Advertisment

ସରିଲା ଅଲିମ୍ପିକ୍ସ, ୨୪ରୁ ପାରାଲିମ୍ପିକ୍ସ

ନୂଆଦିଲ୍ଲୀ: ଦୀର୍ଘ ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ ଗେମ୍ସ ଶେଷ ହୋଇଛି। ରବିବାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଟୋକିଓ ଅଲିମ୍ପିକ୍ସ ଉଦଯାପିତ ହୋଇଛି। ଆଉ ଦୁଇ ସପ୍ତାହ ପରେ ଅର୍ଥାତ୍ ଅଗଷ୍ଟ ୨୪ ତାରିଖରୁ ଟୋକିଓ ପାରାଲିମ୍ପିକ୍ସ ଆରମ୍ଭ ହେବ। ଟୋକିଓ ପାରାଅଲିମ୍ପିକ୍ସରେ ମୋଟ ୨୨ କ୍ରୀଡ଼ାରେ ୫୯୩ ଇଭେଣ୍ଟ ୨୧ଟି ଭେନ୍ୟୁରେ ଆୟୋଜିତ ହେବ। ଏଥର ପାରାଲିମ୍ପିକ୍ସକୁ ଭାରତ ତା’ର ଶ୍ରେଷ୍ଠ ଦଳ ପଠାଇଛି। ଭାରତର ୫୪ଜଣ ପାରା ଆଥଲେଟ୍ […]

ସରିଲା ଅଲିମ୍ପିକ୍ସ, ୨୪ରୁ ପାରାଲିମ୍ପିକ୍ସ

tokyo-paralympics

Advertisment

ନୂଆଦିଲ୍ଲୀ: ଦୀର୍ଘ ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ ଗେମ୍ସ ଶେଷ ହୋଇଛି। ରବିବାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଟୋକିଓ ଅଲିମ୍ପିକ୍ସ ଉଦଯାପିତ ହୋଇଛି। ଆଉ ଦୁଇ ସପ୍ତାହ ପରେ ଅର୍ଥାତ୍ ଅଗଷ୍ଟ ୨୪ ତାରିଖରୁ ଟୋକିଓ ପାରାଲିମ୍ପିକ୍ସ ଆରମ୍ଭ ହେବ।

Advertisment

ଟୋକିଓ ପାରାଅଲିମ୍ପିକ୍ସରେ ମୋଟ ୨୨ କ୍ରୀଡ଼ାରେ ୫୯୩ ଇଭେଣ୍ଟ ୨୧ଟି ଭେନ୍ୟୁରେ ଆୟୋଜିତ ହେବ। ଏଥର ପାରାଲିମ୍ପିକ୍ସକୁ ଭାରତ ତା’ର ଶ୍ରେଷ୍ଠ ଦଳ ପଠାଇଛି। ଭାରତର ୫୪ଜଣ ପାରା ଆଥଲେଟ୍ ୯ଟି କ୍ରୀଡ଼ା ଇଭେଣ୍ଟରେ ଭାଗ ନେବେ। ୨୦୧୬ ରିଓ ପାରାଲିମ୍ପିକ୍ସ ପୁରୁଷ ହାଇ ଜମ୍ପ ସ୍ୱର୍ଣ୍ଣ ପଦକ ବିଜେତା ମରିୟାପ୍ପନ ଥାଙ୍ଗାଭେଲୁ ଉଦଘାଟନୀ ସମାରୋହରେ ଭାରତର ଧ୍ୱଜାବାହକ ହେବେ।

୨୦୧୬ରେ ରିଓ ପାରାଲିମ୍ପିକ୍ସକୁ ଭାରତ ତା’ର ଶ୍ରେଷ୍ଠ ୧୯ ଦଳ ପଠାଇଥିଲା। ଏମାନେ ମୋଟ ୫ଟି ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କିନ୍ତୁ ଏଥର ପାଖାପାଖି ତିନିଗୁଣା ଅଧିକ ଭାରତୀୟ ପାରାଆଥଲେଟ୍ ଟୋକିଓରେ ଭାଗ ନେବେ। ରିଓରେ ଭାରତ ସର୍ବାଧିକ ୪ଟି ପଦକ ଜିତିଥିଲେ, ଯେଉଁଥିରେ ଦୁଇଟି ସ୍ୱର୍ଣ୍ଣ, ଗୋଟିଏ ଲେଖାଏ ରୌପ୍ୟ ଓ ବ୍ରୋଞ୍ଜ ପଦକ ସାମିଲ୍ ଥିଲା।

Advertisment

ରିଓ ପାରାଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ଓ ପାରାଲିମ୍ପିକ୍ କମିଟି ଅଫ୍ ଇଣ୍ଡିଆ (ପିସିଆଇ)ର ସଭାପତି ଦୀପା ମଲିକଙ୍କ ଅଧ୍ୟକ୍ଷତାରେ ଟୋକିଓ ଗେମ୍ସ ପାଇଁ ଦଳ ଚୟନ କରାଯାଇଛି। ପାରାଆଥଲେଟ୍ ସ୍ଥାନୀୟ ଜବାହରଲାଲ୍ ନେହରୁ ଷ୍ଟାଡିୟମରେ ଦୁଇ ଦିନିଆ ଟ୍ରାଏଲ୍ ପିରିୟଡରେ ଯୋଗ ଦେଇଥିଲେ। ସମସ୍ତ ପାରା ଆଥଲେଟ୍ ଟୋକିଓରେ ନିଶ୍ଚିତ ଭଲ ପ୍ରଦର୍ଶନ କରିବେ ବୋଲି ଦୀପା ଆଶାବାଦୀ ଅଛନ୍ତି।

ଟୋକିଓ ପାରାଲିମ୍ପିକ୍ସରେ ଭାଗ ନେବାକୁ ଥିବା ଭାରତୀୟ ପାରା ଆଥଲେଟ୍

ପୁରୁଷ: ଦେବେନ୍ଦ୍ର ଝାଝାରିଆ, ଅଜିତ୍ ସିଂହ ଓ ସୁନ୍ଦର ସିଂହ ଗୁର୍ଜର୍ (ଜାଭେଲିନ୍ ଏଫ୍-୪୬); ସନ୍ଦୀପ ଚୌଧୁରୀ ଓ ସୁମିତ୍ (ଜାଭେଲିନ୍ ଏଫ୍-୬୪); ମରିୟପ୍ପନ ଥଙ୍ଗାଭେଲୁ, ଶରଦ କୁମାର ଓ ବରୁନ୍ ସିଂହ ଭଟ୍ଟି (ହାଇ ଜମ୍ପ ଟି-୬୩); ଅମିତ୍ କୁମାର ଓ ଧରମବୀର (କ୍ଲବ୍ ଥ୍ରୋ’ ଏଫ୍-୫୧); ନିଶଦ କୁମାର ଓ ରାମ୍ ପାଲ୍ (ହାଇ ଜମ୍ପ ଟି-୪୭), ସୋନମ ରାଣା (ଶଟପୁଟ୍ ଏଫ୍-୫୭), ନବଦୀପ (ଜାଭେଲିନ୍ ଏଫ୍-୪୧), ପ୍ରବୀଣ କୁମାର (ହାଇ ଜମ୍ପ ଟି-୬୪), ଯୋଗେଶ କଥୁନିୟା (ଡିସକସ୍ ଥ୍ରୋ ଏଫ୍-୫୬), ବିନୋଦ କୁମାର (ଡିସକସ୍ ଥ୍ରୋ ଏଫ୍-୫୬), ରଞ୍ଜିତ୍ ଭଟ୍ଟି (ଜାଭେଲିନ୍ ଏଫ୍-୫୭), ଅରବିନ୍ଦ (ଶଟପୁଟ୍ ଏଫ୍-୩୫), ଟେକ୍ ଚାନ୍ଦ (ଜାଭେଲିନ୍ ଏଫ୍-୫୪)।

ମହିଳା: ଏକତା ଭ୍ୟାନ୍ ଓ କଶିଶ୍ ଲାକ୍ରା (କ୍ଲବ୍ ଥ୍ରୋ’ ଏଫ୍-୫୧), ଭାଗ୍ୟଶ୍ରୀ ଯାଦବ (ଶଟପୁଟ୍‌ ଏଫ୍-୩୪), ସିମରନ୍ (୧୦୦ ମିଟର୍ ଟି-୧୩)।

Tokyo Paralympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe