସେମି ଫାଇନାଲରେ ହାରିଗଲେ ଭାରତୀୟ ଯୋଡ଼ି

୪ର୍ଥ ସେଟରେ କୋରିଆ ୩୯ ଓ ଭାରତ ୩୮ ପଏଣ୍ଟ ହାସଲ କରିବାରୁ ଧୀରଜ ଓ ଅଙ୍କିତାଙ୍କ ଫାଇନାଲ ସ୍ୱପ୍ନ ଅଧା ରହି ଯାଇଥିଲା।

Olympics

Olympics

Advertisment

ଅଲିମ୍ପିକ୍ସ ଇତିହାସରେ ପ୍ରଥମଥର ପାଇଁ ତୀରନ୍ଦାଜିର ମିକ୍ସଡ ଇଭେଣ୍ଟରେ ସେମି ଫାଇନାଲକୁ ଯାଇଥିବା ଭାରତକୁ ଝଟକା ଲାଗିଛି। ଭାରତୀୟ ଯୋଡ଼ି ଧୀରଜ ଓ ଅଙ୍କିତା ସେମି ଫାଇନାଲରେ ହାରି ଯାଇଛନ୍ତି।

Advertisment

ଏହି ଯୋଡ଼ିକୁ ବିଶ୍ୱର ୧ନମ୍ବର ମାନ୍ୟତା ପ୍ରାପ୍ତ ଦକ୍ଷିଣ କୋରିଆର ଶିୟେନୋ ୱଜିନ ଯୋଡ଼ି ହରାଇ ଦେଇଛନ୍ତି। ଦକ୍ଷିଣ କୋରିଆ ୬-୨ରେ ମ୍ୟାଚ୍‌କୁ ଜିତି ଫାଇନାଲରେ ପ୍ରବେଶ କରିଛି। ଭାରତ ଏବେ ବ୍ରୋଞ୍ଜ ପଦକ ପାଇଁ ଲଢ଼େଇ କରିବ।

ସେମି ଫାଇନାଲରେ ଭାରତର ଧୀରଜ ଓ ଅଙ୍କିତା ଦମଦାର ଆରମ୍ଭ କରିଥିଲେ। ଏଥିସହ ୩୮-୩୬ରେ ଏହାକୁ ଜିତି ନେଇଥିଲେ। କିନ୍ତୁ ଦ୍ୱିତୀୟ ସେଟରେ କୋରିଆ କମବ୍ୟାକ କରିଥିଲା। ଦଳ ଏହି ସେଟକୁ ୩୮-୩୫ରେ କବଜା କରିଥିଲା। ତୃତୀୟ ସେଟରେ ଭାରତ କଡ଼ା ଟକ୍କର ଦେଇଥିଲେ ହେଁ କୋରିଆ ଏହାକୁ ମଧ୍ୟ ୩୮-୩୭ରେ ଜିତି ନେଇଥିଲା।

Advertisment

୪ର୍ଥ ସେଟରେ କୋରିଆ ୩୯ ଓ ଭାରତ ୩୮ ପଏଣ୍ଟ ହାସଲ କରିବାରୁ ଧୀରଜ ଓ ଅଙ୍କିତାଙ୍କ ଫାଇନାଲ ସ୍ୱପ୍ନ ଅଧା ରହି ଯାଇଥିଲା। ଦଳ ଏବେ ଆମେରିକା କିମ୍ବା ଜର୍ମାନୀ ସହ ବ୍ରୋଞ୍ଜ ପଦକ ପାଇଁ ଲଢ଼େଇ କରିବ।

Paris Olympics 2024 Paris Olympics Olympics 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe